କୋଲକତା ବନ୍ଦ ପାଳନ: ବିଜେପି ନେତାଙ୍କ ଗାଡ଼ି ଉପରକୁ ଫାୟାରିଂ
West Bengal News: ଆଜି କୋଲକତା ବନ୍ଦ ପାଳନ ବେଳେ ହିଂସାକାଣ୍ତ, ଏପରି ସ୍ଥିତିରେ ଭାଟପଡ଼ାରେ ଜଣେ ବିଜେପି ନେତାଙ୍କ ଗାଡ଼ି ଉପରେ ହୋଇଛି ଗୁଳିମାଡ଼ । କୋଲକାତା ଦୁଷ୍କର୍ମ-ହତ୍ୟା ମାମଲାରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ବିଜେପି । କୋଲକାତାର ବାଟା ଚୌକରେ ବିରୋଧ କରୁଥିବା ବିଜେପି ନେତା ଲକେଟ୍ ଚାଟାର୍ଜୀଙ୍କୁ ପୋଲିସ ଗିରଫ କରିଛି।

ଏହି ସମୟ ମଧ୍ୟରେ ସେ କହିଛନ୍ତି, "ମୋ ସହିତ କିଛି ଘଟିବ ନାହିଁ, ଏହି ଲୋକମାନେ ମୋତେ ଯେତେ ଅଧିକ ଅଟକାଇବେ, ସେତେ ଅଧିକ ଲୋକ ଏହି ବିରୋଧରେ ଯୋଗ ଦେବେ । ଏହା ହେଉଛି ଲୋକଙ୍କ କ୍ରୋଧ । ପୋଲିସ ଲୋକମାନଙ୍କୁ ଗିରଫ କରିପାରେ ହେଲେ ତାଙ୍କ ବିଚାରକୁ ନୁହେଁ ।
#WATCH | West Bengal | BJP leader Locket Chatterjee says, "Nothing will happen, the more they detain, the more people will join the protest. This is the anger of people and they are on the road. Police can detain people but not to the idea." https://t.co/eO7pqFsmx4 pic.twitter.com/8OBnhncWJq
— ANI (@ANI) August 28, 2024
ସେହିପରି ଭାଟପଡ଼ାରେ ବିଜେପି ନେତା ପ୍ରିୟାଙ୍ଗୁ ପାଣ୍ତେଙ୍କ କାର ଉପରକୁ କିଛି ଦୁର୍ବୃତ୍ତ ଗୁଳି ମାଡ଼ କରିଛନ୍ତି । କୁହାଯାଉଛି ଗାଡ଼ି ଉପରକୁ କିଛି ଲୋକ ୬ ରାଉଣ୍ତ ଗୁଳି ଚଳାଇଥିଲେ । ଏହି ଆକ୍ରମଣରେ ଡ୍ରାଇଭର ଆହତ ହୋଇଛନ୍ତି ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି ।












Click it and Unblock the Notifications