ଜାଣନ୍ତୁ କ'ଣ ପାଇଁ ଠପ୍ ହେଲା ମାଇକ୍ରୋସଫ୍ଟର ସର୍ଭର

What is CrowdStrike: ମାଇକ୍ରୋସଫ୍ଟର ସର୍ଭର ଡାଉନ୍ ହେବାରୁ ସାରା ବିଶ୍ୱରେ ଚହଳ ସୃଷ୍ଟି ହୋଇଛି ଏବଂ ଅନେକ ଟିଭି ଚ୍ୟାନେଲ ମଧ୍ୟ ବନ୍ଦ ହୋଇଯାଇଛି ଏପରିକି ଅନେକ ବିମାନ ଉଡ଼ାଣ ବାତିଲ ହୋଇଥିବାବେଳେ ସର୍ଭର ଡାଉନ ଯୋଗୁଁ ଅନେକ ବ୍ୟାଙ୍କ କାର୍ଯ୍ୟ ମଧ୍ୟ ବନ୍ଦ କରିବାକୁ ପଡିଛି ।

ଆମେରିକା, ଅଷ୍ଟ୍ରେଲିଆ, ବ୍ରିଟେନ, ନ୍ୟୁଜିଲ୍ୟାଣ୍ଡ ଏବଂ ଭାରତ ପର୍ଯ୍ୟନ୍ତ ମାଇକ୍ରୋସଫ୍ଟ ସର୍ଭର ଡାଉନ୍ ହେବାରୁ ସମସ୍ତ ବ୍ୟବସ୍ଥା ଉପରେ ପ୍ରଭାବ ପକାଇଛି । ତେବେ ଉପୁଜିଥିବା ସମସ୍ୟାର ସମାଧାନ ପାଇଁ ଏହା କାର୍ଯ୍ୟ ଜାରି ରହିଛି ବୋଲି ମାଇକ୍ରୋସଫ୍ଟ ସୂଚନା ଜାରି କହିଛି ।

Microsoft Windows Outage

CrowdStrike ସ୍ଟ୍ରାଇକ୍ ପାଇଁ ଏପରି ସମସ୍ୟା ସୃଷ୍ଟି ହୋଇଛି ବୋଲି ସୂଚନା ରହିଛି । ତେବେ ଏପରି ସମସ୍ୟା ସାଇବର ସିକ୍ୟୁରିଟି ଫାର୍ମ କ୍ରାଉଡ୍ ଷ୍ଟ୍ରାଇକ୍ ପାଇଁ ସୃଷ୍ଟି ହୋଇଛି ବୋଲି ଶିଳ୍ପ ବିଶେଷଜ୍ଞମାନେ କହିଛନ୍ତି। ମାଇକ୍ରୋସଫ୍ଟ ୱିଣ୍ଡୋଜ୍ ଏହାର ଗ୍ରାହକମାନଙ୍କ ମଧ୍ୟରୁ ଅନ୍ୟତମ । କମ୍ପାନୀର ମୂଳ ଉତ୍ପାଦଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି କ୍ରାଉଡ୍ ଷ୍ଟ୍ରାଇକ୍ ଫାଲକନ୍, ଏହାର ୱେବସାଇଟ୍ ରେ ଏକ ପ୍ଲାଟଫର୍ମ ଭାବରେ ବର୍ଣ୍ଣିତ ଯାହା ସମ୍ଭାବ୍ୟ ସାଇବର ସିକ୍ୟୁରିଟି ବିପଦରୁ "ରିଅଲ୍-ଟାଇମ୍ ଆକ୍ରମଣ ସୂଚକ, ହାଇପର-ସଠିକ୍ ଚିହ୍ନଟ ଏବଂ ସ୍ୱୟଂଚାଳିତ ସୁରକ୍ଷା" ପ୍ରଦାନ କରିଥାଏ ।

2011 ରେ ପ୍ରତିଷ୍ଠିତ ହୋଇଥିବା କ୍ରାଉଡ୍ ଷ୍ଟ୍ରାଇକ୍ କମ୍ପାନୀ 'ଫାଲକନ୍'କୁ ବଡ଼ କମ୍ପାନୀ ଏବଂ ସରକାରୀ ଗ୍ରାହକଙ୍କୁ ବିକ୍ରି କରିଥାଏ । ଯେଉଁଥିରେ ପ୍ରମୁଖ ବିଶ୍ୱବ୍ୟାଙ୍କ, ସ୍ୱାସ୍ଥ୍ୟସେବା ଏବଂ ଶକ୍ତି କମ୍ପାନୀ କର୍ପୋରେଟ୍ ଅଫିସ ସାମିଲ ଅଛି ।

। ଭାରତ, ଅଷ୍ଟ୍ରେଲିଆ, ଜର୍ମାନୀ, ଆମେରିକା, ୟୁକେରେ ମାଇକ୍ରୋସଫ୍ଟ ସର୍ଭର ଡାଉନ୍ ହୋଇଛି । ସାଇବର ସିକ୍ୟୁରିଟି ପ୍ଲାଟଫର୍ମ କ୍ରାଉଡଷ୍ଟ୍ରାଇକରେ ସମସ୍ୟା ଯୋଗୁଁ ସେବା ପ୍ରଭାବିତ ହୋଇଛି । ଇଣ୍ଡିଗୋ ଓ ସ୍ପାଇସଜେଟ୍ ଭଳି ଏୟାରଲାଇନ୍ସର କହିବାନୁସାରେ ସର୍ଭରରେ ସମସ୍ୟା ଯୋଗୁଁ ସେବା ବନ୍ଦ ହୋଇଯାଇଛି । ଏୟାରପୋର୍ଟରେ ଚେକ୍ ଇନ୍ ଓ ଚେକ୍ ଆଉଟ୍ ସୁବିଧା ବନ୍ଦ ହୋଇଛି । ବୁକିଂ ସେବା ମଧ୍ୟ ପ୍ରଭାବିତ ହୋଇଛି ।

ବ୍ୟାଙ୍କିଂ ସହ ବିମାନ ସେବାରେ ମଧ୍ୟ ବ୍ୟାପକ ଭାବେ ପ୍ରଭାବିତ ହୋଇଛି । ଦିଲ୍ଲୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ବି ସେବା ପ୍ରଭାବିତ ହୋଇଥିବା ସୂଚନା ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+