ପୁଣି ଆଲୋଚନାରେ ମମତା ସରକାର ହେଲେ ବିଫଳ! ରାଜ୍ୟ ସରକାରଙ୍କ ବିରୋଧରେ ଡାକ୍ତର ଆଣିଲେ ସଂଗୀନ ଅଭିଯୋଗ
କଲିକତା: ଆରଜି କର ହସ୍ପିଟାଲରେ ଦୁଷ୍କର୍ମ ମାମଲା ବିରୋଧରେ ଧର୍ମଘଟ କରୁଥିବା ଜୁନିଅର ଡାକ୍ତରଙ୍କ ସହ ପଶ୍ଚିମବଙ୍ଗ ସରକାରଙ୍କ ବୈଠକ ବିଫଳ ହୋଇଛି। ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନର୍ଜୀଙ୍କ ସହ ସେମାନଙ୍କର ତିକ୍ତତା ଲାଗି ରହିଛି।
ପଶ୍ଚିମବଙ୍ଗରେ ଜୁନିୟର ଡାକ୍ତରମାନଙ୍କ ରାଜ୍ୟ ସରକାରଙ୍କ ସହ ହୋଇଥିବା ଆଲୋଚନାରେ କୌଣସି ସୁଫଳ ମିଳିନାହିଁ । ଗତକାଲି କୋଲକାତାସ୍ଥିତ ରାଜ୍ୟ ସଚିବାଳୟରେ ମୁଖ୍ୟ ଶାସନ ସଚିବ ମନୋଜ ପନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟ ଗୃହ ସଚିବ ନନ୍ଦିନୀ ଚକ୍ରବର୍ତ୍ତୀ ଏବଂ ପୁଲିସ ମହାନିର୍ଦ୍ଦେଶକ ରାଜୀବ କୁମାର ଉପସ୍ଥିତ ଥିଲେ ।

ଡାକ୍ତରମାନେ ଅଭିଯୋଗ କରିଛନ୍ତି ଯେ ରାଜ୍ୟ ସରକାର କେବଳ ମୌଖିକ ଆଶ୍ୱାସନା ବ୍ୟତୀତ କୌଣସି ନିର୍ଦ୍ଦିଷ୍ଟ ଉତ୍ତର ଦେଉନାହାନ୍ତି । ସେମାନେ କହିଛନ୍ତି ରାଜ୍ୟ ସରକାର ମେଡ଼ିକାଲ କଲେଜ ପରିସରରେ ଡାକ୍ତରମାନଙ୍କ ସୁରକ୍ଷା ନେଇ ଲିଖିତ ନିର୍ଦ୍ଦେଶାନାମା ଜାରି କରିବାକୁ ମନା କରିଦେଇଛନ୍ତି । ଡାକ୍ତରମାନେ ବିକ୍ଷୋଭ ଏବଂ ଆମରଣ ଅନଶନ ଜାରି କରିବେ ବୋଲି କହିଛନ୍ତି ।












Click it and Unblock the Notifications