ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ: ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, କେନ୍ଦ୍ରୀୟ ବାହିନୀ ହେବ ମୁତୟନ
ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ:ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଏବଂ ନିର୍ବାଚନ ଆୟୋଗଙ୍କୁ ଲାଗିଲା ଝଟକା । ଆସନ୍ତା ୮ ତାରିଖରେ ପଶ୍ଚିମବଙ୍ଗରେ ହେବା ପାଇଁ ଯାଉଁ ପଞ୍ଚାୟତ ନିର୍ବାଚନ । ନିର୍ବାଚନକୁ ନିରପେକ୍ଷ ଭାବେ କରିବା ପାଇଁ ମୁତୟନ ହେବେ କେନ୍ଦ୍ରୀୟ ସୁରକ୍ଷା ବଳ । ଏନେଇ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ ।

ସୂଚନାଥାଉ ଯେ, ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି ଯେ, ନିର୍ବାଚନ ଅର୍ଥ ହିଂସା କରିବା ପାଇଁ ଲାଇସେନ୍ସ ପାଇବା ନୁହେଁ । ନିର୍ବାଚନ ଅର୍ଥ ନିର୍ଭୟରେ ନିରପେକ୍ଷରେ ନିଜ ମତାଧିକାର ସାବ୍ୟସ୍ତ କରିବା । ଏପରି ହିଂସାକାଣ୍ତ ସ୍ଥାନରେ ନିରପେକ୍ଷ ନିର୍ବାଚନ ହେବା ସମ୍ଭବ ନୁହେଁ ।
ପଶ୍ଚିମବଙ୍ଗରେ ଘଟୁଥିବା ହିଂସାକୁ ଦେଖି ଗତ ୧୩ ତାରିଖରେ ରାଜ୍ୟ ସରକାର ତୁରନ୍ତ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ହେଲେ ଏନେଇ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଇ ନ ଥିଲେ ଯାହା ପରେ ୧୫ ତାରିଖରେ ହାଇକୋର୍ଟ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ୪୮ ଘଣ୍ଟା ମଧ୍ୟରେ ସମ୍ବେଦନଶୀଳ ବୁଥରେ କେନ୍ଦ୍ରୀୟ ସୁରକ୍ଷା ବାହିନିକୁ ମୁତୟନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଯାହାକୁ ବିରୋଧ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ରାଜ୍ୟ ସରକାର ।
ଯେଉଁ ମାମଲାର ଶୁଣାଣି ଆଜି ଜଷ୍ଟିସ ବିବି ନାଗାରତ୍ନ ଏବଂ ଜଷ୍ଟିସ ମନୋଜ ମିଶ୍ରାଙ୍କର ଗଠିତ ଖଣ୍ତପୀଠରେ ହୋଇଥିଲା । ତେବେ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ କରାଯିବ ବୋଲି ଏହି ସୁପ୍ରିମକୋର୍ଟ ପକ୍ଷରୁ ପଶ୍ଚିମବଙ୍ଗ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।












Click it and Unblock the Notifications