ସକାଳେ ଖାଲି ପାଦରେ ଘାସରେ ଚାଲନ୍ତୁ, ମିଳିବ ଏହିସବୁ ଫାଇଦା
ଭୁବନେଶ୍ୱର:ଏହି କଥା ତ ସମସ୍ତେ ଜାଣିଛନ୍ତି ଯେ ମର୍ଣ୍ଣିଙ୍ଗ୍ ୱାକ୍ କରିବା ସ୍ୱାସ୍ଥ୍ୟ ପକ୍ଷେ ଲାଭଦାୟକ ହୋଇଥାଏ । କିନ୍ତୁ ଏକଥା ବହୁତ କମ୍ ଲୋକ ଜାଣିଥିବେ ଯେ ସବୁଜ ଘାସରେ କାଲି ପାଦରେ ଚାଲିଲେ ଉଭୟ ଶାରିରୀକ ଏବଂ ମାନସିକ ଚିନ୍ତାକୁ ଦୂର କରିଥାଏ । ଚାଲିବାର ଫାଇଦା ତ ସମସ୍ତେ ଜାଣିଛନ୍ତି ଯେ ଏହା ଏକ ବ୍ୟାୟାମ ଅଟେ । କିନ୍ତୁ ଆପଣ ଜାଣିଛନ୍ତି କି ଖାଲି ପାଦରେ ଘାସ ଉପରେ ଚାଲିବା ସାସ୍ଥ୍ୟ ପକ୍ଷେ କେତେ ହିତକର । ଏହା ହୃଦରୋଗୀଙ୍କ ପାଇଁ ମଧ୍ୟ ହିତକର ।
୧. ଚିନ୍ତାମୁକ୍ତ କରେ: ଆପଣ ଯେତେ ଅଧିକ ସମୟ ପ୍ରକୃତିକୁ ଉପଭୋଗ କରିବେ ସେତେ ଚିନ୍ତାମୁକ୍ତ ଏବଂ ସୁସ୍ଥ ରହିବେ । ଏହା ମାଂସପେଶୀର ପ୍ରସାରକୁ ମଧ୍ୟ କମ୍ କରିଥାଏ । ଏହା ମସ୍ତିଷ୍କ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ ।
୨. ମଧୁମେହ ପାଇଁ ଉପଯୋଗୀ: ମଧୁମେହ ରୋଗୀଙ୍କ ପାଇଁ ସବୁଜିମାରେ ବସିବା, ଚାଲିବା ଏବଂ ଦେଖୁବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଶରୀରରେ ଅମ୍ଳଜାନର ସ୍ଥାନ ପୂରଣ ହେବା ଯୋଗୁଁ ମଧୁମେହ ସମସ୍ୟାରୁ ମୁକ୍ତି ମିଳିଥାଏ ।

୩. ଦୃଷ୍ଟିଶକ୍ତି ବୃଦ୍ଧି ପାଇବା: ସକାଳୁ ସକାଳୁ କାକରରେ ଓଦା ହୋଇଥିବା ଘାସ ଉପରେ ଚାଲିବା ଦ୍ୱାରା ଆଖର ଦୃଷ୍ଟିଶକ୍ତି ବୃଦ୍ଧି ହୋଇଥାଏ । ଯେଉଁ ବ୍ୟକ୍ତିମାନେ ଆଖରେ ଚଷମା ଲଗାନ୍ତି ସେମାନେ କିଛି ଦିନ ଘାସରେ ଚାଲିଲେ ତାଙ୍କ ଚଷମା ପିନ୍ଧିବାର ଆବଶ୍ୟକତା ପଡ଼ିନଥାଏ କିମ୍ବା ଚଷମାର ନମ୍ବର କମିଯାଇଥାଏ ।
୪. ପ୍ରଦୂଷିତ ବାୟୁରୁ ସୁରକ୍ଷା ପ୍ରଦାନ କରିଥାଏ: ଯେଉଁ ବ୍ୟକ୍ତିମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ପ୍ରଦୂଷିତ ବାୟୁ ସଂସ୍ପର୍ଶରେ ରୁହନ୍ତି ସେମାନଙ୍କୁ ଶ୍ୱାସ ଜନିତ ରୋଗ ହେବାର ସମ୍ଭାବନା ଥାଏ । ଏହା ତାଙ୍କ ମସ୍ତିଷ୍କ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଏହା ସ୍ମରଣ ଶକ୍ତିକୁ ମଧ୍ୟ ପ୍ରଭାବିତ କରିଥାଏ । ସେଥିପାଇଁ ଆପଣ ଯଦି ଆପଣଙ୍କ କାର୍ଯ୍ୟସ୍ଥଳ ନିକଟରେ ସବୁଜିମା ସୃଷ୍ଟି କରିବେ ତେବେ ସୁସ୍ଥ ରହିବେ ।
୫. ଉଚ୍ଚ ରକ୍ତଚାପ ନିମନ୍ତେ ଲାଭଦାୟକ: ଉଚ୍ଚ ରକ୍ତଚାପ ଭୋଗୁଥିବା ରୋଗୀଙ୍କୁ ପ୍ରତିଦିନ ସୂର୍ଯ୍ୟୋଦୟ ସମୟରେ ପ୍ରାତଃ ଭ୍ରମଣ ନିମନ୍ତେ ଯେକୌଣସି ପାର୍କରେ ୧ଘଣ୍ଟା ଚାଲିବା ଆବଶ୍ୟକ । ଖାଲି ପାଦରେ ଘାସରେ ଚାଲିବା ଦ୍ୱାରା ମଧ୍ୟ ଯଥେଷ୍ଟ ଲାଭ ମିଳିଥାଏ ।












Click it and Unblock the Notifications