Get Updates
Get notified of breaking news, exclusive insights, and must-see stories!

କ'ଣ ରହିଛି ଏହି ଦୁଇ ନିୟମ ? ଯାହାକୁ ନେଇ ହେବ ମଣିପୁରର ଆଲୋଚନା

ନୂଆଦିଲ୍ଲୀ: ମଣିପୁର ହିଂସାକୁ ନେଇ ସଂସଦ ଅଚଳ କାହିଁକି ? କଣ ଏହି ନିୟମ ୨୬୭ ଓ ୧୭୬ ? ଯାହକୁ ନେଇ ସଂସଦ ଅଚଳ ହୋଇଛି । ବିରୋଧି ଓ ଶାସକ ପରସ୍ପରକୁ ଟାର୍ଗେଟ କରୁଛନ୍ତି ।

ମଣିପୁରରେ ହିଂସା ଜାରି ରହିଛି। ଲୋକେ ବେସାହାରା। ସତେ ଯେମିତି ବିନାଶ ହୋଇଯିବ ମଣିପୁର। ଏହାରି ସମସ୍ତ ବିରୋଧୀ ଦଳ ଏକଜୁଟ୍ ହୋଇ ୨୬୭ ନିୟମ ଆଧାରରେ ମଣିପୁର ହିଂସା ଉପରେ ଚର୍ଚ୍ଚା କରିବାକୁ ରାଜ୍ୟସଭା ସଭାପତିଙ୍କୁ ଦାବି କରିଛନ୍ତି ।

ଏହି ନିୟମ ଅନୁସାରେ ସୂଚୀବଦ୍ଧ ଏଜେଣ୍ଡାକୁ ବନ୍ଦ କରି ସାର୍ବଜନିକ ମହତ୍ତ୍ୱ ପାଇଁ ଜରୁରୀ ମୁଦ୍ଦା ଉପରେ ଗୋଟିଏ କାର୍ଯ୍ୟଦିବସ ଆଲୋଚନା ହୋଇଥାଏ। ଏହା ପରେ ଭୋଟିଂ ହୋଇଥାଏ । ୨୬୭ ନିୟମ ଅନୁସାରେ ଗୋଟିଏ ଦିନ ମଣିପୁର ହିଂସା ଉପରେ ଚର୍ଚ୍ଚା କରିବାକୁ ବିରୋଧୀ ଦାବି କରିଛନ୍ତି ।

manipur_violence

ସେପଟେ ଧାରା ୧୭୬କୁ ଆଧାର କରି ମଣିପୁର ମାମଲାର ଛୋଟ ଚର୍ଚ୍ଚା ପାଇଁ ରାଜି ହୋଇଛନ୍ତି ସରକାର । ଏହା ସହିତ ପ୍ରଧାନମନ୍ତ୍ରୀ ନୁହେଁ ଗୃହମନ୍ତ୍ରୀ ଅମିତ ଶାହା ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ମାମଲାର ପକ୍ଷ ରଖିବାକୁ କହିଛନ୍ତି ।

ଏହି ନିୟମ ଅନୁସାରେ, ସର୍ବାଧିକ ୧୫୦ ମିନିଟ୍ ପର୍ଯ୍ୟନ୍ତ ଆଲୋଚନା ହୋଇପାରିବ ଏବଂ ଏଥିରେ ଭୋଟିଂ ବ୍ୟବସ୍ଥା ନାହିଁ । ହେଲେ ଏଥିରେ କିନ୍ତୁି ରାଜି ହୋଇନାହାନ୍ତି ବିରୋଧୀ ଦଳମାନେ ।

ମଣିପୁରରେ ସାମ୍ପ୍ରଦୟିକ ହିଂସାରେ ଏପର୍ଯ୍ୟନ୍ତ ୧୬୦ ଲୋକଙ୍କ ମୃତ୍ୟୁ ହେଲାଣି । ୫୦ ହଜାର ଲୋକ ବାସହରା ହୋଇଛନ୍ତି । ରିଲିଫ୍ କ୍ୟାମ୍ପରେ ଅଧିକାଂଶ ଲୋକ ଜୀବନ ବିତାଉଛନ୍ତି ।

ସେପଟେ ମିଆଁମାରରେ ସେନା ଏବଂ ସାଧାରଣ ନାଗରିକଙ୍କ ମଧ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ ପ୍ରାୟ ୬୧୮ ମିଆଁମାର ନାଗରିକ ମଣିପୁରରେ ପ୍ରବେଶ କରିଛନ୍ତି। ଏଥିରେ ୩୦୧ ଶିଶୁ, ୨୦୮ ମହିଳା ଥିବା ନେଇ ସୂଚନା ରହିଛି । ଏହି ସମସ୍ତ ଲୋକ ମଣିପୁରର ଚାନ୍ଦେଲ ଜିଲ୍ଲାରେ ପହଞ୍ଚିଛନ୍ତି ।

ଆସିଥିବା ଲୋକମାନେ ବର୍ତ୍ତମାନ ମଣିପୁରର ସାତୋଟି ଭିନ୍ନ ଭିନ୍ନ ସ୍ଥାନରେ ରହୁଛନ୍ତି । ଚାନ୍ଦେଲ ଜିଲ୍ଲାର ଲାଜାଙ୍ଗ, ବନ୍ସ, ନୂଆ ସାମଟାଲ, ନୂଆ ଲାଜାଙ୍ଗ, ୟାଙ୍ଗୋନଫାଇ, ସା ମିଲ, ଆଇଓମଜଙ୍ଗରେ ରହୁଥିବା ନେଇ ସୂଚନା ରହିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+