Get Updates
Get notified of breaking news, exclusive insights, and must-see stories!

ଏତିକି ଟଙ୍କାରେ କିଣନ୍ତୁ ଜହ୍ନ ରାଇଜରେ ଜମି, ଜାଣନ୍ତୁ କିପରି କରିବେ ରେଜିଷ୍ଟ୍ରି

Chandrayaan 3: ଆଜି ଭାରତକୁ ମିଳିଛି ବଡ଼ ସଫଳତା । ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ୪୦ ଦିନିଆ ଯାତ୍ରା ଆରମ୍ଭ କରିଥିବା ISROର ଚନ୍ଦ୍ରଯାନ-୩ ମିଶନ ସଫଳ ହୋଇଛି । ଜୁଲାଇରେ ଆରମ୍ଭ ହେବା ଠାରୁ ଚନ୍ଦ୍ରରେ ଅବତରଣ କରିବା ପର୍ଯ୍ୟନ୍ତ ଭାରତର ତୃତୀୟ ଚନ୍ଦ୍ର ମିଶନ ଏକ ଦୀର୍ଘ ରାସ୍ତା ଅତିକ୍ରମ କରିଛି । ଚନ୍ଦ୍ରଯାନର ସଫଳତା କେବଳ ବିଜ୍ଞାନରେ ନୁହେଁ ଇଞ୍ଜିନିୟରିଂ, ଟେକ୍ନୋଲୋଜି ଏବଂ ଇଣ୍ଡଷ୍ଟ୍ରିରେ ମଧ୍ୟ ଏକ ମାଇଲଖୁଣ୍ଟ ବୋଲି ପ୍ରମାଣିତ ହେବ ବୋଲି ଇସ୍ରୋ କହିଛି ।

ଚନ୍ଦ୍ରଯାନ-3ର ସଫଳତା ସହିତ ଚନ୍ଦ୍ରରେ ଜୀବନଜାପନକୁ ଆଲୋଚନା ହେଉଛି । ଏହି ଲୋକମାନେ ଜାଣିବା ପାଇଁ ଚାହୁଁଛନ୍ତି ଯେ, ଜହ୍ନରେ କ'ଣ ଜୀବନଜାପନ କରିବା ସମ୍ଭବ । ଚନ୍ଦ୍ରରେ ଜମି କିପରି କିଣିବେ ଏବଂ ଚନ୍ଦ୍ରରେ ଜମିର ମୂଲ୍ୟ କେତେ? ଆସନ୍ତୁ ଜାଣିବା ଏହି ସମସ୍ତ ପ୍ରଶ୍ନର ଉତ୍ତର ଏବଂ ସେହି ବ୍ୟକ୍ତିମାନେ କିଏ ଯେଉଁମାନେ ଚନ୍ଦ୍ରରେ ଜମି କିଣି ସାରିଛନ୍ତି । ବୈଜ୍ଞାନିକମାନେ ଦାବି କରିସାରିଛନ୍ତି ଯେ, ଦିନେ ଲୋକମାନଙ୍କର ଚନ୍ଦ୍ରରେ ଜୀବନ ଜାପନ କରିବା ଆରମ୍ଭ କରିଦେଇଛନ୍ତି । ଏଥି ସହିତ ବୌଜ୍ଞାନିକମାନେ ଚନ୍ଦ୍ରେରେ ଅଧିକ ତଥ୍ୟ ପାଇବା ପାଇଁ ସନ୍ଧାନ ଆରମ୍ଭ କରିଦେଇଛନ୍ତି ।

Chandrayaan 3

କିଛି କମ୍ପାନୀ ଚନ୍ଦ୍ରରେ ଜମି ବିକ୍ରି କରିବା ଆରମ୍ଭ କରିଦେଇଛନ୍ତି । ଲୁନା ସୋସାଇଟି ଇଣ୍ଟରନ୍ୟାସନାଲ ଏବଂ ଆନ୍ତର୍ଜାତୀୟ ଚନ୍ଦ୍ର ଲ୍ୟାଣ୍ଡ ରେଜିଷ୍ଟ୍ରି ପରି ଦୁଇଟି କମ୍ପାନୀ ଚନ୍ଦ୍ରରେ ଜମି ବିକ୍ରି କରିବା ଆରମ୍ଭ କରିଦେଇଛନ୍ତି । ଚନ୍ଦ୍ରରେ ଜମି କିଣିବା ପାଇଁ ଅନଲାଇନ୍ ପଞ୍ଜିକରଣ କରିବା ପାଇଁ ପଡିବ । ଚନ୍ଦ୍ରରେ ଏକ ଏକର ଜମିର ମୂଲ୍ୟ ହେଉଛି $ 37.50 ଅର୍ଥାତ୍ ପ୍ରାୟ 3075 ଟଙ୍କା । ତେବେ ଏତିକି ଟଙ୍କା ଖର୍ଚ୍ଚ କରି ଆପଣ ଚନ୍ଦ୍ରରେ ନିଜ ପାଇଁ ଏକ ଏକର ଜମି କିଣି ପାରିବେ । ଆନ୍ତର୍ଜାତୀୟ ମହାକାଶ ଆଇନ ଆଧାରରେ ଚନ୍ଦ୍ରରେ ଜମି କିଣିବା ଆଇନ ଅନୁଯାୟୀ ବୈଧ ନୁହେଁ।

ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ, ଯିଏ ମହାକାଶ ବିଜ୍ଞାନ ପ୍ରତି ରଚି ରଖୁଥିଲେ । ସେ ଚନ୍ଦ୍ରରେ ନିଜ ପାଇଁ ଜମି କିଣିଛନ୍ତି। ତାଙ୍କ ମୃତ୍ୟୁ ସମୟରେ ଏହି କଥା ସ୍ପଷ୍ଟ ହୋଇଥିଲା । ଏହା ବ୍ୟତୀତ ହାଇଦ୍ରାବାଦର ରାଜୀବ ବାଗଡି 2002 ରେ ଚନ୍ଦ୍ରରେ ଜମି କିଣିଥିଲେ। ଏବଂ 2006 ରେ ବେଙ୍ଗାଲୁରୁର ଲଲିତ ମୋହତା ମଧ୍ୟ ଚନ୍ଦ୍ରରେ ଜମି କିଣିଥିବା ନେଇ ସୂଚନା ରହିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+