West Bengal Panchayat Election: ପଶ୍ଚିମବଙ୍ଗରେ ପୁଣି ହେବ ସାନି ମତଦାନ
West Bengal Panchayat Election Result 2023: ପଶ୍ଚିମବଙ୍ଗରେ ପୁଣି ହେବ ସାନି ମତଦାନ । ଭୋଟ ଗଣନା ସମୟରେ ହିଂସାକାଣ୍ତ ଯୋଗୁଁ ପଶ୍ଚିମବଙ୍ଗ ରାଜ୍ୟ ନିର୍ବାଚନ ଆୟୋଗ ଶୁକ୍ରବାର ଦିନ ଏପରି ଘୋଷଣା କରିଛନ୍ତି । ସୂଚନା ଅନୁସାରେ, 20ଟି ବୁଥରେ ପୁନଃ ମତଦାନ ହେବ । ଏହାପୂର୍ବରୁ ଜୁଲାଇ 10ରେ, ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶରେ 19ଟି ଜିଲ୍ଲାର 696ଟି ବୁଥରେ ସାନି ନିର୍ବାଚନ ହୋଇଥିଲା ।
ପଶ୍ଚିମବଙ୍ଗରେ ତିନି ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଜୁଲାଇ 8ରେ ଭୋଟିଂ ହୋଇଥିଲା ଯେଉଁଥିରେ ପ୍ରାୟ 20 ଜଣ ଲୋକ ହିଂସାର ଶିକାର ହୋଇଥିଲେ । ଏହାପରେ ମଧ୍ୟ କିଛି ଆସନରେ ସାନି ନିର୍ବାଚନ ହୋଇଥିଲା ହେଲେ ହିଂସା ଥମିବାର ନାଁ ନେଇନଥିଲା । ଭୋଟ ଗଣନା ସମୟରେ ମଧ୍ୟ ଅନେକ ସ୍ଥାନରେ ହିଂସାକାଣ୍ତ ଘଟିଥିଲା ।

ସାନି ନିର୍ବାଚନ ବେଳେ ବ୍ୟାପକ ହିଂସାକାଣ୍ତ, ବୁଥ କ୍ୟାପଚର ହେତୁ ରାଜ୍ୟ ନିର୍ବାଚନ ଆୟୋଗ (SEC) ଗୁରୁବାର (ଜୁଲାଇ 13) ତିନୋଟି ଜିଲ୍ଲାର 20ଟି ବୁଥରେ ପଞ୍ଚାୟତ ନିର୍ବାଚନକୁ ବାତିଲ କରି ଦେଇଥିଲେ ।
ଏହି ଜିଲ୍ଲାଗୁଡ଼ିକର ହେବ ସାନି ନିର୍ବାଚନ
ରାଜ୍ୟ ନିର୍ବାଚନ ଆୟୋଗଙ୍କ ସୂଚନା ଅନୁସାରେ, ହୁଗଳି, ହାୱାଡା ଏବଂ ଉତ୍ତର ପରଗାନା ଜିଲ୍ଲାର 20ଟି ବୁଥରେ ଗଣନା ଦିନ ବାଲାଟ ପେପର ଲୁଟ ହେବା ପରେ ଗଣନା ବାତିଲ କରାଯାଇଥିଲା ଏବଂ ଏହି ବୁଥରେ ପୁନଃ ଭୋଟିଂ ହେବାର ନିଷ୍ପତ୍ତି ନିଆଯାଇଛି ।












Click it and Unblock the Notifications