ଇଣ୍ଟରଲକିଂ ସିଷ୍ଟମ କଣ ? ଯାହା ସାଜିଲା ଦୁର୍ଘଟଣାର କାରଣ...
ନୂଆଦିଲ୍ଲୀ: ଓଡି଼ଶା ଟ୍ରେନ୍ ଟ୍ରାଜେଡ଼ିର କାରଣ ଇଣ୍ଟରଲକିଂରେ ତ୍ରୁଟି ବୋଲି ଆଜି ସକାଳେ ପ୍ରତିକ୍ରିୟା ରଖି କହିଥିଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱୀନ ବୈଷ୍ଣବ । ଆଉ ରେଳମନ୍ତ୍ରୀଙ୍କ ଏହି ବୟାନ ପରେ ଇଣ୍ଟରଲକିଂ ସିଷ୍ଟମ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ତେବେ ଆପଣ ଜାଣନ୍ତି କି, ଇଣ୍ଟରଲକିଂ ସିଷ୍ଟମ କଣ ? ଦୁର୍ଘଟଣାରୁ କିପରି ରକ୍ଷା କରିବ ଏହି ଇଣ୍ଟରଲକିଂ କଣ ? ଯଦି ଆପଣ ଜାଣି ନାହାନ୍ତି । ରେଳଯାତ୍ରା କରିବା ପୂର୍ବରୁ ଏହି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପରେ ଗୋଟେ ନଜର ପକାନ୍ତୁ...

ଇଣ୍ଟରଲକିଂ ସିଷ୍ଟମ କ'ଣ?
ସରଳ ଭାଷାରେ କହିବାକୁ ଗଲେ ଟ୍ରେନର ଟ୍ରାକ ପରିବର୍ତ୍ତନ କମ୍ପ୍ୟୁଟର ଦ୍ୱାରା ହୋଇଥାଏ, ଯାହକୁ ଇଣ୍ଟରଲକିଂ ବ୍ୟବସ୍ଥା ବୋଲି କୁହାଯାଏ । ଅର୍ଥାତ୍ ଷ୍ଟେସନରେ ଟ୍ରେନ ଯାଉଥିବା ସମୟରେ ଯଦି ଲୁପ୍ ଲାଇନ୍ ସେଟ୍ ଥାଏ । ତେବେ ଲୋକା ପାଇଲଟଙ୍କୁ ମୁଖ୍ୟ ଲାଇନ ପାଇଁ ସଗନାଲ୍ ମିଳିବ ନାହିଁ । ସେହିଭଳି ଯଦି ମୁଖ୍ୟ ଲାଇନ୍ ସେଟ୍ ଅଛି, ତେବେ ଲୁପ୍ ଲାଇନ୍ ପାଇଁ ସିଗନାଲ ମିଳିବ ନାହିଁ ।
ରେଳ ମନ୍ତ୍ରଣାଳୟ ଅନୁଯାୟୀ ରେଳବାଇରେ ଦୁଇ ପ୍ରକାରର ଇଣ୍ଟରଲକିଂ ସିଷ୍ଟମ ଅଛି । ଗୋଟିଏ ହେଉଛି ଯାନ୍ତ୍ରିକ ଇଣ୍ଟରଲକିଂ କିମ୍ବା ବୈଦୁତିକ ଇଣ୍ଟରଲକିଂ ଏବଂ ଅନ୍ୟଟି ହେଉଛି କମ୍ପ୍ୟୁଟର ଆଧାରିତ ଇଣ୍ଟରଲକିଂ । ଆଜିର ସମୟରେ କମ୍ପ୍ୟୁଟର ଆଧାରିତ ଇଣ୍ଟରଲକିଂ ହେଉଛି ଆଧୁନିକ ସିଗନାଲ । ଏହାକୁ ବହୁଳ ମାତ୍ରାରେ ବ୍ୟବହାର କରାଯାଉଛି । ଯେଉଁଥିରେ ଯାନ୍ତ୍ରିକ ପ୍ୟାନେଲ ଅପେକ୍ଷା ଅଧିକ ସୁବିଧା ଅଛି । ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂ ଲଜିକ୍ ହେଉଛି ସଫ୍ଟୱେର୍ ଆଧାରିତ । ଏହାର କାର୍ଯ୍ୟ ଫେଲ ମାରିଲେ ସର୍ବନିମ୍ନ ସିଷ୍ଟମ୍ ଡାଉନ୍ ଟାଇମ୍ ମଧ୍ୟ ଅଛି ।
ଉଲ୍ଲେଖଥାଉ କି, ବାହନଗା ଟ୍ରେନ୍ ଟ୍ରାଜେଡ଼ିର କାରଣ ଇଣ୍ଟରଲକିଂରେ ତ୍ରୁଟି ବୋଲି ଆଜି ସକାଳେ ପ୍ରତିକ୍ରିୟା ରଖି କହିଥିଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱୀନ ବୈଷ୍ଣବ । ମନ୍ତ୍ରୀ କହିଥିଲେ, ଇଣ୍ଟରଲକିଂ ସିଷ୍ଟମରେ ପରିବର୍ତନ ଯୋଗୁ ଦୁର୍ଘଟଣା ହୋଇଛି । ଦୁର୍ଘଟଣା ପାଇଁ ଦାୟୀ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ରେଲୱେ ସଫ୍ଟି କମିଶନର ଖୁବଶୀଘ୍ର ତଦନ୍ତ ରିପୋର୍ଟ ଦେବେ । ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କବଚ ନେଇ ଏହି ଦୁର୍ଘଟଣାର କୌଣସି ସଂପର୍କ ନାହିଁ ବୋଲି କହିଛନ୍ତି ରେଳ ମନ୍ତ୍ରୀ ।












Click it and Unblock the Notifications