ଶପଥ ନେବା ପରେ କଣ କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ?
ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ନିଜର ଅଭିଭାଷଣ ରଖିଥିଲେ ଦ୍ରୌପଦୀ ମୁର୍ମୁ । ଶପଥ ନେବା ପରେ ମହାମହିମ ଦ୍ରୈପଦୀ ମୁର୍ମୁ କହିଛନ୍ତି, ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ମୋତେ ଦାୟିତ୍ୱ ମିଳିଛି । ଏହା ଏକ ଐତିହାସିକ ମୁହୂର୍ତ୍ତ ।
ନୂଆଦିଲ୍ଲୀ: ସଂସଦ ଭବନର ସେଣ୍ଟ୍ରାଲ ହଲରେ ଶପଥ ନେଲେ ଓଡିଆ ଝିଅ ମହାମହିମ ରାଷ୍ଟ୍ରପତି ଦ୍ରୈପଦୀ ମୁର୍ମୁ । ଦେଶ ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ନେଲେ ମ୍ୟାଡମ୍ ପ୍ରେସିଡେଣ୍ଟ । ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ନିଜର ଅଭିଭାଷଣ ରଖିଥିଲେ ଦ୍ରୌପଦୀ ମୁର୍ମୁ ।

ଶପଥ ନେବା ପରେ ମହାମହିମ ଦ୍ରୈପଦୀ ମୁର୍ମୁ କହିଛନ୍ତି, ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ମୋତେ ଦାୟିତ୍ୱ ମିଳିଛି । ଏହା ଏକ ଐତିହାସିକ ମୁହୂର୍ତ୍ତ । ଆଗାମୀ ୨୫ ବର୍ଷର ଲକ୍ଷ୍ୟ ନେଇ କାମ କରିବି । ଓଡ଼ିଶାର ଏକ ଛୋଟ ଆଦିବାସୀ ଗାଁରୁ ମୋର ଯାତ୍ରା ଆରମ୍ଭ ହୋଇଛି । ୱାର୍ଡ କାଉନସିଲରରୁ ଆସି ମୁଁ ଶୀର୍ଷ ଆସନ ରାଷ୍ଟ୍ରପତି ପଦରେ ବସି ପାରିଛି । ଏହା ଆମ ଲୋକତନ୍ତ୍ରର ଶକ୍ତି, ଫଳରେ ଜଣେ ଆଦିବାସୀ ଶୀର୍ଷକୁ ଯାଇପାରିଛି । ଜୁଲାଇ ୨୬ କାରଗିଲ ବିଜୟ ଦିବସ ଅବସରରେ ଯବାନଙ୍କୁ ଆଗୁଆ ବଧାଇ ଦେଉଛି । କରୋନା ମହାମାରୀରେ ସାରା ବିଶ୍ୱକୁ ସାମର୍ଥ୍ୟ ଦେଖାଇଛି ଭାରତ । ନିକଟରେ ୨୦୦ କୋଟି ଡୋଜ୍ କରୋନା ଟିକା ଦେଇଛି ଭାରତ ବୋଲି ମ୍ୟାଡମ୍ ଦ୍ରୌପଦୀ ମୁର୍ମୁ କହିଛନ୍ତି ।
ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଭାବେ ନିର୍ବାଚିତ କରିଥିବାରୁ ସମସ୍ତ ବିଧାୟକ ଓ ସାଂସଦ ମାନଙ୍କୁ ଧନ୍ୟବାଦ । ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ । ଜଗତ କଲ୍ୟାଣର କଥା କହିବା ସହ ସନ୍ଥକବି ଭୀମଭୋଇଙ୍କ କବିତାର ପଂକ୍ତି କହି ନିଜ ସମ୍ବୋଧନ ଶେଷ କରିଛନ୍ତି ଦ୍ରୌପଦୀ ମୁର୍ମୁ ।
ଦେଶର ଯୁବକ ଆଗକୁ ବଢିଲେ କେବଳ ନିଜର ଭବିଷ୍ୟତ ଉଜ୍ଜ୍ୱଳ କରିବେନି ବରଂ ଦେଶର ଭବିଷ୍ୟତକୁ ମଧ୍ୟ ଉଜ୍ଜ୍ୱଳ କରିପାରିବେ । ଡିଜିଟାଲ ଇଣ୍ଡିଆ କ୍ଷେତ୍ରରେ ଭାରତର ଯୁବକଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । ରାଷ୍ଟ୍ରପତି ପଦରେ ବସିବା ମୋର ବ୍ୟକ୍ତିଗତ ଉପଲବ୍ଧି ନୁହେଁ ଏହା ପ୍ରତ୍ୟେକ ଗରିବଙ୍କ ଉପଲବ୍ଧି । ରାଷ୍ଟ୍ରପତି ପଦରେ ବସିବା ଦର୍ଶାଉଛି ଯେ, ଦେଶର ପ୍ରତିଟି ଗରିବ ସ୍ୱପ୍ନ ଦେଖିପାରିବ ଓ ଏହାକୁ ପୂରା କରିପାରିବ ବୋଲି ସେ କହିଛନ୍ତି ।












Click it and Unblock the Notifications