ବଜେଟ୍ ୨୦୨୪କୁ ନେଇ କ'ଣ କହିଲ ରାହୁଲ
Union Budget 2024: ବିଜେପି ନେତାମାନେ ମୋଦି 3.0 ର ପ୍ରଥମ ବଜେଟକୁ ପ୍ରଶଂସା କରୁଛନ୍ତି। ଏଥି ସହ ଲୋକସଭାରେ ବିରୋଧୀଦଳର ନେତା ତଥା ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହି ବଜେଟକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ରାହୁଲ ଏହାକୁ 'ଚେୟାର ରକ୍ଷାକର' ବଜେଟ୍ ବୋଲି କହିଛନ୍ତି ।
ରାହୁଲ ଗାନ୍ଧ ଏହି ବଜେଟକୁ ତାଙ୍କର ସହଯୋଗୀମାନଙ୍କୁ ଖୁସି କରିବା ଭଳି ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି ଯେ ଅନ୍ୟ ରାଜ୍ୟ ଖର୍ଚ୍ଚରେ ବଜେଟରେ ସେମାନଙ୍କ (ସହଯୋଗୀ) ମାନଙ୍କୁ ଖାଲି ପ୍ରତିଶୃତି ଦିଆଯାଇଛି। ରାହୁଲ କହିଛନ୍ତି, ନିଜ ସାଥୀ ମାନଙ୍କୁ ଖୁସ୍ କରିବା ପାଇଁ ଏହି ବଜେଟ ଅଣଯାଇଛି । AA ଅର୍ଥାତ୍ (ଆଦାନୀ ଅମ୍ବାନୀ) ଏଥିରୁ ଉପକୃତ ହେବେ ଏବଂ ସାଧାରଣ ଭାରତୀୟଙ୍କୁ କୌଣସି ଲାଭ ମିଳିବ ନାହିଁ । କେବଳ ଏତିକି ନୁହେଁ ରାହୁଲ ଗାନ୍ଧୀ ଏହି ବଜେଟକୁ କପି ପେଷ୍ଟ ବୋଲି କହିଛନ୍ତି। ରାହୁଲ ଦାବି କରିଛନ୍ତି ଯେ କଂଗ୍ରେସ ଇସ୍ତହାର ଏବଂ ପୂର୍ବ ବଜେଟରୁ ଏହି ବଜେଟ୍ କପି କରାଯାଇଛି।

ଅନ୍ୟପକ୍ଷରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଏହି ବଜେଟକୁ ଏକ କପି-ପେଷ୍ଟ ବଜେଟ୍ ବୋଲି କହିଛନ୍ତି। ଖଡଗେ ଏକ୍ସରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ମୋଦି ସରକାରଙ୍କ କପି ବଜେଟ୍ କଂଗ୍ରେସର ନ୍ୟାୟ ଏଜେଣ୍ଡାକୁ ସଠିକ୍ ଭାବରେ କପି କରିପାରିବ ନାହିଁ। ମୋଦି ସରକାରଙ୍କ ବଜେଟ୍ ଏହାର ସହଯୋଗୀ ଭାଗୀଦାରୀଙ୍କୁ ଠକିବା ପାଇଁ । ଦେଶର ଅଗ୍ରଗତି ପାଇଁ ଏହା ବଜେଟ୍ ନୁହେଁ ବରଂ ମୋଦି ସରକାରଙ୍କୁ ବଞ୍ଚାଇବା ପାଇଁ ବଜେଟ୍ ।
ବିଏସପି ସଭାପତି ମାୟାବତୀ ମଧ୍ୟ ଚଳିତ ବର୍ଷ ବଜେଟକୁ ସମାଲୋଚନା କରିଛନ୍ତି । ମାୟାବତୀ କହିଛନ୍ତି, ଦେଶରେ ନୂତନ ଦାରିଦ୍ର, ବେରୋଜଗାରୀ, ମୁଦ୍ରାସ୍ଫୀତି, ପଛୁଆବର୍ଗ ଏବଂ ଏଠାରେ 125 କୋଟିରୁ ଅଧିକ ଦୁର୍ବଳ ବିଭାଗର ଉନ୍ନତି ଏବଂ ସେମାନଙ୍କ ପାଇଁ ଆବଶ୍ୟକ ମୌଳିକ ସୁବିଧା ପାଇଁ ଆବଶ୍ୟକ ସଂସ୍କାରବାଦୀ ନୀତି ଏବଂ ଉଦ୍ଦେଶ୍ୟର ଅଭାବ ରହିଛି।












Click it and Unblock the Notifications