Get Updates
Get notified of breaking news, exclusive insights, and must-see stories!

ମୁଁ ନାର୍କୋ ଟେଷ୍ଟ ଦେବାକୁ ପ୍ରସ୍ତୁତ ଅଛି, ହେଲେ ଗୋଟେ ସର୍ତରେ:ବ୍ରିଜ ଭୂଷଣ ଶରଣ ସିଂ

ନୂଆଦିଲ୍ଲୀ: ଦିଲ୍ଲୀର ଜନ୍ତର ମନ୍ତ୍ରରେ କୁସ୍ତିଯୋଦ୍ଧାମାନଙ୍କର ବିରୋଧ ପ୍ରଦର୍ଶନ ଜାରି ରହିଛି । ଏହାରି ମଧ୍ୟରେ ବ୍ରିଜ ଭୂଷଣ ଶରଣ ସିଂଙ୍କ ବଡ ବିବୃତ୍ତିକୁ ନେଇ ଚର୍ଚ୍ଚା ଜୋର ଧରିଛି । ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂ ନିଜର ଏକ ଫଟୋ ସହ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି ଯେଉଁଥିରେ ସେ କହିଛନ୍ତି ଯେ, ସେ ତାଙ୍କର ନାର୍କୋ ଟେଷ୍ଟ, ପଲିଗ୍ରାଫ୍ ଟେଷ୍ଟ ଏବଂ ଲାଇ ଡିଟେକ୍ଟର ଟେଷ୍ଟ ଦେବାକୁ ପ୍ରସ୍ତୁତ ଅଛନ୍ତି ।

ବ୍ରିଜ ଭୂଷଣ ଶରଣ ସିଂ କହିଛନ୍ତି, ମୁଁ ମୋର ନାର୍କୋ ଟେଷ୍ଟ, ପଲିଗ୍ରାଫି ଟେଷ୍ଟ ଏବଂ ଲାଇ ଡିଟେକ୍ଟର ଟେଷ୍ଟ ଦେବାକୁ ପ୍ରସ୍ତୁତ ଅଛି । ହେଲେ ମୋର ସର୍ତ୍ତ ହେଉଛି ଯେ ମୋ ସହ ବିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆଙ୍କର ମଧ୍ୟ ସମସ୍ତ ପରୀକ୍ଷା କରାଯାଉ ।

brij bhushan sharan singh

ବ୍ରିଜ ଭୂଷଣ ଶରଣ ସିଂ ଆହୁରି କହିଛନ୍ତି, "ଯଦି ଉଭୟ କୁସ୍ତିଯୋଦ୍ଧା ସମସ୍ତ ଟେଷ୍ଟ କରିବା ପାଇଁ ପ୍ରସ୍ତୁତ ଅଛନ୍ତି ତେବେ ପ୍ରେସକୁ ଡାକନ୍ତୁ ଏବଂ ଘୋଷଣା କରନ୍ତୁ ଏବଂ ମୁଁ ସେମାନଙ୍କୁ ପ୍ରତିଶୃତି ଦେଉଛି ଯେ, ମୁଁ ମଧ୍ୟ ଏଥି ପାଇଁ ପ୍ରସ୍ତୁତ ଅଛି। ମୁଁ ଦେଶବାସୀଙ୍କୁ ପ୍ରତିଶୃତି ଦେଉଛି...

କୁସ୍ତିଯୋଦ୍ଧାମାନେ ଏହି ମାମଲାକୁ କେନ୍ଦ୍ର କରି ସୁପ୍ରିମକୋର୍ଟ ଦ୍ୱାରସ୍ଥ ହୋଇଥିଲେ, ଏହା ପରେ ଦିଲ୍ଲୀ ପୋଲିସ ବ୍ରିଜ ଭୂଷଣଙ୍କ ବିରୋଧରେ ଦୁଇଟି ଏଫଆଇଆର ପଞ୍ଜୀକୃତ କରିଥିଲା । ଯାହା ପରେ ବ୍ରିଜ ଭୂଷଣ ସିଂଙ୍କୁ ଗିରଫ କରିବାକୁ ଦାବି କରାଯାଉଛି ।
ଯେ ପର୍ଯ୍ୟନ୍ତ ବ୍ରିଜ ଭୂଷଣଙ୍କୁ ଗିରଫ ନ କରାଯାଏ ସେ ପର୍ଯ୍ୟନ୍ତ ଜନ୍ତର ମନ୍ତ୍ରରେ ବିରୋଧ ପ୍ରଦର୍ଶନ ଜାରି ରହିବ ବୋଲି ବିରୋଧ ପ୍ରଦର୍ଶନ ଜାରି ରହିବ ବୋଲି କୁସ୍ତିଯୋଦ୍ଧାମାନେ କହିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+