Get Updates
Get notified of breaking news, exclusive insights, and must-see stories!

‘ଆୟୁଷ୍ମାନ’ ଯୋଜନାରୁ କ’ଣ ଲାଭ ମିଳିବ , ଏହା BSKY ଠାରୁ କେତେ ଭଲ ?

କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାକୁ ଓଡ଼ିଶାରେ ଲାଗୁ କରିବା ପାଇଁ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି । ଏହି ଯୋଜନା ଲାଗୁ ହେଲେ କ'ଣ ଫାଇଦା ମିଳିବ, ସେ ବିଷୟରେ ଲୋକ ଜାଣିବାକୁ ଆଗ୍ରହୀ।

ସୂଚନା ମୁତାବକ, ରାଜ୍ୟ ୧ ର ପ୍ରାୟ କୋଟି ପରିବାରର ସାଢ଼େ ୩ କୋଟି ଲୋକ ଏହି ଯୋଜନାରେ ଉପକୃତ ହେବେ । ରାଜ୍ୟ ଯୋଜନା ଗୋପବନ୍ଧୁ ଜନଆରୋଗ୍ୟ ଏବଂ କେନ୍ଦ୍ରର ଆୟୁଷ୍ମାନ ଭାରତ ମିଶି ଗୋଟିଏ କାର୍ଡ ଦିଆଯିବ । ଆୟୁଷ୍ମାନ ଭାରତ ଯୋଜନାରେ ଜଣେ ହିତାଧିକାରୀ ସାରା ଦେଶରେ ପ୍ରାୟ ୩୦ ହଜାର ମେଡିକାଲରୁ ମାଗଣ ଚିକିତ୍ସା ସୁବିଧା ପାଇପାରିବେ ।

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (BSKY) )ରେ ୯୦୦ରୁ ଅଧିକ ହସ୍ପିଟାଲରେ ସ୍ୱାସ୍ଥ୍ୟସେବା ମିଳୁଥିଲା। BSKY କାର୍ଡ ମାଧ୍ଯମରେ ୯୬.୫ ଲକ୍ଷ ପରିବାରର ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ନିଜସ୍ବ ପାଣ୍ଠିରୁ ବହନ କରୁଥିଲେ । ଆୟୁଷ୍ମାନରେ ୧.୩ କୋଟି ପରିବାରର ସାଢ଼େ ୩ କୋଟି ଲୋକ ଉପକୃତ ହେବେ । 'ଆୟୁଷ୍ମାନ'ରେ ପୁରୁଷଙ୍କ ପାଇଁ ବାର୍ଷିକ ୫ ଲକ୍ଷ ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ରହିଛି।

Ayushman scheme

କେଉଁମାନେ ଯୋଗ୍ୟ ହେବେ ?

ଆୟୁଷ୍ମାନ ଭାରତ ଯୋଜନାରେ ୭୦ ବର୍ଷରୁ ଊର୍ଦ୍ଧ୍ବ ସମସ୍ତ ବୟସ୍କ ବ୍ୟକ୍ତି ହିତାଧିକାରୀ ହୋଇପାରିବେ । ସେମାନଙ୍କର ସାମାଜିକ-ଅର୍ଥନୈତିକ ସ୍ଥିତି ନିର୍ବିଶେଷରେ ଏହି ଯୋଜନାର ଲାଭ ପାଇବାକୁ ଯୋଗ୍ୟ ହେବେ। ଯୋଗ୍ୟ ବରିଷ୍ଠ ନାଗରିକଙ୍କୁ ଆୟୁଷ୍ମାନ ଯୋଜନା ନରେ ଏକ ନୂଆ କାର୍ଡ ପ୍ରଦାନ କରାଯିବ। ୭୦ ବର୍ଷରୁ ଅଧିକ ବୟସର ଯେ କୌଣସି ବ୍ୟକ୍ତିଙ୍କର ଆଧାର ନମ୍ବର ଅଛି, ସେମାନେ ଏହି ଯୋଜନାରେ ଆବେଦନ କରିପାରିବେ। ସେହିପରି ବାହାରେ ରହୁଥିବା ଲୋକ ବି ସୁବିଧା ପାଇବେ। ଇ-କେୱାଇସି ଡାଟା ବେସ୍ ଆଧାରରେ କାର୍ଡ ମିଳିବ । BSKY ହିତାକାରୀଙ୍କୁ ବି ମିଳିବ ସୁବିଧା।

କିପରି କରିବେ ଆବେଦନ?

ପ୍ରଥମେ ଆୟୁଷ୍ମାନ ଭାରତ ପିଏମ୍-ଜେଏୱାଇର ଅଫିସିଆଲ ୱେବ୍‌ସାଇଟକୁ ଯାଆନ୍ତୁ। ଏହାପରେ ଆପଣଙ୍କର ଆଧାର କିମ୍ବା ରେସନ କାର୍ଡ ଭେରିଫାଏ କରନ୍ତୁ। ପାରିବାରିକ ପରିଚୟ ପ୍ରମାଣ ପ୍ରଦାନ କରନ୍ତୁ। ଏହାପରେ ଏକ ସ୍ଵତନ୍ତ୍ର ଆୟୁଷ୍ମାନ ଯୋଜନା ଆଇଡି ସହିତ ଆପଣଙ୍କର ଇ-କାର୍ଡ ପ୍ରିଣ୍ଟ କରନ୍ତୁ । ଏହା ଏକ ଆପ୍ଲିକେସନ ଭିତ୍ତିକ ସ୍କିମ। ଯେଉଁଥୂପାଇଁ ଲୋକଙ୍କୁ ପୋର୍ଟାଲରେ ପଞ୍ଜୀକରଣ କରିବାକୁ ପଡ଼ିବ। ୭୦ ବର୍ଷରୁ ଅଧିକ ବୟସ୍କ ନାଗରିକଙ୍କ ପାଇଁ ଏକ ନିର୍ଦିଷ୍ଟ ଲିଙ୍କ ରହିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+