ଆଜି ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ଭୋଟ ଗଣତି
West Bengal Panchayat Election:ଆଜି ବାହାରିବ ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ । କଡ଼ା ସୁରକ୍ଷା ମଧ୍ୟରେ ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ ଗଣତି । ଭୋଟିଂ ସମୟରେ ରାଜ୍ୟରେ ବ୍ୟାପକ ହିଂସାକାଣ୍ତ ଘଟିଥିବା କାରଣରୁ ଗଣାନା ସମୟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।
ଚଳିତ ମାସ ୮ ତାରିଖରେ ପଶ୍ଚିମବଙ୍ଗରେ ୭୪ ହଜାର ପଞ୍ଚୟତ ପାଇଁ ମତଦାନ ହୋଇଥିଲା । ଆଜି ରାଜ୍ୟର ୨୨ଟି ଜିଲ୍ଲାର ୩୩୯ କାଉଣ୍ଟିଂ ବୁଥରେ ଗଣନା ପ୍ରକ୍ରିୟା ଆରମ୍ଭ ହୋଇଥିବା ନେଇ ସୂଚନା ରହିଛି । ପ୍ରତ୍ୟେକ ବୁଥ ବାହାରେ ରାଜ୍ୟ ପୋଲିସ ଏବଂ କେନ୍ଦ୍ରୀୟ ସୁରକ୍ଷା କର୍ମୀ ମୁତୟନ ହୋଇଛନ୍ତି । ସେହିପରି ପ୍ରତ୍ୟେକ ଭୋଟ ଗଣନା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଯାଇଛି ।

ସୂଚନାଥାଉ ଯେ, ଗତ ୮ ତାରିଖରେ ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ହିଂସାକାଣ୍ତ ଘଟିଥିଲା । ନିର୍ବାଚନୀ ହିଂସାକାଣ୍ତରେ ପ୍ରାୟ ୩୭ ଜଣଙ୍କ ମୃତ୍ୟୁ ଘଟିଥିଲା । ଟିଏମସିର ୧୧ ଜଣ କର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରାଯାଇଥିବା ବେଳେ, ବିଜେପିର ୩ ଜଣ, କଂଗ୍ରେସର ୩ ଜଣ, ସିପିଆଇଏମର ୨ ଜଣ କର୍ଯ୍ୟକର୍ତ୍ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି ।
ଶନିବାର ଦିନ ପଶ୍ଚିମବଙ୍ଗରେ ଅନୁଷ୍ଠିତ ମତଦାନରେ ବ୍ୟାପକ ହିଂସାକାଣ୍ତ ପରେ ସୋମବାର ଦିନ ପୁଣି ସାନି ନିର୍ବାଚନ ହୋଇଥିଲା
ପଶ୍ଚିମବଙ୍ଗର ୬୦୪ଟି ବୁଥରେ ପୁଣି ଭୋଟ ଦେଇଥିଲେ ଜନତା ।












Click it and Unblock the Notifications