ମଞ୍ଚରେ ନୀତୀଶ ଏମିତି କିଛି କହିଲେ , ପିଏମ ମୋଦି ଅଟକାଇ ପାରିଲେନି ନିଜର ହସ.....
ପାଟନା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାରର ଔରଙ୍ଗାବାଦ ଅଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଏଠାରେ ୨୧ ହଜାର କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ମଞ୍ଚରେ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ପୂର୍ବରୁ ନୀତୀଶ କୁମାର ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ ।
ମଞ୍ଚରୁ ତାଙ୍କ ସମ୍ବୋଧନରେ ନୀତୀଶ କୁମାର ଏପରି କିଛି କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀ ହସିବା ବନ୍ଦ କରି ପାରିନଥିଲେ । କେବଳ ପ୍ରଧାନମନ୍ତ୍ରୀ ମୋଦୀ ନୁହଁନ୍ତି, ମଞ୍ଚ ଉପରେ ବସିଥିବା ସମସ୍ତ ନେତା ନୀତୀଶ କୁମାରଙ୍କ କଥାରେ ଜୋରରେ ହସିବାକୁ ଲାଗିଲେ । ନୀତୀଶ କୁମାରଙ୍କ ଏହି ଭାଷଣ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ଭାଇରାଲ ହେବାରେ ଲାଗିଛି ।

ନୀତୀଶ କୁମାର ସଭା ମଞ୍ଚରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ସହ କହିଥିଲେ ଯେ ବିହାର ମାଟିରେ ଆପଣଙ୍କୁ ସ୍ୱାଗତ କରାଯାଇଛି । "ଯେତେବେଳେ ଆପଣ ଏହା ପୂର୍ବରୁ ଏଠାକୁ ଆସିଥିଲେ, ମୁଁ ନିଖୋଜ ହୋଇଯାଇଥିଲି । ନୀତୀଶ କୁମାର କହିଛନ୍ତି ଯେ ଦେଶ ଓ ବିହାରରେ ଏବେ କାମ ଦ୍ରୁତ ଗତିରେ ଚାଲିଛି । ଏଥିପାଇଁ ମୁଁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଉଛି ।
ଏବେ ଆମ ମଧ୍ୟରେ କୌଣସି ମତଭେଦ ନାହିଁ ଏବଂ ଏବେ ଆମେ ଏକାଠି କାମ କରିବୁ ବୋଲି ସେ କହିଛନ୍ତି । ନୀତୀଶ କୁମାର କହିଛନ୍ତି ଯେ ପୂର୍ବରୁ ମୁଁ ଏଠାରୁ ଯାଇ ନିଖୋଜ ହୋଇଯାଇଥିଲି, କିନ୍ତୁ ବର୍ତ୍ତମାନ ମୁଁ ଏପଟସେପଟ ହେବି ନାହିଁ । ମୁଁ ଆପଣଙ୍କ ସହିତ ରହିବି ଏବଂ ବିହାର ପାଇଁ କାମ ଜାରି ରଖିବି ।












Click it and Unblock the Notifications