'କେବଳ ମହିଳା ନୁହେଁ ସମସ୍ତଙ୍କ ପାଇଁ ପଶ୍ଚିମବଙ୍ଗ ଏବେ ଅସୁରକ୍ଷିତ'
ପଶ୍ଚିମ ବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ଦୁର୍ଗାପୁର ଥାନା ପୁଲିସ୍ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅନ୍ୟ ଦୁଇ ଅଭିଯୁକ୍ତ ଫେରାର୍ ଥିବା ସୂଚନା ମିଳିଛି। ସୂଚନା ମୂତାବକ ଶୁକ୍ରବାର ଅପରାହ୍ନରେ ପଶ୍ଚିମବଙ୍ଗ ଦୁର୍ଗାପୁରର ଏକ ଘରୋଇ ମେଡିକାଲ କଲେଜର ଜଣେ ଦ୍ୱିତୀୟ ବର୍ଷର ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା। ସଂପୃକ୍ତ ଛାତ୍ରୀଙ୍କ ଘର ବାଲେଶ୍ବର ଜିଲା, ଜଳେଶ୍ୱର ଅଞ୍ଚଳରେ। ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ୩ ଜଣଙ୍କୁ ଗିରଫ କରିଥିବା କହୁଛନ୍ତି, ମୁଖ୍ୟ ଅଭିଯୁକ୍ତ କେବେ ଗିରଫ ହେବ ବୋଲି ପ୍ରଶ୍ନ କରିଛନ୍ତି । କହିଲେ ଏନେଇ ଆଜି ସିଏମ୍ ଓ ସ୍ଥାନୀୟ ଏସ୍ପିଙ୍କ ସହ ଆଲୋଚନା କରିବି ।

ପଶ୍ଚିମବଙ୍ଗ ଗସ୍ତରେ ଯାଇ ପୀଡିତାଙ୍କୁ ଭେଟିବି । ପଶ୍ଚିମବଙ୍ଗ ଅସାମାଜିକ ଓ ଆତଙ୍କବାଦୀଙ୍କ ଆଡ୍ଡାସ୍ଥଳ ହୋଇଯାଇଛି । କେବଳ ମହିଳା ନୁହେଁ ସମସ୍ତଙ୍କ ପାଇଁ ପଶ୍ଚିମବଙ୍ଗ ଏବେ ଅସୁରକ୍ଷିତ ।












Click it and Unblock the Notifications