Get Updates
Get notified of breaking news, exclusive insights, and must-see stories!

west bengal election 2021: ବିଜେପିରେ ମିଶିଲି ମିଥୁନ ଦା'

ହିନ୍ଦୀ ଚଳଚ୍ଚିତ୍ର ସିନେମା ଅଭିନେତା ମିଥୁନ ଚକ୍ରବର୍ତ୍ତୀ 2021 ରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି।

କୋଲକାତା: ହିନ୍ଦୀ ଚଳଚ୍ଚିତ୍ର ସିନେମା ଅଭିନେତା ମିଥୁନ ଚକ୍ରବର୍ତ୍ତୀ 2021 ରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ରବିବାର (ମାର୍ଚ୍ଚ 7) କୋଲକାତାର ବ୍ରିଗେଡ୍ ପ୍ୟାରେଡ୍ ଗ୍ରାଉଣ୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଲି ପୂର୍ବରୁ ମିଥୁନ ଚକ୍ରବର୍ତ୍ତୀ ବିଜେପିରେ ଯୋଗ ସାମିଲ ହୋଇଛନ୍ତି ।

ରାଜ୍ୟ ବିଜେପିର ମୁଖ୍ୟ ଦିଲୀପ ଘୋଷ ଏବଂ ବିଜେପି ସାଧାରଣ ସମ୍ପାଦକ କୌଳାଶ ବିଜୟଭର୍ଗିଆଙ୍କ ଉପସ୍ଥିତିରେ କୋଲକାତାର ବ୍ରିଗେଡ ପ୍ୟାରେଡ ଗ୍ରାଉଣ୍ଡରେ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି ।

Mithun Chakraborty

ମିଥୁନ ଦା'ଙ୍କ ବିଜେପିରେ ଯୋଗ ଦେବା ନେଇ ଆଲୋଚନା ଚାଲିଆସୁଥିଲା:

ଦୀର୍ଘ ଦିନ ଧରି ଅନୁମାନ କରାଯାଉଥିଲା ଯେ, ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଭାରତୀୟ ଜନତା ପାର୍ଟି (ବିଜେପି) ରେ ଯୋଗ ଦେଇପାରନ୍ତି। ଆଜି ଏହି ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ଏବେ ଦେଖାଯିବ ଯେ ମିଥୁନ ଚକ୍ରବର୍ତ୍ତୀ ସିଏମ ମମତା ବାନାର୍ଜୀଙ୍କ ବିରୋଧରେ ନିର୍ବାଚନ ମୈଦାନକୁ ଯାଉଛନ୍ତି କି ନାହିଁ। 70 ବର୍ଷିୟ ମିଥୁନ ଚକ୍ରବର୍ତ୍ତୀ ଇସ୍ତଫା ଦେବା ପୂର୍ବରୁ ଦୁଇ ବର୍ଷ ଟିଏମସିର ରାଜ୍ୟସଭା ସାଂସଦ ଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+