ପଶ୍ଚିମବଙ୍ଗରେ ହିଂସାକାଣ୍ତ ପରେ ଆଜି ୬୦୪ ବୁଥରେ ସାନି ନିର୍ବାଚନ ହେବ
West Bengal Panchayat Re-Polling: ଶନିବାର ଦିନ ପଶ୍ଚିମବଙ୍ଗରେ ଅନୁଷ୍ଠିତ ମତଦାନରେ ବ୍ୟାପକ ହିଂସାକାଣ୍ତ ପରେ ବଡ଼ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ । ସୋମବାର ଦିନ ଅର୍ଥାତ ଆଜି ପୁଣି ସାନି ନିର୍ବାଚନ ହେବ । ପଶ୍ଚିମବଙ୍ଗର ୬୦୪ଟି ବୁଥରେ ପୁଣି ଭୋଟ ଦେଉଛନ୍ତି ଜନତା ।

ନଦିଆ, ପୁରଲିଆ, ମାଲଦା, ମୁର୍ଶିଦାବାଦ, ଜଲପାଇଗୁଡି, ଉତର-24 ପ୍ରଗଣା ଓ ଦକ୍ଷିଣ ୨୪ ପ୍ରଗଣାରେ ଆଜି ପୁଣି ଭୋଟିଂ ହେବ । ମୁର୍ଶିଦାବାଦରେ ସର୍ବାଧିକ ୧୭୫ ବୁଥରେ ଭୋଟ ଗ୍ରହଣ ହେବା ନେଇ ସୂଚନା ରହିଛି । ସେହିପରି ମାଲଦାରେ ୧୧୨ ବୁଥ, ନଦିଆରେ ୮୯ ବୁଥ, ଉତ୍ତର ୨୪ ପ୍ରଗଣାର ୪୬ ବୁଥ ଓ ଦକ୍ଷିଣ ୨୪ ପ୍ରଗଣାର ୩୬ ବୁଥରେ ସାନି ନିର୍ବାଚନ ହେବ । କେନ୍ଦ୍ରୀୟ ସୁରକ୍ଷାବଳର ନୀରିକ୍ଷଣରେ ମୋଟ୍ ୬୦୪ଟି ବୁଥରେ ସାନି ନିର୍ବାଚନ ହେବ ।
#WATCH | West Bengal panchayat election re-poll | Voters queue up outside the polling booth at Tikiapara Primary High School in Murshidabad to cast their votes.
A voter, Anjana Majumdar says, "The first day there were no central forces. There were just three Police personnel.… pic.twitter.com/aPupguHwj3
— ANI (@ANI) July 10, 2023
ତେବେ ଶନିବାର ଦିନ ପଶ୍ଚିମବଙ୍ଗରେ ୭୫ ହଜାର ପଞ୍ଚାୟତ ପାଇଁ ଭୋଟ୍ ଅନୁଷ୍ଠିତ ହୋଇଥିଲା । ଏହି ସମୟରେ ହିଂସା, ଅଗ୍ନିକାଣ୍ଡ, ଯୁଦ୍ଧ ଏବଂ ବାଲଟ ବାକ୍ସ ଲୁଟ୍ ଭଳି ଘଟଣା ସାମ୍ନାକୁ ଆସିଥିଲା। ଏହି ହିଂସାକାଣ୍ତରେ ୧୫ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ।
ବିଶେଷ କରି ମୁର୍ଶିଦାବାଦ, କୁଚବିହାର ଏବଂ ଉତ୍ତର ୨୪ ପ୍ରଗଣାରେ ବ୍ୟାପକ ହିଂସାକାଣ୍ତ ଦେଖିବା ପାଇଁ ମିଳିଥିଲା । ଯାହା ପରେ ରାଜ୍ୟ ବିଜେପି ପୁଣି ଥରେ ସାନି ନିର୍ବାଚନ କରିବା ପାଇଁ ଦାବି କରି ନିର୍ବାଚନ ଅଧିକାରୀଙ୍କ ଅଫିସ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା । ନିର୍ବାଚନ ଅଧିକାରୀଙ୍କ ନିଷ୍ପତ୍ତି ପରେ ଆଜି ପୁଣି ସାନି ନିର୍ବାଚନ ହେବ ।












Click it and Unblock the Notifications