ଲୋକସଭାରେ ୱକଫ (ସଂଶୋଧନ) ବିଲ୍ ଉପରେ ଲୋକସଭାରେ କଣ କହିଲେ ଅମିତ ଶାହ ?

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ଲୋକସଭାରେ ୱକଫ (ସଂଶୋଧନ) ବିଲ୍, 2025 ଏବଂ ମୁସଲମାନ ୱକଫ (ପ୍ରତ୍ୟାହାର) ବିଲ୍, 2024 ଉପରେ ହୋଇଥିବା ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି । ଶ୍ରୀ ଶାହ କହିଛନ୍ତି, ଏହି ବିଲ୍ ମୁସଲମାନମାନଙ୍କ ଧାର୍ମିକ କାର୍ଯ୍ୟକଳାପ ଏବଂ ସେମାନଙ୍କ ଦ୍ୱାରା ଦାନ କରାଯାଇଥିବା ସମ୍ପତ୍ତିରେ ହସ୍ତକ୍ଷେପ ବୋଲି ବିରୋଧୀ ଦଳଗୁଡ଼ିକ ଅପପ୍ରଚାର କରୁଛନ୍ତି । ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଭୟଭୀତ କରି ବିରୋଧୀ ଦଳ ନିଜର ଭୋଟ ବ୍ୟାଙ୍କ ଗଢ଼ିବାକୁ ଚେଷ୍ଟା କରୁଥିବା ସେ କହିଛନ୍ତି।

ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି, ମୁସଲମାନ ଭାଇମାନଙ୍କ ଧାର୍ମିକ କାର୍ଯ୍ୟକଳାପ ଏବଂ ସେମାନଙ୍କ ଦ୍ୱାରା ଦିଆଯାଇଥିବା ଦାନ ସମ୍ବନ୍ଧୀୟ ଟ୍ରଷ୍ଟ ଅର୍ଥାତ୍ ୱକଫରେ ସରକାର ହସ୍ତକ୍ଷେପ କରିବାକୁ ଚାହାଁନ୍ତି ନାହିଁ। ମୁତୱଲ୍ଲୀ, ୱାକିଫ, ୱକଫ ସମସ୍ତେ ମୁସଲମାନ ହେବେ, କିନ୍ତୁ ୱକଫ ସମ୍ପତ୍ତିର ସଠିକ୍ ରକ୍ଷଣାବେକ୍ଷଣ କରାଯାଉଛି କି ନାହିଁ ତାହା ଦେଖାଯିବ । କୌଣସି ଅଣ-ଇସଲାମୀୟ ସଦସ୍ୟଙ୍କୁ ଧାର୍ମିକ ଦାନ ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ୱକଫ ବୋର୍ଡରେ ସ୍ଥାନ ମିଳିବ ନାହିଁ ବୋଲି ସେ କହିଛନ୍ତି ।

