ପଶ୍ଚିମବଙ୍ଗରେ ଲାଗୁ ହେବ କି ରାଷ୍ଟ୍ରପତି ଶାସନ ?

ପଶ୍ଚିମବଙ୍ଗର ସନ୍ଦେଶଖାଲିର ଯୌନ ନିର୍ଯ୍ୟାତନା ଅଭିଯୋଗ ଘଟଣାକୁ ନେଇ ହିଂସା ଲାଗି ରହିଛି । ଏହାରି ମଧ୍ୟରେ ରାଷ୍ଟ୍ରୀୟ ଅନୁସୂଚିତ ଜାତି ଆୟୋଗ ପ୍ରତିନିଧୀ ମଣ୍ଡଳ ରାଷ୍ଟପ୍ରତିଙ୍କ ନିକଟରେ ରିପୋର୍ଟ ପ୍ରଦାନ କରିଛନ୍ତି । ଗୁରୁବାର ଦିନ ଏହି ଟିମ୍ ସନ୍ଦେଶଖାଲି ଗସ୍ତ କରିଥିଲେ ଯାହା ପରେ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଛି ଏବଂ ଏହାକୁ ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯାଇଛି ।

west bengal

ଟିଏମସର ହେଭିୱେଟ ନେତା ଶେଖ ଶାହଜାହାନ ଏବଂ ତାଙ୍କ ଦଳ ସନ୍ଦେଶଖାଲିରେ ରହୁଥିବା ମହିଳାଙ୍କୁ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଛି ବିଜେପି । ଖବର ଏହା ମଧ୍ୟ ରହିଛି ଯେ ଆଜି ବିଜେପିର ଏକ ଟିମ୍ ଉକ୍ତ ଅଞ୍ଚଳକୁ ଯାଉଥିବା ବେଳେ ତାଙ୍କ ଅଧା ରାସ୍ତାରୁ ଫେରାଇ ଦେଇଛି ପୋଲିସ । ଯାହା ପାରେ ମାମଲା ଆହୁରି ତିବ୍ର ହୋଇଛି ।

ସନ୍ଦେଶଖାଲିରେ ଗୁଣ୍ଡାଗର୍ଦ୍ଦି ଏବଂ ମହିଳାଙ୍କୁ ଯୌନ ନିର୍ଯ୍ୟାତନା ମାମଲାରେ ଅନୁସୂଚିତ ଜାତି ଆୟୋଗ ତରଫରୁ ଏକ ରିପୋର୍ଟ ପ୍ରସ୍ତୁତ କରାଯିବା ସହ ବେଙ୍ଗଲର ସ୍ଥିତି ନିୟନ୍ତ୍ରଣରେ ନଥିବା କାରଣରୁ ଏଠାରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ପ୍ରସ୍ତାବ ମଧ୍ୟ ଦିଆଯାଇଛି ।

ଜାତୀୟ ମହିଳା ଆୟୋଗର ରିପୋର୍ଟରେ ଦର୍ଶାଯାଇଛି ଯେ ପଶ୍ଚିମବଙ୍ଗ ପୋଲିସ ଶାହାଜାହାନ ଶେଖଙ୍କ ସହ ମିଶିଛି। ପୀଡିତା ମହିଳାଙ୍କ ସହ ହୋଇଥିବା ଆଲୋଚନା ଆଧାର କରି ମହିଳା ଆୟୋଗ କହିଛନ୍ତି ଯେ, ଯେତେବେଳେ ବି ମହିଳାମାନେ ବିରୋଧ କରନ୍ତି, ପୋଲିସ ମିଥ୍ୟା ମାମଲାରେ ପୀଡିତାଙ୍କ ସ୍ୱାମୀଙ୍କୁ ଗିରଫ କରି ସେମାନଙ୍କୁ ହଇରାଣ କରିଥାଏ ।

ସେହିପରି ମହିଳା ଆୟୋଗର ସଦସ୍ୟ ଡେଲିନା ଖୋଙ୍ଗଡୁପ କହିଛନ୍ତି ଯେ ଏଠାରେ ମହିଳାଙ୍କ କାହାଣୀ ଭୟଙ୍କର ଅଟେ। ସେ କହିଛନ୍ତି ଯେ ମହିଳାମାନେ ଏତେ ଦିନ ଧରି ଭୟଭୀତ ହୋଇ ଚୁପ୍ ରହିଆସୁଥିଲେ ।

ଏନସିଏସ୍‌ସି ଟିମ ବେଙ୍ଗଲ ଯାଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପକ୍ଷରୁ ଏହି ମାମଲାରେ କୌଣସି ସାହାଯ୍ୟ ମିଳିନଥିଲା । ସେହପରି ଏହି ଦଳକୁ ଯୌନ ନିର୍ଯାତନାର ଶିକାର ହୋଇଥିବା ମହିଳାମାନଙ୍କୁ ଭେଟିବାକୁ ଦିଆଯାଇ ନଥିଲା । ସେଠାକାର ସ୍ଥିତି ଅତ୍ୟନ୍ତ ଗମ୍ଭୀର। ଆଇନଶୃଙ୍ଖଳା ପରିସ୍ଥିତି ପୂରା ବିଗିଡ଼ି ଯାଇଛି। ତେଣୁ ବେଙ୍ଗଲରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ଦରକାର ବୋଲି ଦାବି କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+