Get Updates
Get notified of breaking news, exclusive insights, and must-see stories!

ଗୁଜୁରାଟରୁ ମିଳିଥିବା ୫କୋଟି ବର୍ଷ ପୁରୁଣା 'ବାସୁକି' ସାପର ଜୀବାସ୍ମ

Vasuki Indicus: ଏକ ବସ ଠାରୁ ବି ଲମ୍ବା ସାପ । ବିଶାଳ ବାସୁକି ଇଣ୍ତିକସ୍ ନାମକ ଏକ ପ୍ରାଚୀନ ପ୍ରଜାତିର ସାପର ଜୀବାସ୍ମକୁ ଗୁଜୁରାଟରୁ ବୈଜ୍ଞାନିକ ମାନେ ଠାବ କରିଛନ୍ତି । ତେବେ ଏହି ପ୍ରଜାତିର ସାପ ପ୍ରାୟ ୪.୭କୋଟି ବର୍ଷ ପୂର୍ବରୁ ଦେଖିବା ପାଇଁ ମିଳୁଥିଲା ବୋଲି ଦାବି କରାଯାଇଛି । ତେବେ ଏହା ଡାଇନୋସର ଠାରୁ ମଧ୍ୟ ବଡ଼ ବୋଲି କୁହାଯାଉଛି । ସେହିପରି ବୈଜ୍ଞାନିକ ମାନେ ଦାବି କରୁଛନ୍ତି ଯେ, ଏହା ବିଶ୍ୱର ସବୁଠୁ ବଡ଼ ସାପ ।

ତେବେ ଏହି ସାପର ଲମ୍ବ ୧୧ ରୁ ୧୫ ମିଟର । ଏହା ମ୍ୟାଡସୋଏଡା ସାପର ବଂଶଜ ବୋଲି କୁହାଯାଉଛି ହେଲେ ଏହା ଏହି ପ୍ରଜାତିପ ସାପ କେବଳ ଭାରତରେ ହିଁ ଦେଖିବା ପାଇଁ ମିଳିଥାନ୍ତି । ବୈଜ୍ଞାନିକମାନେ ଏହାର ନାମ ରଖିଛନ୍ତି 'ବାସୁକି ଇଣ୍ଡିକସ୍'।

Vasuki Indicus

ତେବେ'ବାସୁକି ' ନାମ ଭଗବାନ ଶିବଙ୍କ ବେକରେ ଗୁଡ଼ାଯାଇଥିବା ସର୍ପରୁ ଉତ୍ପନ୍ନ ହୋଇଛି। 'ଇଣ୍ଡିକସ୍' ଶବ୍ଦର ଅର୍ଥ ହେଉଛି 'ଭାରତର'। ବୈଜ୍ଞାନିକମାନେ ଏହି ନାମରେ ଦର୍ଶାଇଛନ୍ତି ଯେ ଏହି ସାପଟି କେବଳ ଭାରତରେ ମିଳିଥିଲା ​​ଏବଂ ଭଗବାନ ଶିବଙ୍କ ନାଗରାଜ ପରି ଶକ୍ତିଶାଳୀ ଏବଂ ବିରାଟ ଥିଲା । ଆଇଆଇଟି ରୁର୍କିର ଅନୁସନ୍ଧାନକାରୀମାନେ ଦାବି କରିଛନ୍ତି ଯେ, ବର୍ତ୍ତମାନ ବିଲୁପ୍ତ ହୋଇଥିବା ସାପ ହୁଏତ ଦୁନିଆର ସବୁଠାରୁ ଲମ୍ବା ସାପ ହୋଇଥାଇପାରେ।

୨୦୦୫ରେ, ଉତ୍ତରାଖଣ୍ଡର ରୁରକି ଥିବା ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ର ବୈଜ୍ଞାନିକମାନେ ଗୁଜୁରାଟର କୁଚ୍ ସ୍ଥିତ ଏକ କୋଇଲା ଖଣିରେ 27 ଟି ବଡ଼ କଙ୍କାଳର ଖଣ୍ଡ ପାଇଥିଲେ। କିଛି ହାଡ ମଧ୍ୟ ମିଳିତ ହୋଇଥିବାର ଦେଖିବାକୁ ମିଳିଥିଲା ​​ । ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଜୀବାଶ୍ମଗୁଡିକ ଏକ ବୃହତ୍ କୁମ୍ଭୀର ପରି ଜୀବଙ୍କର ଅବଶିଷ୍ଟାଂଶ ଭାବରେ ବିବେଚନା କରାଯାଉଥିଲା | କିନ୍ତୁ ବର୍ତ୍ତମାନ ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି ଯେ ଏହା ପ୍ରକୃତରେ ବିଶ୍ୱରେ ଦେଖାଯାଇଥିବା ସବୁଠାରୁ ବଡ ସାପ ମଧ୍ୟରୁ ଗୋଟିଏ ।

ଅଧ୍ୟୟନରେ କୁହାଯାଇଛି ଯେ, ଏହି କଙ୍କାଳ ଖଣ୍ଡଗୁଡ଼ିକ ସମ୍ପୂର୍ଣ୍ଣ ବିକଶିତ ବୟସ୍କ ସାପର ଅଟେ । ତେବେ ପରିବେଶ ଏହି ସାପଙ୍କ ପାଇଁ ଅତ୍ୟନ୍ତ ଅନୁକୂଳ ହୋଇଥାଏ, ଖାଇବାକୁ ପ୍ରଚୁର ମିଳିଥାଏ । ଶିକାର କରିବା ପାଇଁ କଠିନ ପରିଶ୍ରମ କରିବାକୁ ପଡି ନଥାଏ ତେଣୁ ଏହି ସାପର ଲମ୍ବ ଏତେ ଅଧିକ ହୋଇଥାଇ ପାରେ ବୋଲି ଦାବି କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+