କୌଣସି ଜିଲ୍ଲାର ନାମ ପରିବର୍ତ୍ତନ ହେଲେ କଣ ପଡ଼ିଥାଏ ପ୍ରଭାବ... ଜାଣନ୍ତୁ ଏହା ଆପଣଙ୍କ ଉପରେ କିଭଳି ପ୍ରଭାବ ପକାଇଥାଏ

ନୂଆଦିଲ୍ଲୀ:ଦେଶରେ ଜିଲ୍ଲାର ନାମ ପରିବର୍ତ୍ତନ ପ୍ରକ୍ରିୟା ଏବେ ବି ଜାରି ରହିଛି । ଗତ କିଛି ବର୍ଷ ମଧ୍ୟରେ ଉତ୍ତରପ୍ରଦେଶର ଅନେକ ଜିଲ୍ଲାର ନାମ ପରିବର୍ତ୍ତନ କରାଯାଇଛି । ବର୍ତ୍ତମାନ ଏହି ତାଲିକାରେ ଗାଜିଆବାଦ ଜିଲ୍ଲାର ନାମ ମଧ୍ୟ ଯୋଡା ଯାଇଛି । ସୂଚନାନୁସାରେ, ଜିଲ୍ଲାର ନାମ ବଦଳାଇବା ପାଇଁ ମ୍ୟୁନିସିପାଲିଟି କର୍ପୋରେସନର ବୋର୍ଡ ବୈଠକରେ ଗୃହର ଅନୁମୋଦନ ଗ୍ରହଣ କରାଯାଇଛି । କିନ୍ତୁ ଏଠି ପ୍ରଶ୍ନ ଉଠୁଛି କି ଯେତେବେଳେ ଜିଲ୍ଲାର ନାମ ପରିବର୍ତ୍ତନ ହୁଏ, ସେହି ଜିଲ୍ଲାରେ କାର୍ଯ୍ୟ କରିବାର ପଦ୍ଧତିରେ କିଛି ପରିବର୍ତ୍ତନ ଆସେ କି? ଆଜି ଆମେ ଆପଣଙ୍କୁ ଏହା ବିଷୟରେ ବିସ୍ତୃତ ଭାବରେ କହିବୁ ।

କିଭଳି ବଦଳାଯାଏ ଜିଲ୍ଲାର ନାମ?

କୌଣସି ଜିଲ୍ଲା କିମ୍ବା ସହରର ନାମ ପରିବର୍ତ୍ତନ କରିବା ଏତେ ସହଜ ନୁହେଁ । ଏଥିପାଇଁ ଏକ ପ୍ରସ୍ତାବ କ୍ୟାବିନେଟକୁ ଯାଇଥାଏ । ଏହା ପରେ କ୍ୟାବିନେଟରେ ପ୍ରସ୍ତାବ ପାରିତ ହେବା ପରେ ସହର କିମ୍ବା ଜିଲ୍ଲାର ନାମ ପରିବର୍ତ୍ତନ କରିବାକୁ ଅନୁମତି ଦିଆଯାଏ । ଯେତେବେଳେ ପ୍ରସ୍ତାବ ପାରିତ ହୁଏ, ସେତେବେଳେ ନୂଆ ସହର କିମ୍ବା ଜିଲ୍ଲାର ନାମ ଥିବା ଗେଜେଟ୍ ପେପର ପ୍ରସ୍ତୁତ ହୁଏ, ଆଉ ଯାହା ପରେ ନୂଆ ନାମକୁ ମଞ୍ଜୁରୀ ମିଳିଥାଏ ।

ଡକ୍ୟୁମେଣ୍ଟରେ ନାମ ପରିବର୍ତ୍ତନ ହୋଇଥାଏ କି?

