୨୦ ଲକ୍ଷ କର୍ମଚାରୀଙ୍କୁ ୨୫% DA ଦେବାକୁ ପଶ୍ଚିମବଙ୍ଗ ସରକାରଙ୍କୁ ନିର୍ଦ୍ଦେଶ

ପଶ୍ଚିମବଙ୍ଗ ସରକାର ଏବଂ କର୍ମଚାରୀଙ୍କ ମଧ୍ୟରେ ମହଙ୍ଗା ଭତ୍ତା (ଡିଏ) ନେଇ ଦୀର୍ଘ ଦିନ ଧରି ଚାଲିଥିବା ବିବାଦରେ ସୁପ୍ରିମକୋର୍ଟ ଗୁରୁବାର ପ୍ରାୟ ୨୦ ଲକ୍ଷ ପଶ୍ଚିମବଙ୍ଗ ସରକାରୀ କର୍ମଚାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛନ୍ତି । ୨୦୦୮ ରୁ ୨୦୧୯ ପର୍ଯ୍ୟନ୍ତ ବକେୟା ଡିଏ ପ୍ରଦାନ କରିବାକୁ କୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ କହିଛନ୍ତି ଯେ, ପୂର୍ବ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଅନୁଯାୟୀ, ମାର୍ଚ୍ଚ ୬ ସୁଦ୍ଧା ବକେୟା ପ୍ରାପ୍ୟର ଅତି କମରେ ୨୫% ପ୍ରଦାନ କରିବାକୁ ପଡିବ ।

West Bengal government d

ରିପୋର୍ଟ ଅନୁଯାୟୀ, ସୁପ୍ରିମକୋର୍ଟ ପଶ୍ଚିମବଙ୍ଗ ସରକାରଙ୍କୁ କର୍ମଚାରୀମାନଙ୍କୁ ମହଙ୍ଗା ଭତ୍ତା (DA) ଆଇନଗତ ଅଧିକାର ଭାବରେ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି, କାରଣ ଏହା ଦରମା ଗଣନା ପାଇଁ ROPA ନିୟମରେ ଅନ୍ତର୍ଭୁକ୍ତ। ୨୦୦୯-୧୯ ପର୍ଯ୍ୟନ୍ତ ବକେୟା DA କର୍ମଚାରୀମାନଙ୍କୁ ପ୍ରଦାନ କରାଯିବା ଉଚିତ । ଏଥିରେ ସମ୍ପୃକ୍ତ ଆର୍ଥିକ ପ୍ରଭାବକୁ ବିଚାର କରି, ସୁପ୍ରିମକୋର୍ଟ ପୂର୍ବତନ SC ବିଚାରପତି ଇନ୍ଦୁ ମାଲହୋତ୍ରା ଏବଂ ଦୁଇ ଅବସରପ୍ରାପ୍ତ HC ମୁଖ୍ୟ ବିଚାରପତିଙ୍କୁ ନେଇ CAG କିମ୍ବା CAG ଦ୍ୱାରା ନିଯୁକ୍ତ ଜଣେ ବରିଷ୍ଠ ଅଧିକାରୀଙ୍କ ନେତୃତ୍ୱରେ ଏକ କମିଟି ଗଠନ କରିଛନ୍ତି । ଏହି କମିଟି ବଙ୍ଗଳା ରାଜ୍ୟର କର୍ମଚାରୀମାନଙ୍କୁ DA ପ୍ରଦାନ ନିର୍ଣ୍ଣୟ କରିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+