ଫୁଲ କୋବି ନା ବ୍ରୋକୋଲି, ଜାଣନ୍ତୁ ଏହି ଦୁଇଟି ମଧ୍ୟରୁ କେଉଁଟା ସ୍ୱାସ୍ଥ୍ୟ ପ୍ରତି ଅଧିକ ଲାଭଦାୟକ
ଭୁବନେଶ୍ୱର: ଫୁଲ କୋବି ଭଳି ଆଉ ଏକ ପରିବା ଯାହା ଲୋକଙ୍କୁ ବହୁତ ପସନ୍ଦ, ତାହା ହେଲା ବ୍ରୋକୋଲି । ଦେଖିବାକୁ ବି ଇଏ ଫୁଲକୋବି ଭଳି । କିନ୍ତୁ ଏହାର ରଙ୍ଗ ସବୁଜ । ଫୁଲକୋବି ଭାରତୀୟ ପରିବା ହୋଇଥିବାବେଳେ ବ୍ରୋକୋଲି ବିଦେଶୀ ପରିବା । କିନ୍ତୁ ବର୍ତ୍ତମାନ ଭାରତରେ ମଧ୍ୟ ବହୁ ମାତ୍ରାରେ ବ୍ରୋକୋଲି ଚାଷ ହେଉଛି ।
ପୋଷଣ ମାମଲାରେ ମଧ୍ୟ ଏହି ଦୁଇ ପରିବା ଏକାଭଳି । କିନ୍ତୁ ଦୁଇ ପରିବା ମଧ୍ୟରେ ପୋଷାକ ମାତ୍ରା ଭିନ୍ନ ଭିନ୍ନ । ଆଜିକାଲି ଲୋକେ ବ୍ରୋକୋଲି ଖାଇବାକୁ ଅଧିକ ପସନ୍ଦ କରୁଛନ୍ତି । କାରଣ ବ୍ରୋକୋଲି ଅଧିକ ଲାଭଦାୟକ । କିଛି ସ୍ଥାନରେ ଲୋକେ ବ୍ରୋକୋଲିକୁ ସବୁଜ କୋବି ମଧ୍ୟ କହିଥାନ୍ତି । ଏହାକୁ ସାଲାଡ୍ ଭଳି ମଧ୍ୟ ବ୍ୟବହାର କରାଯାଏ ।
ଭାରତରେ ସାଧାରଣ ଲୋକଙ୍କ ମଧ୍ୟରେ ବ୍ରୋକୋଲି ଏତେ ଲୋକପ୍ରିୟ ନୁହେଁ କିନ୍ତୁ ଧୀରେ ଧୀରେ ଲୋକେ ଏହାକୁ ପସନ୍ଦ କରୁଛନ୍ତି । କୋବି ଓ ବ୍ରୋକୋଲିର ଫାଇଦା :
୧. କୋବିରେ କ୍ୟାଲସିୟମ, ଫସଫରସ, ପ୍ରୋଟିନ, କାର୍ବୋହାଇଡ୍ରେଟ୍ସ ଓ ଖଣିଜ ସହ ଭିଟାମିନ-ଏ,ବି,ସି, ଆୟୋଡିନ ଓ ପୋଟାସିୟମ ରହିଛି । ଏହା ସାସ୍ଥ୍ୟ ପାଇଁ ହିତକର । ଅପରପକ୍ଷରେ ବ୍ରୋକୋଲିରେ ଆଣ୍ଟିଅକ୍ସିଡେଣ୍ଟ ଓ ଫାଇଟୋକେମିକାଲ ସହ ଆଇଥୁନ, କ୍ୟାଲସିୟମ, କାର୍ବୋହାଇଡ୍ରେଟ୍ସ, କ୍ରୋମିୟମ, ପ୍ରୋଟିନ, ଭିଟାମିନ-ଏ ଓ ସି ସମେତ ଅନେକ ପ୍ରକାର ପୋଷାକ ତତ୍ତ୍ୱ ଭରପୁର ମାତ୍ରାରେ ରହିଛି ।

୨. କୋବି ଓ ବ୍ରୋକୋଲିରେ ବହୁତ କମ ମାତ୍ରାରେ କ୍ୟାଲୋରୀ ରହିଛି । ସିଝା କୋବି ଖାଇ ଓଜନ ଖୁବ ଶୀଘ୍ର କମ କରାଯାଇପାରେ । ଶରୀରର ଆନ୍ତରିକ ସୁଜନ ଦୂର କରିବାକୁ ସିଝା କୋବି ବ୍ୟବହାର କରାଯାଏ । ଅପରପକ୍ଷରେ ବ୍ରୋକୋଲିକୁ ସାଲାଡ଼ ଭଳି ଖାଇବା ହିତକର ହୋଇଥାଏ ।
୩. ଏହି ଦୁଇଟି ପରିବାରେ ଆଇସୋଥ୍ୟୋସାଇନେଟ୍ସ ଓ ଗ୍ଲୁକୋସାଇନେଟ୍ସ ରହିଛି । ଏହି ଦୁଇଟି ତତ୍ତ୍ୱ ଶରୀରରେ କ୍ୟାନ୍ସର ସେଲ୍ସ ଉତ୍ପନ୍ନ ହେବାରେ ରୋକିଥାନ୍ତି । କୋବି ଅପେକ୍ଷା ବ୍ରୋକୋଲିରେ ଅଧିକ ମାତ୍ରାରେ ଏହି ତତ୍ତ୍ୱ ରହିଛି ।
୪. କୋବି ଓ ବ୍ରୋକୋଲିକୁ ଶିଝେଇ ଖାଇବା ଅଧିକ ଲାଭଦାୟକ ପ୍ରମାଣିତ ହୋଇଥାଏ ।












Click it and Unblock the Notifications