କୌଣସି ସହର କିମ୍ବା ଜିଲ୍ଲାର ନାମ ପରିବର୍ତ୍ତନ କରିବା ପରେ, ଡକ୍ୟୁମେଣ୍ଟରେ ମଧ୍ୟ ପରିବର୍ତ୍ତନ ହୋଇଥାଏ । କିନ୍ତୁ ପୂର୍ବରୁ ଦିଆଯାଇଥିବା ଡକ୍ୟୁମେଣ୍ଟରେ କୌଣସି ପ୍ରକାରର ପରିବର୍ତ୍ତନ ହୋଇନଥାଏ , ଅର୍ଥାତ୍ ଆପଣଙ୍କ ପାଖରେ ଥିବା ଡକ୍ୟୁମେଣ୍ଟରେ କୌଣସି ପରିବର୍ତ୍ତନ କରାଯାଇ ନଥାଏ । କିନ୍ତୁ ସରକାର ଦେଇଥିବା ନୂତନ ଡକ୍ୟୁମେଣ୍ଟରେ ସହରର ନୂଆ ନାମ ପୁରୁଣା ସ୍ଥାନରେ ପ୍ରିଣ୍ଟ କରାଯାଇଥାଏ ।
ଉଦାହରଣ ସ୍ୱରୂପ, ଯଦି ଆପଣଙ୍କର ଆହ୍ଲାବାଦରେ ଡକ୍ୟୁମେଣ୍ଟ୍ ତିଆରି ହୋଇଛି, ତେବେ ସେଗୁଡ଼ିକରେ କୌଣସି ପରିବର୍ତ୍ତନ ହେବ ନାହିଁ । କିନ୍ତୁ ଯେତେବେଳେ ଏକ ନୂତନ ଡକ୍ୟୁମେଣ୍ଟ୍ ପ୍ରାପ୍ତ ହୁଏ କିମ୍ବା ପୁରୁଣା ଡକ୍ୟୁମେଣ୍ଟ୍ ନବୀକରଣ ହୁଏ, ସେଥିରେ ନୂତନ ସହର ପ୍ରୟାଗରାଜ ନାମ ପ୍ରିଣ୍ଟ ହୋଇଥାଏ । କିନ୍ତୁ ସହରର ସମସ୍ତ ସରକାରୀ କାର୍ଯ୍ୟ ପୂର୍ବ ପରି ସମାନ ହୋଇଥାଏ , ନାମ ବ୍ୟତୀତ ଏଥିରେ କୌଣସି ପରିବର୍ତ୍ତନ ହୋଇନଥାଏ ।

impact of changing the name of a district
ରେଳ ଷ୍ଟେସନ ଏବଂ କାର୍ଯ୍ୟାଳୟର ନାମ

ସହରର ନାମ ପରିବର୍ତ୍ତନ ସହିତ ସମସ୍ତ ରେଳ ଷ୍ଟେସନ ଏବଂ କାର୍ଯ୍ୟାଳୟ ବାହାରେ ଥିବା ବୋର୍ଡଗୁଡ଼ିକ ମଧ୍ୟ ବଦଳାଯାଇଥାଏ । ଏହି ଷ୍ଟେସନ ଏବଂ ଅଫିସରେ ନୂଆ ନାମ ବୋର୍ଡ଼ ଲଗାଯାଇଥାଏ । ଏହା ବ୍ୟତୀତ ଆଇଆରସିଟିସି ୱେବସାଇଟରେ ନୂଆ ନାମରେ ଟିକେଟ୍ ମଧ୍ୟ ବୁକ୍ କରାଯାଇଥାଏ ।

ବସ୍ ଷ୍ଟାଣ୍ଡ ନାମ ପରିବର୍ତ୍ତନ କରାଯାଇଥାଏ କି?

ଜିଲ୍ଲା କିମ୍ବା ସହରର ନାମ ପରିବର୍ତ୍ତନ ସହିତ ବସ୍‌ଷ୍ଟାଣ୍ଡର ନାମ ମଧ୍ୟ ବଦଳାଯାଇଥାଏ । ଆପଣଙ୍କୁ ବସ୍ ଷ୍ଟାଣ୍ଡ ବାହାରେ ଥିବା ବୋର୍ଡରେ କିମ୍ବା ୱେବସାଇଟରେ ଏକ ନୂତନ ନାମ ରେ ବୁକିଂ କରିବାକୁ ପଡ଼ିଥାଏ ।


ନାମ ପରିବର୍ତ୍ତନ ହେଲେ କେତେ ଟଙ୍କା ଖର୍ଚ୍ଚ ହୋଇଥାଏ?

ଯଦି କୌଣସି ସହର କିମ୍ବା ସ୍ଥାନର ନାମ ପରିବର୍ତ୍ତନ ହୁଏ, ତେବେ ଏଥିଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସହରର ନାମ ବଦଳାଇବା ପାଇଁ ହାରାହାରି ୩୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ । ଯଦି ମେଟ୍ରୋ ସହରର ନାମ ପରିବର୍ତ୍ତନ କରାଯାଏ , ତେବେ ସେହି କ୍ଷେତ୍ରରେ ଏହି ପରିମାଣ ୧୦୦୦ କୋଟିରେ ମଧ୍ୟ ପହଞ୍ଚିପାରେ । ସହରର ନୂତନ ନାମ ସହିତ, ସେଠାରେ ଅବସ୍ଥିତ ପ୍ରତ୍ୟେକ ସରକାରୀ ସ୍ଥାନଗୁଡ଼ିକର ନାମରେ ପରିବର୍ତ୍ତନ କରାଯାଇଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+