୧୬ ଡିସେମ୍ବର ୨୦୧୨ ରାତିରେ ହୋଇଥିଲା କଣ? ଜାଣନ୍ତୁ ସେ କାଳ ରାତ୍ରିର ପୁରା ଘଟଣା

Nirbhaya case:ଡିସେମ୍ବର ୧୬, ୨୦୧୨ ଏହା ଭାରତୀୟ ଇତିହାସର ଏକ ଅନ୍ଧକାର ଦିନ ଯାହା ଆମ ଦେଶରେ ଝିଅମାନଙ୍କ ସୁରକ୍ଷା ଉପରେ ଏକ କଳା ଦାଗ ଭଳି । ଆଜିର ସେହି ଦିନରେ ରାଜଧାନୀ ଦିଲ୍ଲୀ ରାସ୍ତାରେ ଚାଲୁଥିବା ଏକ ଘରୋଇ ବସରେ ଜଣେ ୨୩ ବର୍ଷର ବାଳିକାକୁ ଅତି ନିର୍ମମ ଭାବେ ବଳାତ୍କାର କରାଯାଇଥିଲା । ଆଜିକୁ ନିର୍ଭୟା ଘଟଣାକୁ ୧୧ ବର୍ଷ ବିତଯାଇଛିି ।

ସେତେବେଳେ ଏହି ନିର୍ମମ ବଳାତ୍କାର ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇ୍‌ଥିଲା । ଏହି ଘଟଣା ପରେ, କଠୋର ନିୟମ ଏବଂ ଯୌନ ହିଂସା ବିରୋଧରେ ଅଧିକ ପ୍ରଭାବଶାଳୀ ପଦକ୍ଷେପ ପାଇଁ ଦାବି ତୀବ୍ର ହୋଇଥିଲା ସାରା ଦେଶରେ । ଏହି ଘଟଣାକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ କରିଥିଲା ।

Nirbhaya case

ବିଭିନ୍ନ ବର୍ଗର ଲୋକମାନେ ଏକତ୍ରିତ ହୋଇ ନିର୍ଭୟାଙ୍କ ପାଇଁ ନ୍ୟାୟ ଦାବି କରିଥିଲେ ଏବଂ ଭାରତରେ ଲିଙ୍ଗ ଭିତ୍ତିକ ହିଂସା ର ଗଭୀର ସମସ୍ୟାର ସମାଧାନ ପାଇଁ ବ୍ୟବସ୍ଥିତ ପରିବର୍ତ୍ତନ ଆଣିବାକୁ ଦାବି କରିଥିଲେ । ଏଭଳି ପରିସ୍ଥିତିରେ, ଆସନ୍ତୁ ଜାଣିବା ୧୬ ଡିସେମ୍ବର ୨୦୧୨ ରେ କ'ଣ ହେଲା ଏବଂ ନିର୍ଭୟା ନ୍ୟାୟ ପାଇବା ପାଇଁ କେତେ ସମୟ ଲାଗିଥିଲା । ।

୧୬ ଡିସେମ୍ବର ରାତିରେ କ'ଣ ହେଲା?

ଡିସେମ୍ବର ୧୬, ୨୦୧୨ ରାତିରେ ଗୋଟେ ଘରୋଇ ବସ୍‌ରେ ୨୩ ବର୍ଷ ବୟସ୍କା ମହିଳାଙ୍କୁ ଅତି ନିର୍ମମ ଭାବେ ବଳାତ୍କାର କରାଯାଇଥିଲା । ଫିଜିଓଥେରାପିଷ୍ଟ୍ ଇଣ୍ଟର୍ଣ ନିର୍ବୟା ନିଜ ଏକ ଚଳଚ୍ଚିତ୍ର ଦେଖିବା ପରେ ତାଙ୍କ ବନ୍ଧୁ ଅଭୀନ୍ଦ୍ର ପ୍ରତାପ ପାଣ୍ଡେଙ୍କ ସହ ସାକେଟରୁ ଫେରୁଥିଲେ । ସରକାରୀ ବସ୍ ଉପଲବ୍ଧ ନ ଥିବାରୁ ଦୁହେଁ ଦକ୍ଷିଣ ଦିଲ୍ଲୀର ମୁନିର୍କାରେ ଏକ ଘରୋଇ ବସ୍ ନେଇଥିଲେ । ଆଉ ସେହି ବସ୍‌ରେ ଡ୍ରାଇଭରଙ୍କ ସମେତ ୬ ଜଣ ଥିଲେ ।

