'ନରେନ୍ଦ୍ର ମୋଦୀଙ୍କ ସରକାର ଦେଶର ସୁରକ୍ଷା ବ୍ୟବସ୍ଥାକୁ ମଜଭୂତ କରିଛନ୍ତି '
ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି ନରେନ୍ଦ୍ର ମୋଦୀଙ୍କ ସରକାର ଦେଶର ସୁରକ୍ଷା ବ୍ୟବସ୍ଥାକୁ ମଜଭୂତ କରିବା ସହ ସୁରକ୍ଷିତ ଭାରତ ନିର୍ମାଣ କରିଛନ୍ତି । ଶ୍ରୀ ଶାହା କହିଛନ୍ତି ମୋଦୀ ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ୧୦୦ଦିନ ପୂରଣ ହୋଇଛି । ଏହି ଅବସରରେ ଏକ ସମ୍ବାଦଦାତା ସମ୍ମିଳନୀକୁ ସମ୍ବୋଧିତ କରି ଶ୍ରୀ ଶାହା କହିଛନ୍ତି ସରକାର ଗତ ୧୦ବର୍ଷରେ ଦେଶର ବିକାଶ ଲାଗି ଅନେକ ଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଛନ୍ତି । ସେ କହିଛନ୍ତି ପ୍ରଥମ ୧୦୦ ଦିନରେ ୧୫ଲକ୍ଷ କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଶାହା କହିଛନ୍ତି ଗତ ୧୦୦ ଦିନ ମଧ୍ୟରେ କେନ୍ଦ୍ର ସରକାର ୩ଲକ୍ଷ କୋଟି ଟଙ୍କାର ପ୍ରକଳ୍ପଗୁଡ଼ିକ ଘୋଷଣା କରିବା ସହ ସେଗୁଡ଼ିକର କାର୍ଯ୍ୟ ଆରମ୍ଭ ହୋଇଛି ।
ଅମିତ ଶାହା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ରାଷ୍ଟ୍ରୀୟ ଶିକ୍ଷାନୀତି ଆରମ୍ଭ ହୋଇଛି ଯେଉଁଥିରେ ପୁରୁଣା ଶିକ୍ଷା ପ୍ରଣାଳୀ ଏବଂ ଆଧୁନିକ ଶିକ୍ଷାକୁ ମିଶ୍ରଣ କରାଯାଇ ଆଞ୍ଚଳିକ ଭାଷାରେ ଶିକ୍ଷାଦାନ ନିମନ୍ତେ ବ୍ୟବସ୍ଥା କରାଯାଇଛି । ସେ କହିଛନ୍ତି ସରକାର ମେକ୍ ଇନ୍ ଇଣ୍ଡିଆ ଅଧୀନରେ ଭାରତକୁ ବିଶ୍ୱର ଉତ୍ପାଦନ କେନ୍ଦ୍ର ଭାବରେ ଗଢ଼ି ତୋଳିଛନ୍ତି । ସେ କହିଛନ୍ତି ଆଜିବିଶ୍ବର ଅନେକ ଦେଶ ଭାରତର ଡିଜିଟାଲ ଇଣ୍ଡିଆ ଯୋଜନାକୁ ସେମାନଙ୍କ ଦେଶରେ ଲାଗୁ କରିବାକୁ ପ୍ରସ୍ତାବ ରଖିଛନ୍ତି ।

ସୂଚନା ଅନୁଯାୟୀ ଏହି ପ୍ରଥମ ୧୦୦ ଦିନ ମଧ୍ୟରେ ମୋଦୀ ସରକାରଙ୍କ ପକ୍ଷରୁ ୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ନେଇ ଅନେକ ଗୁଡ଼ିଏ ପଦକ୍ଷେପ ଗ୍ରହଣ କରାଯାଇଛି । ୧୦୦ ଦିନ ମଧ୍ୟରେ କେନ୍ଦ୍ର ସରକାର ବିଭିନ୍ନ ପ୍ରକଳ୍ପ ଓ ଯୋଜନା ଗୁଡ଼ିକରେ ୧୫ଲକ୍ଷ କୋଟି ଟଙ୍କା ନିବେଶ କରିଛନ୍ତି । କୃଷି ଏବଂ ବିନିର୍ମାଣ କ୍ଷେତ୍ରକୁ ଅଗ୍ରାଧିକାର ଦିଆଯାଇଛି ।
ଗରିବ, ମଧ୍ୟବିତ୍ତ, ଦଳିତ, ବଞ୍ଚୁତ, ଆଦିବାସୀ, ମହିଳା ଏବଂ ଯୁବପିଢ଼ିଙ୍କ ଜୀବନଶୈଳୀକୁ ସହଜ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଦୂରଦୃଷ୍ଟି ସମ୍ପନ୍ନ ନାଗରୀକ କେନ୍ଦ୍ରିତ ଯୋଜନା ଗୁଡ଼ିକ ଲାଗୁ କରାଯାଇଛି । ସାମାଜିକ ସଂସ୍କାର ଓ ମଧ୍ୟବିତମାନଙ୍କୁ ସଶକ୍ତ କରିବା ସହ ସ୍ଵାସ୍ଥ୍ୟ ଏବଂ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ଲାଗି କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି ।












Click it and Unblock the Notifications