International Day of Peace: ଆନ୍ତର୍ଜାତୀୟ ଶାନ୍ତି ଦିବସ କ’ଣ ଏବଂ ଏହା କାହିଁକି ଗୁରୁତ୍ୱପୂର୍ଣ୍ଣ?
International Day of Peace:ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଦ୍ୱାରା ସମ୍ପର୍କ ଦୃଢ଼ ହୁଏ। ଫଳରେ ନକାରାତ୍ମକ ଚିନ୍ତାଧାରା ଦୂର ହୋଇ ବିକାଶର ମାର୍ଗ ପ୍ରଶସ୍ତ ହୋଇଥାଏ। ଅନ୍ତର୍ଜାତୀୟ ସ୍ତରରେ ଦେଶ ଦେଶ ମଧ୍ୟରେ ଶାନ୍ତି ବିରାଜମାନ କଲେ ରାଷ୍ଟ୍ରଗୁଡ଼ିକର ବିକାଶ ସଫଳ ହୋଇପାରିଥାଏ। ଶାନ୍ତିର ଗୁରୁତ୍ୱକୁ ଉପଲବ୍ଧିକରି ଏନେଇ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ୨୧ ସେପ୍ଟେମ୍ବରରେ ଅନ୍ତର୍ଜାତୀୟ ଶାନ୍ତି ଦିବସ ପାଳନ କରାଯାଇଥାଏ।
ସାରା ବିଶ୍ବରେ ଶାନ୍ତି, ସୌହାର୍ଦ୍ଦ୍ୟ ଓ ଅହିଂସାର ପ୍ରସାର ପାଇଁ ମିଳିତ ଜାତିସଂଘ ପକ୍ଷରୁ ଏହି ଦିବସ ପାଳନ କରାଯାଉଛି । ବର୍ତ୍ତମାନ ପରିସ୍ଥିତିରେ ସମଗ୍ର ବିଶ୍ୱରେ ଅଶାନ୍ତ ଓ ଅରାଜକତାର ବାତାବରଣ ଦେଖାଯିବା ସହ ସାମ୍ପ୍ରଦାୟିକ ହିଂସା ଭଳି ଘଟଣା ଦେଖା ଯାଉଥିବାରୁ ଏହି ଦିବସ ପାଳନର ଗୁରୁତ୍ୱ ବଢ଼ିଯାଇଛି ।

ଧଳା କପୋତକୁ ଶାନ୍ତିର ଦୂତ ଭାବେ ବିେବଚନା କରାଯାଏ। ତେଣୁ ବିଶ୍ବ ଶାନ୍ତି ଦିବସ ପାଳନ ଉପଲକ୍ଷେ ଧଳା କପୋତ ଉଡ଼ାଯାଇ ବିଶ୍ବବାସୀଙ୍କୁ ଶାନ୍ତିର ବାର୍ତ୍ତା ଦିଆଯାଏ। ଜାତି ନିର୍ବିଶେଷରେ ସମସ୍ତଙ୍କୁ ସମଭାବ ପ୍ରଦର୍ଶନ କରୁଥିବା ଏକ ବିଶ୍ୱ ନିର୍ମାଣ କରିବା ମଧ୍ୟ ଏହାର ଉଦ୍ଦେଶ୍ୟ । ଚଳିତ ବର୍ଷ ଏହି ଦିବସର ବିଷୟ ରହିଛି 'ଶାନ୍ତି ସଂସ୍କୃତିର ବିକାଶ' ।
ସାରା ବିଶ୍ବରେ ଶାନ୍ତି ବଜାୟ ରଖୀବା ପାଇଁ ୧୯୮୧ରେ ମିଳିତ ଜାତିସଂଘ 'ଆନ୍ତର୍ଜାତିକ ଶାନ୍ତି ଦିବସ' ପାଳନ କରିବାକୁ ଘୋଷଣା କରିଥିଲା। ୧୯୮୨ରେ ପ୍ରଥମ ଥର ଆନ୍ତର୍ଜାତିକ ଶାନ୍ତି ଦିବସ ପାଳନ କରାଗଲା। ୧୯୮୨ରୁ ୨୦୦୧ ପର୍ଯ୍ୟନ୍ତ ସେପ୍ଟେମ୍ବର ମାସର ତୃତୀୟ ମଙ୍ଗଳବାରକୁ ଆନ୍ତର୍ଜାତିକ ଶାନ୍ତି ଦିବସ ଭାବରେ ପାଳନ କରାଯାଉଥିଲା।
୨୦୦୨ ମସିହାଠାରୁ ସେପ୍ଟେମ୍ବର ୨୧କୁ 'ଆନ୍ତର୍ଜାତିକ ଶାନ୍ତି ଦିବସ' ଭାବେ ପାଳନ କରାଯାଉଛି। ଏହି ଦିନରେ ମିଳିତ ଜାତିସଂଘର ମୁଖ୍ୟାଳୟ ନ୍ୟୁୟର୍କରେ ଶାନ୍ତିର ଘଣ୍ଟା ବଜାଯାଏ।












Click it and Unblock the Notifications