ବସଟି ଯେଉଁ ଯେଉଁ ମାର୍ଗରେ ଯିବା କଥା ସେହି ମାର୍ଗରେ ନଯାଇ ମାର୍ଗ ପରିବର୍ତ୍ତନ କରିଥିଲା । ବସ୍‌ର ଡ଼ୋର୍ ମଧ୍ୟ ବନ୍ଦ ରହିଥିଲା । ଯେତେବେଳେ ଅଭିନ୍ଦ୍ର ବସର କବାଟ ଏବଂ ମାର୍ଗ ବିଷୟରେ ପ୍ରଶ୍ନ କରିଥିଲେ, ଅଭିଯୁକ୍ତ ତାଙ୍କ ସହ ମାରପିଟ କରିବା ଆରମ୍ଭ କରିଥିଲେ । ସମସ୍ତ ଅଭିଯୁକ୍ତ ନିଶାସକ୍ତ ଅବସ୍ତାରେ ରହିଥିଲେ । ଆଉ ନିର୍ଭୟାଙ୍କ ସହ ଅସଦାଚରଣ କରିବା ଆରମ୍ଭ କରିଥିଲେ । ଅଭୀନ୍ଦ୍ର ଯେତେବେଳେ ଏହାକୁ ବିରୋଧ କରିଥିଲେ, ସେତେବେଳେ ଅଭିଯୁକ୍ତ ମାନେ ଲୁହା ରଡ଼ରେ ତାଙ୍କ ମୁଣ୍ଡରେ ବାଡେଇଥିଲା । ଆଉ ଅଭିନ୍ଦ୍ର ଆଘାତ ଚେତାଶୂନ୍ୟ ହୋଇଯାଇଥିଲେ ।

ପରେ ଅଭିଯୁକ୍ତ ମାେ ନିର୍ଭାୟାଙ୍କୁ ବସ ପଛପଟକୁ ନେଇ ତାଙ୍କୁ ଜଣଙ୍କ ପରେ ଜଣେ ବଳାତ୍କାର କରିଥିଲେ । ଯେତେବେଳେ ନିର୍ଭୟା ଏହାକୁ ବିରୋଧ କରିଥିଲେ, ଜଣେ ନାବାଳକ ତାଙ୍କ ପ୍ରାଇଭେଟ୍ ସ୍ଥାନରେ ଏକ ବାଡ଼ି ଭର୍ତ୍ତି କରିଥିଲେ । ଯେଉଁଥିପାଇଁ ତାଙ୍କ ଅନ୍ତନଳୀ ଟାଣି ହୋଇଯାଇଥିଲା । । ବଳାତ୍କାର ପରେ ନିର୍ଭୟା ଏବଂ ତାଙ୍କ ସାଙ୍ଗଙ୍କୁ ମହୀପୁର ଫ୍ଲାଏଓଭର ନିକଟରେ ଫିଙ୍ଗି ଦେଇଥିଲେ ଅଭିଯୁକ୍ତ । ଜଣେ ଯାତ୍ରୀ ଉଭୟଙ୍କୁ ଦେଖି ସେ ଦିଲ୍ଲୀ ପୋଲିସକୁ ଫୋନ କରିଥିଲେ ।

ଘଟଣା ସ୍ଥଳରେ ପୋଲିସ ପହଁଞ୍ଚି ନିର୍ଭୟା ଓ ତାଙ୍କ ବନ୍ଧୁଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା । ନର୍ଭୟଙ୍କ ସ୍ୱାସ୍ଥ୍ୟ ଗୁରୁତର ହେବାରୁ ତାଙ୍କୁ ପାଇଁ ସିଙ୍ଗାପୁର ପଠାଯାଇଥିଲା, କିନ୍ତୁ ସେଠାରେ ଜୀବନ ସହ ସଂଘର୍ଷ କରି ଶେଷରେ ହାରି ଯାଇଥିଲେ , ଆଉ ଡିସେମ୍ବର ୨୯, ୨୦୧୨ ରେ ତାଙ୍କର ମୃତ୍ୟୁ ହୋଇଥିଲା ।

ମୃତ୍ୟୁ ପୂର୍ବରୁ ନିର୍ଭୟା ପୋଲିସକୁ ଦେଇଥିବା ବିବୃତ୍ତିରେ କହିଥିଲେ ଯେ ସମସ୍ତ ଅଭିଯୁକ୍ତଙ୍କୁ ଦଣ୍ଡ ଦିଆଯାଉ । ଆଉ ନିର୍ଭୟାଙ୍କ ମା ଝିଅର ନ୍ୟାୟ ପାଇଁ ଲଢ଼ିଥିଲେ । ଦୀର୍ଘ ୮ ବର୍ଷର ଲଢ଼େଇ ପରେ ହିଁ ନିର୍ଭୟାର ଅପରାଧୀଙ୍କୁ ମିଳିଥିଲା ଦଣ୍ଡ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+