ପଶ୍ଚିମବଙ୍ଗ ବଡ଼ ସଡ଼କ ଦୁର୍ଘଟଣା: ୧୦ ଜଣଙ୍କର ମୃତ୍ୟୁ , ୩୫ ଯାତ୍ରୀ ଆହତ

ପଶ୍ଚିମବଙ୍ଗରୁ ଏକ ଦୁଃଖଦ ଖବର ଆସିଛି। ବର୍ଦ୍ଧମାନ ଜିଲ୍ଲାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି, ଯେଉଁଥିରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ୩୫ ଯାତ୍ରୀ ଆହତ ହୋଇଛନ୍ତି। ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଟ୍ରକ୍ ସହିତ ଏକ ଘରୋଇ ବସ୍ ଧକ୍କା ଦେଇଥିଲା। ବସ୍ ପଛରୁ ଟ୍ରକ୍ କୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କିଛି ଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

West Bengal major road accident 10 killed 35 passengers injured

ସେହିଭଳି ରାଉରକେଲାରେ ମଧ୍ୟ ସମାନ ଘଟଣା ସାମ୍ନାକୁ ଆସିଛି । ଲୋକଙ୍କ ଉପରେ ମାଡ଼ିଗଲା ହାଇୱା । ରାଉରକେଲା ହନୁମାନ ବାଟିକା ସାମନାରେ ଭୟଙ୍କର ସିରିଜ୍ ଦୁର୍ଘଟଣା ଘଟିଛି । ଅଟୋ ଓ କାର ଉପରେ ମାଡ଼ିଗଲା ଏକ ହାଇୱା । ରାସ୍ତାକଡ଼ରେ ଠିଆ ହୋଇଥିବା ୬ରୁ ୭ ଜଣଙ୍କ ଉପରେ ଚଢ଼ିଯାଇଛି ହାଇଓ୍ୱା ।

ସ୍କୁଟିରେ ଯାଉଥିବା ଯୁବକ-ଯୁବତୀଙ୍କୁ ୫୦ ମିଟର ଯାଏ ଘୋଷାଡ଼ି ନେଇଛି । ଦୁର୍ଘଟଣାରେ ଉଭୟ ଯୁବକ-ଯୁବତୀ ଗୁରୁତର ହୋଇଛନ୍ତି । ଅଧା ଘଣ୍ଟାରୁ ଅଧିକ ସମୟ ପରେ ପୋଲିସ ପହଞ୍ଚିଥିଲା । ଯୁବତୀଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ମେଡିକାଲକୁ ପଠାଯାଇଛି । ଡ୍ରାଇଭରକୁ ଅଟକ ରଖିଛନ୍ତି ସ୍ଥାନୀୟ ଲୋକ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+