ସାଲାଡ୍ ଖାଇବାକୁ ଭଲ ପାଆନ୍ତି କି ?

ଭୁବନେଶ୍ୱର: ଭୋଜନ ସମୟରେ ସାଲାଡ୍ ଖାଇବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି । ସାଲାଡ୍ ଖାଇବା ଦ୍ୱାରା ଶରୀରକୁ ପର୍ଯ୍ୟାପ୍ତ ପୋଷକ ମିଳିଥାଏ । ରୋଷେଇ ପରେ କିଛି ଭିଟାମିନ୍ ନଷ୍ଟ ହେଉଥିବା ବେଳେ ସାଲାଡ୍ ଖାଇଲେ ବିଭିନ୍ନ ଭିଟାମିନ୍ ଶରୀରକୁ ମିଳିଥାଏ । ସାଲାଡ୍ ଜରିଆରେ ଶରୀରରେ କେବଳ ଭିଟାମିନ୍ସ ନୁହେଁ, ମିନେରାଲ୍ସ ଏବଂ ଫାଇବର ଚାହିଦା ପୂର୍ଣ୍ଣ ହୋଇଥାଏ ।

ଯଦିଓ ସାଲାଡ୍ ଖାଇବା ଶରୀର ପାଇଁ ଲାଭଦାୟକ ତେବେ ଅନେକ ଲୋକ ଏହା ଖାଇବାର ତରିକା ସମ୍ପର୍କରେ ଜାଣିନାହାନ୍ତି ସେଥିପାଇଁ ଅନେକ ଥର ସାଲାଡ୍ ଖାଇବା ବି ମହଙ୍ଗା ସାବ୍ୟସ୍ତ ହୋଇଥାଏ । ବିଶେଷ କରି ବର୍ଷାଋତୁରେ ସାଲାଡ୍ ଖାଇବାକୁ ନେଇ ବେଶ ସତର୍କ ହେବା ଜରୁରୀ । ଡାଏଟେସିଆନ୍‌ଙ୍କୁ ଯଦି ଆପଣ ପଚାରିବେ ତେବେ ସେ ଖାଇବା ସହିତ ସାଲାଡ୍ ଖାଇବାକୁ ଆଦୌ ପରାମର୍ଶ ଦେବେ ନାହିଁ । ଡାଏଟେସିଆନଙ୍କ ମତରେ ଖାଦ୍ୟ ଖାଇବା ପୂର୍ବରୁ ସାଲାଡ୍ ଖାଇବା ଦରକାର ।

salad

ଖାଦ୍ୟ ଖାଇବାର ଅତିକମରେ ଅଧଘଣ୍ଟା ପୂର୍ବରୁ ସାଲାଡ୍ ଖାଇବା ଭଲ । କାରଣ ଏହା ଦ୍ୱାରା ଆପଣଙ୍କର ଭୋକ କମ୍ ହେବ ଯାହାଦ୍ୱାରା ରୁଟି କିମ୍ବା ଭାତ କମ୍ ଖାଇବେ । ଏଭଳି ହେଲେ ଶରୀରକୁ କମ୍ କାର୍ବୋହାଇଡ୍ରେଟ୍ ଯିବ । ଓଜନ କମିବା ସାଙ୍ଗକୁ ଶରୀରକୁ ପର୍ଯ୍ୟାପ୍ତ ପରିମାଣର ପ୍ରୋଟିନ୍‌, ଫାଇବର, ଭିଟାମିନ୍ ଏବଂ ମିନେରାଲ ମିଳିଯିବ । ବିଶେଷଜ୍ଞଙ୍କ ମତରେ ସାଲାଡ୍‌ରେ ଲୁଣ ପାକାଇବା ଜରୁରୀ ନୁହେଁ ।

ଯଦି ଲୁଣ ପକାଉଛନ୍ତି ତେବେ କଳା ଲୁଣ କିମ୍ବା ସନ୍ଧିବ ଲବଣ ପକାନ୍ତୁ । ବର୍ଷା ସମୟରେ ବ୍ୟାକ୍ଟେରିଆ ଅଧୁକ ସକ୍ରିୟ ହେଉଥିବା ବେଳେ ଏହି ସମୟରେ ସାଲାଡ୍ ପ୍ରତି ଧ୍ୟାନ ଦେବା ଜରୁରୀ । ସାଲାଡ୍ ଅଧିକ ସମୟ ଧରି ରଖୁବା ଉଚିତ ନୁହେଁ । ରାତି ସମୟରେ ମଧ୍ୟ ସାଲାଡ୍ ଖାଇବା ଉଚିତ ନୁହେଁ । ବିଶେଷ କରି ରାତିରେ କାକୁଡ଼ି ଖାଇବା ଜମା ଉଚିତ ନୁହେଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+