ପଶ୍ଚିମବଙ୍ଗ ହିଂସା ମାମଲା ; କେନ୍ଦ୍ରକୁ ରିପୋର୍ଟ ଦେଲେ ରାଜ୍ୟପାଳ, ହୋଇପାରେ ବଡ ଆକ୍ସନ
ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି. ଆନନ୍ଦ ବୋଷ ସ୍ବରାଷ୍ଟ୍ର ମନ୍ତ୍ରଣାଳୟରେ ମୁର୍ଶିଦାବାଦ ଦଙ୍ଗା ସମ୍ପର୍କିତ ରିପୋର୍ଟ ଦାଖଲ କରିଛନ୍ତି। କଠୋରପନ୍ଥୀକରଣ ରାଜ୍ୟ ପାଇଁ ଗମ୍ଭୀର ଚ୍ୟାଲେଞ୍ଜ ସୃଷ୍ଟି କରିଥିବା ସେ ରିପୋର୍ଟରେ ଦର୍ଶାଇଛନ୍ତି। ଦଙ୍ଗାର ତଦନ୍ତ ଲାଗି ଏକ ତଦନ୍ତ କମିଶନ ଗଠନ କରିବା ସହ ବାଂଲାଦେଶ ସୀମାକୁ ଲାଗିଥିବା ଉକ୍ତ ଜିଲାରେ କେନ୍ଦ୍ରୀୟ ବଳର ଆଉଟ୍ପୋଷ୍ଟ ଖୋଲିବା ପାଇଁ ରାଜ୍ୟପାଳ କେନ୍ଦ୍ରକୁ ପ୍ରସ୍ତାବ ଦେଇଛନ୍ତି। ସମ୍ବିଧାନର ଅନୁଚ୍ଛେଦ ୩୫୬ ବଳରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ରାଜ୍ୟପାଳ ପ୍ରସ୍ତାବ ଦେଇ ନ ଥିଲେ ମଧ୍ୟ ରାଜ୍ୟରେ ସ୍ଥିତି ଅଧିକ ବିଗିଡ଼ିଲେ କେନ୍ଦ୍ର ପାଇଁ ଏହି ବ୍ୟବସ୍ଥା ଖୋଲା ରଖିବାକୁ କହିଛନ୍ତି। ମୁର୍ଶିଦାବାଦ ଦଙ୍ଗା ରାଜ୍ୟର ଅନ୍ୟ ଜିଲାଗୁଡ଼ିକୁ ବ୍ୟାପିବା ଆଶଙ୍କା କରି କେନ୍ଦ୍ର ସରକାର ସ୍ଥିତି ନିୟନ୍ତ୍ରଣ ପାଇଁ ସାମ୍ବିଧାନିକ ବିକଳ୍ପ ସମ୍ପର୍କରେ ବିଚାର କରିବାକୁ ରାଜ୍ୟପାଳ ସୁପାରିସ କରିଛନ୍ତି।













Click it and Unblock the Notifications