ମନ କି ବାତ୍ କାର୍ଯ୍ୟ କ୍ରମରେ ସମ୍ଭିଧାନ ଉପରେ ଏମିତି କିଛି କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ୍ କି ବାତ୍‌। ବର୍ଷର ଶେଷ ମନ୍ କି ବାତ୍‌ରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ହେଉଛି ୧୧୭ ତମ ମନ୍ କି ବାତ୍ ଓ ଚଳିତ ବର୍ଷର ୯ ତମ ମନ୍ କି ବାତ୍ । ଆଜି ମନ କି ବାତ କାର୍ଯ୍ୟକ୍ରମରେ ସମ୍ବିଧାନ ସମ୍ବନ୍ଧରେ ଅନେକ କଥା କହିଛନ୍ତି ପିଏମ ମୋଦି ।

ଏହି ସମୟରେ ସେ ମହାକୁମ୍ବ ଏବଂ ପ୍ରୟାଗ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଆମ ସମ୍ବିଧାନ ନିର୍ମାତାମାନେ ଆମକୁ ଦେଇଥିବା ସମ୍ବିଧାନକୁ ସମୟ ପରୀକ୍ଷଣ କରିଛି। ସେ କହିଛନ୍ତି, ୨୬ ଜାନୁୟାରୀ ୨୦୨୫ରେ, ଆମର ସମ୍ବିଧାନ କାର୍ଯ୍ୟକାରୀ ହେବାର ୭୫ ବର୍ଷ ପୂରଣ ହେବାକୁ ଯାଉଛି। ଏହା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ।

ମୋଦୀ କହିଛନ୍ତି, ଦେଶର ନାଗରିକମାନଙ୍କୁ ସମ୍ବିଧାନର heritage ସହିତ ଯୋଡିବା ପାଇଁ http://constitution75.com ନାମକ ଏକ ସ୍ୱତନ୍ତ୍ର ୱେବସାଇଟ୍ ମଧ୍ୟ ସୃଷ୍ଟି କରାଯାଇଛି। ଏଥିରେ ସମ୍ବିଧାନର ପ୍ରିମ୍ବଲ୍ ପଢ଼ିବା ପରେ ଆପଣ ଆପଣଙ୍କର ଭିଡିଓ ମଧ୍ୟ ଅପଲୋଡ୍ କରିପାରିବେ। ଭିନ୍ନ ଭିନ୍ନ ଭାଷାରେ ସମ୍ବିଧାନ ପଢ଼ିପାରିବେ, ସମ୍ବିଧାନ ବିଷୟରେ ମଧ୍ୟ ପ୍ରଶ୍ନ ପଚାରି ପାରିବେ। ପ୍ରଧାନମନ୍ତ୍ରୀ ବିଦ୍ୟାଳୟରେ ପଢୁଥିବା ପିଲାମାନେ ଏବଂ କଲେଜ ଯାଉଥିବା ଯୁବବର୍ଗମାନେ ଏହି ୱେବସାଇଟର ଏକ ଅଂଶ ହେବାକୁ ଅନୁରୋଧ କରିଛନ୍ତି।

pm modi
ମହାକୁମ୍ଭ ପ୍ରସ୍ତୁତି ବିଷୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ମହାକୁମ୍ଭର ବିଶେଷତା କେବଳ ଏହାର ବିସ୍ତୃତତା ନୁହେଁ, ବରଂ ଏହାର ବିବିଧତା ମଧ୍ୟ ରହିଛି। ଏହି କାର୍ଯ୍ୟକ୍ରମରେ କୋଟି କୋଟି ଲୋକ ଏକାଠି ହୁଅନ୍ତି। ଲକ୍ଷ ଲକ୍ଷ ସାଧୁ, ହଜାର ହଜାର ପରମ୍ପରା, ଶହ ଶହ ଧର୍ମ, ଅନେକ ଅଖଡା, ସମସ୍ତେ ଏକାଠି ହୁଅନ୍ତି ।ଏଠାରେ ଭେଦଭାବ ଦେଖାଯାଏ ନାହିଁ, କେହି ଛୋଟ ନୁହଁନ୍ତି, ବିବିଧତାରେ ଏକତାର ଦୃଶ୍ୟ ଦୁନିଆର ଅନ୍ୟ କେଉଁଠାରେ ଦେଖାଯାଏ ନାହିଁ ବୋଲି ମୋଦି କହିଛନ୍ତି
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+