ଏତିକି ଲକ୍ଷ ଟଙ୍କା ଦରମା ପାଆନ୍ତି ପ୍ରଧାନ ବିଚାରପତି!
ନୂଆଦିଲ୍ଲୀ : ଭାରତରେ ସୁପ୍ରିମକୋର୍ଟର ମୁଖ୍ୟ ଅର୍ଥାତ୍ ପ୍ରଧାନ ବିଚାରପତି (ସିଜେଆଇ) ହେଉଛି ଭାରତୀୟ ନ୍ୟାୟପାଳିକାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଦ। ଏହା କେବଳ ଏକ ସମ୍ମାନଜନକ ପଦବୀ ନୁହେଁ, ବରଂ ଏହା ସହିତ ବିଶେଷ ଅଧିକାର ମଧ୍ୟ ବହନ କରେ,ଯାହା ପ୍ରଧାନ ବିଚାରପତିଙ୍କ ଅବସର ପରେ ମଧ୍ୟ ଜାରି ରହେ। ବର୍ତ୍ତମାନ ସିଜେଆଇ ଡି.ଓ୍ବାଇ. ଚନ୍ଦ୍ରଚୁଡ ଏହି ପଦବୀରେ କାର୍ଯ୍ୟ କରୁଛନ୍ତି ଏବଂ ଅବସର ପରେ ତାଙ୍କୁ ଅନେକ ବିଶେଷ ସୁବିଧା ମଧ୍ୟ ମିଳିବ, ଯାହା ଭାରତୀୟ ନ୍ୟାୟପାଳିକାରେ ଧାର୍ଯ୍ୟ ନିୟମ ଅନୁଯାୟୀ ପ୍ରଦାନ କରାଯାଇଛି।
ସିଜେଆଇ ଚନ୍ଦ୍ରଚୂଡଙ୍କ କାର୍ଯ୍ୟକାଳ ନଭେମ୍ବର ୯, ୨୦୨୨ରେ ଆରମ୍ଭ ହୋଇଥିଲା ଏବଂ ସେ ଭାରତୀୟ ସମ୍ବିଧାନର ଧାରା ୧୨୪ ଅନୁଯାୟୀ, ଧାର୍ଯ୍ୟ ଅନୁଯାୟୀ ନଭେମ୍ବର ୧୦ରେ ଅବସର ନେବେ। ତେବେ ଆପଣ ଜାଣନ୍ତି କି, ଜଣେ ଦେଶର ପ୍ରଧାନ ବିଚାରପତି ହେବା ପରେ ବିଚାରପତିଙ୍କୁ ମାସକୁ କେତେ ଦରମା ମିଳେ?
ଜାତୀୟ ଗଣମାଧ୍ୟମ ମୁତାବକ, ପ୍ରଧାନ ବିଚାରପତିଙ୍କୁ ପ୍ରତି ମାସରେ ୨,୮୦,୦୦୦ ଟଙ୍କା ଦରମା ମିଳେ | ଏହା ବ୍ୟତୀତ ବିଭିନ୍ନ ପ୍ରକାରର ଭତ୍ତା ପ୍ରଦାନ କରାଯାଏ | ପ୍ରଧାନ ବିଚାରପତିଙ୍କୁ ଟାଇପ୍-୭ ବଙ୍ଗଳା ମିଳେ, ଯେଉଁଠି ୨୪ଘଣ୍ଟା ସୁରକ୍ଷାଠାରୁ ଆରମ୍ଭ କରି ଗୃହସହାୟିକା ଏବଂ କିରାଣୀ ଦିଆଯାଇଥାଏ | ଏହି ଘର ପାଇଁ ପ୍ରଧାନ ବିଚାରପତିଙ୍କୁ କୌଣସି ଭଡା ଦେବାକୁ ପଡେ ନାହିଁ |

ଯିବାଆସିବା ପାଇଁ ଡ୍ରାଇଭର ସହିତ ଏକ ସରକାରୀ ଗାଡି ମଧ୍ୟ ମିଳେ, ଯେଉଁଥିରେ ପ୍ରତି ମାସରେ ୨୦୦ଲିଟର ଇନ୍ଧନ ଉପଲବ୍ଧ ରହିଥାଏ। ଗାଡ଼ି ସହିତ ପିଏସଓ ମଧ୍ୟ ପ୍ରଧାନ ବିଚାରପତିଙ୍କୁ ଦିଆଯାଏ। ଅବସର ନେବା ପରେ ତାଙ୍କୁ ମାସକୁ ୧ଲକ୍ଷରୁ ଅଧିକ ଟଙ୍କାର ପେନସନ ମିଳେ।
ଆଜି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୂଡ଼ଙ୍କର ଶେଷ କାର୍ଯ୍ୟଦିବସ ଥିଲା। ଶେଷ କାର୍ଯ୍ୟଦିବସରେ ଅବସରକାଳୀନ ବାର୍ତ୍ତା ବେଳେ ଭାବବିହ୍ୱଳ ହୋଇଛନ୍ତି ପ୍ରଧାନ ବିଚାରପତି। ସେ କହିଛନ୍ତି, କାଲିଠାରୁ ମୁଁ ଆଉ ନ୍ୟାୟ ପ୍ରଦାନ କରିପାରିବି ନାହିଁ। କିନ୍ତୁ ଏତିକିରେ ମୁଁ ସନ୍ତୁଷ୍ଟ ବୋଲି କହିଛନ୍ତି ବିଦାୟୀ ପ୍ରଧାନ ବିଚାରପତି।












Click it and Unblock the Notifications