Amit Shah

ଶ୍ରୀ ଶାହ ଆହୁରି କହିଛନ୍ତି, ୱକଫ ବୋର୍ଡ କିମ୍ବା ଏହାର ପରିସରରେ ଅଣ-ମୁସଲମାନ ସଦସ୍ୟଙ୍କ କାର୍ଯ୍ୟ ଧାର୍ମିକ କାର୍ଯ୍ୟକଳାପ ସହିତ ଜଡିତ ହେବ ନାହିଁ। ଦାତବ୍ୟ କମିଶନର ଯେକୌଣସି ଧର୍ମର ବ୍ୟକ୍ତି ହୋଇପାରନ୍ତି, ସେ ନିଶ୍ଚିତ କରିବେ ଯେ ବୋର୍ଡ ଧର୍ମ ଅନୁଯାୟୀ ନୁହେଁ ବରଂ ଦାତବ୍ୟ ଅଧିନିୟମ ଅନୁଯାୟୀ ପରିଚାଳିତ ହେଉଛି। ୱକଫ ବୋର୍ଡର ପ୍ରଶାସନ ୱକଫ ସମ୍ପତ୍ତି ବିକ୍ରି କରୁଥିବା ଲୋକଙ୍କୁ ଧରିବା ଏବଂ ବାହାର କରିବା ଉଚିତ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ଶାହ କହିଛନ୍ତି, ୱକଫ ବୋର୍ଡର କାମ ହେବା ଉଚିତ ୱକଫ ସମ୍ପତ୍ତି ବିକ୍ରି କରୁଥିବା ଲୋକଙ୍କୁ ଧରିବା ଏବଂ ବାହାର କରିବା। ବିରୋଧୀମାନେ ଚାହାଁନ୍ତି ଯେ ସେମାନଙ୍କ ଶାସନ ଅଧୀନରେ ଚାଲିଥିବା ମଧୁଚନ୍ଦ୍ରିକା ଜାରି ରହୁ, କିନ୍ତୁ ବର୍ତ୍ତମାନ ଏହା ଘଟିପାରିବ ନାହିଁ। ଯଦି 2013ରେ ୱକଫ ଆଇନରେ ସଂଶୋଧନ କରାଯାଇନଥାନ୍ତା, ତେବେ ଏହି ବିଲକୁ ଉପସ୍ଥାପନ କରାଯିବାର ଆବଶ୍ୟକତା ନଥା'ନ୍ତା। 2013ରେ, ରାତାରାତି ତୁଷ୍ଟିକରଣ ଉଦ୍ଦେଶ୍ୟରେ ୱକଫ ଆଇନକୁ ଚରମ କରାଯାଇଥିଲା, ଯେଉଁ କାରଣରୁ ଦିଲ୍ଲୀ ଲୁଟିୟନ୍ସ ଜୋନର 123 ଭିଭିଆଇପି ସମ୍ପତ୍ତି ୱକଫକୁ ଦିଆଯାଇଥିଲା।

ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି, ଆମେ ଭୋଟ ବ୍ୟାଙ୍କ ପାଇଁ କୌଣସି ଆଇନ ଆଣିବୁ ନାହିଁ କାରଣ ଆଇନ ନ୍ୟାୟ ଏବଂ ଲୋକଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ବୋଲି ମୋଦୀ ସରକାରଙ୍କର ସ୍ପଷ୍ଟ ସିଦ୍ଧାନ୍ତ ରହିଛି । ପ୍ରତ୍ୟେକଙ୍କର ନିଜ ଧର୍ମ ଅନୁସରଣ କରିବାର ଅଧିକାର ଅଛି, କିନ୍ତୁ ଲୋଭ, ମୋହ ଏବଂ ଭୟ ଜରିଆରେ ଧର୍ମ ପରିବର୍ତ୍ତନ କରାଯାଇପାରିବ ନାହିଁ। 2013ରେ ଉପସ୍ଥାପିତ ହୋଇଥିବା ସଂଶୋଧନ ବିଲ୍ ଉଭୟ ଗୃହରେ ମୋଟ ସାଢ଼େ ପାଞ୍ଚ ଘଣ୍ଟା ବିତର୍କ ହୋଇଥିବାବେଳେ ଚଳିତ ବିଲକୁ ନେଇ ଉଭୟ ଗୃହରେ ମିଳିତ ଭାବରେ 16 ଘଣ୍ଟା ବିତର୍କ ଚାଲିଛି। ଆମେ ଏକ ମିଳିତ କମିଟି ଗଠନ କରିଥିଲୁ, 38ଟି ବୈଠକ କଲୁ, 113 ଘଣ୍ଟା ଆଲୋଚନା କଲୁ, ଏବଂ 284 ଜଣ ଅଂଶୀଦାର ଥିଲେ ଏବଂ ଏସବୁରୁ ସାରା ଦେଶରୁ ପାଖାପାଖି 1 କୋଟି ଅନଲାଇନ ପରାମର୍ଶ ଆସିଲା, ଯାହା ଉପରେ ଆଲୋଚନା ହେଲା, ଏବଂ ଏହି ଆଇନ ତିଆରି ହେଲା ଓ ଏହାକୁ ଏହିପରି ପ୍ରତ୍ୟାଖ୍ୟାନ କରାଯାଇପାରିବ ନାହିଁ ବୋଲି ଶ୍ରୀ ଶାହ କହିଥିଲେ।

ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି, ଏହା ଭାରତ ସରକାରଙ୍କ ଆଇନ ଯାହା ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ଏବଂ ସମସ୍ତଙ୍କୁ ଏହାକୁ ଗ୍ରହଣ କରିବାକୁ ପଡିବ। 1913 ରୁ 2013 ପର୍ଯ୍ୟନ୍ତ ୱକଫ ବୋର୍ଡର ମୋଟ ଜମି 18 ଲକ୍ଷ ଏକର ଥିଲା, ଯାହା 2013 ରୁ 2025 ପର୍ଯ୍ୟନ୍ତ ଆହୁରି 21 ଲକ୍ଷ ଏକର ଜମି ବୃଦ୍ଧି ପାଇଥିଲା। ସେ କହିଛନ୍ତି, ଲିଜ୍ ହୋଇଥିବା ସମ୍ପତ୍ତି 20,000 ଥିଲା, କିନ୍ତୁ ରେକର୍ଡ ଅନୁଯାୟୀ, 2025 ରେ ଏହି ସମ୍ପତ୍ତି ଶୂନ ହୋଇଯାଇଥିଲା, ଏହି ସମ୍ପତ୍ତି ବିକ୍ରି ହୋଇଥିଲା। ଏହି ବିଲ୍ ଜମିର ସୁରକ୍ଷା ପ୍ରଦାନ କରିବ, କାହାରି ଜମି କେବଳ ଘୋଷଣା ଦ୍ୱାରା ୱାକଫ୍ ହେବ ନାହିଁ ଏବଂ ତାଙ୍କୁ ସୁରକ୍ଷା ମିଳିବ।

ଶ୍ରୀ ଶାହ କହିଛନ୍ତି, ଦାନ କେବଳ ନିଜ ସମ୍ପତ୍ତିରୁ କରାଯାଇପାରିବ, ତେଣୁ ମାଲିକାନା ବିନା ୱାକଫ୍ ବ୍ୟକ୍ତିଗତ ସମ୍ପତ୍ତି ନେଇପାରିବ ନାହିଁ। ସମ୍ପତ୍ତି ଘୋଷଣା କରିବାର ୱକଫର ଅଧିକାରକୁ ଉଚ୍ଛେଦ କରିଦିଆଯାଇଛି ଏବଂ ଏବେ ଏହାକୁ କଲେକ୍ଟରଙ୍କ ଦ୍ୱାରା ଯାଞ୍ଚ କରିବାକୁ ପଡ଼ିବ। ଶ୍ରୀ ଅମିତ ଶାହ ଜୋର ଦେଇ କହିଥିଲେ ଯେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରିବା ଏକ ଫ୍ୟାଶନରେ ପରିଣତ ହୋଇଛି। ରାମ ଜନ୍ମଭୂମି, ତିନି ତଲାକ ଏବଂ ସିଏଏ ସମୟରେ ମଧ୍ୟ ମୁସଲମାନ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିବାର ପ୍ରୟାସ କରାଯାଇଥିଲା, କିନ୍ତୁ ମୁସଲମାନ ସମ୍ପ୍ରଦାୟ ମଧ୍ୟ ଜାଣିଛନ୍ତି ଯେ ଭୟ କରିବାର କିଛି ନାହିଁ ବୋଲି ସେ କହିଥିଲେ ।

ସ୍ୱରାଷ୍ଟ୍ର ମନ୍ତ୍ରୀ କହିଥିଲେ, ଦୁଇ ବର୍ଷ ହେଲା ସିଏଏ କାରଣରୁ କାହାରି ନାଗରିକତ୍ୱ ନଷ୍ଟ ହୋଇନାହିଁ। ସିଏଏ କାରଣରୁ ଯଦି କାହାରି ନାଗରିକତ୍ୱ ନଷ୍ଟ ହୋଇଛି, ତେବେ ବିରୋଧୀ ଦଳଗୁଡ଼ିକ ଏହାର ସୂଚନା ସଦନ ପଟଳ ଉପରେ ରଖିବା ଉଚିତ। ଏହି ଦେଶର କୌଣସି ନାଗରିକ, ତାଙ୍କ ଧର୍ମ ନିର୍ବିଶେଷରେ, ଯେପରି କ୍ଷତିଗ୍ରସ୍ତ ହେବେ ନାହିଁ ତାହା ମୋଦୀ ସରକାରଙ୍କ ସଂକଳ୍ପ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରୀ କହିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+