ଆଉ ମାତ୍ର ୫ ଦିନ: ଅଚଳ ହୋଇଯିବ ୨୦୦୦ ଟଙ୍କିଆ ନୋଟ୍ !
Banks to Allow Exchange of 2,000 Rupee Notes till Sept 30: ଯଦି ଆପଣଙ୍କ ପାଖରେ ୨ ହଜାର ଟଙ୍କିଆ ନୋଟ୍ ଏବେ ବି ଅଛି, ତେବେ ତୁରନ୍ତ ବ୍ୟାଙ୍କରେ ନିଅନ୍ତୁ ବଦଳାଇ । କାରଣ ଆଉ ମାତ୍ର ୫ ଦିନ ପରେ ଆଉ ଚାଲିବନି ୨000 ଟଙ୍କିଆ ନୋଟ୍ । ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ତିଆ କ୍ଲିନ୍ ନୋଟ୍ ପଲିସି ଅନୁସାରେ ୩୦ ତାରିଖ ପରେ ନିଜର ଆଇନଗତ ବୈଧତା ହରାଇବ । ବଜାରରୁ ୨ ହଜାର ଟଙ୍କିଆ ନୋଟ୍ ହଟାଇବା ଲାଗି ସରକାର ନିଷ୍ପତ୍ତି ନେବା ପରେ ଗତ ମେ' ୨୩ ତାରିଖରୁ ୨ ହଜାର ଟଙ୍କିଆର ବଦଳି ବା ଜମା ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା । ରିଜର୍ଭ ବ୍ୟାଙ୍କମେ ୨୩ ତାରିଖରେ ଏନେଇ ଘୋଷଣା କରିଥିଲା ।
ସୂଚନାଥାଉ ଯେ, ଗତ ମେ ମାସରୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ୨ ହଜାର ଟଙ୍କାର ନୋଟ୍ ପ୍ରତ୍ୟାହାର କରିବାକୁ ଘୋଷଣା କରିଥିଲା । ତେବେ ବ୍ୟାଙ୍କରେ ନୋଟ୍ ବଦଳି ପାଇଁ ଶେଷ ତାରିଖ ଭାବରେ ୩୦ ସେପ୍ଟେମ୍ବର ସ୍ଥିର କରାଯାଇଛି । ତେଣୁ ଏହି ନିର୍ଦ୍ଧାରିତ ତାରିଖ ପୂର୍ବରୁ ଆପଣ ନିଜ ପାଖରେ ଥିବା ୨ ହଜାର ଟଙ୍କାର ନୋଟ ଗୁଡିକୁ ବ୍ୟାଙ୍କରେ ଜମା କରି ନିଅଚନ୍ତୁ । ୨ ହଜାର ଟଙ୍କା ନୋଟ ବଦଳରେ ଅନ୍ୟ ନୋଟ ଆପଣଙ୍କୁ ବ୍ୟାଙ୍କ ପକ୍ଷରୁ ପ୍ରଦାନ କରାଯିବ ।

ଯଦି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ନାହିଁ ତେବେ କ'ଣ କରିବେ
ପ୍ରତ୍ୟେକ ବ୍ୟାଙ୍କରେ ଆପଣ ନିଜ ପାଖରେ ଥିବା ୨ ହଜାର ଟଙ୍କିଆ ନୋଟ୍ ସମ୍ପୁର୍ଣ୍ଣ ମାଗଣାରେ ବଦଳାଇ ପାରିବେ । ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗମାନଙ୍କ ପାଇଁ ବ୍ୟାଙ୍କରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଆରବିଆଇ ଦେଇଥିବା ସୂଚନା ଅନୁସାରେ ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଆପଣ ୨୦୦୦ ଟଙ୍କିଆ ନୋଟ୍ ବଦଳାଇ ପାରିବେ ।
୧୧୪-ବି ଅନୁସାରେ ଏକ ବ୍ୟାଙ୍କ ବା ଡାକଘରରେ ଗୋଟିଏ ଦିନରେ ୫୦ ହଜାର ଟଙ୍କା ଜମା କରିବା ପାଇଁ ହେଲେ ପ୍ୟାନ୍ କାର୍ଡର ଆବଶ୍ୟକତା ରହିଛି । ଆସନ୍ତା ୩୦ ତାରିଖ ଯାଏ ଆରବିଆଇର ୧୯ଟି ଆଞ୍ଚଳିତ କାର୍ଯ୍ୟାଳୟ ତଥା ନିକଟସ୍ଥ ବ୍ୟାଙ୍କ୍ ଶାଖାରେ ୨ ହଜାର ଟଙ୍କିଆ ନୋଟ୍ ବଦଳା ପାରିବେ । ତେବେ ବିଭିନ୍ନ ଛୁଟିକୁ ଥିବାରୁ ଏହି ଜମା ପ୍ରକ୍ରିୟା ସେପ୍ଟେମ୍ବର ୨୫, ୨୬, ୨୭, ୨୯, ଏବଂ ୩୦ ରେ ହିଁ ଚାଲିପାରିବ ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications