ପଶ୍ଚିମବଙ୍ଗ ଡାକ୍ତର ହତ୍ୟା ମାମଲା; ଆକ୍ସନ ମୁଡ଼ରେ କେନ୍ଦ୍ର ଗୃହ ମନ୍ତ୍ରାଳୟ, ପ୍ରତି ଦୁଇ ଘଣ୍ଟାରେ ସବୁ ରାଜ୍ୟ ଦେବେ ରିପୋର୍ଟ

କୋଲକାତା ଆର୍‌ଜି କର ମେଡିକାଲ କଲେଜରେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସାରା ଦେଶରେ ବିକ୍ଷୋଭ ଜାରି ରହିଛି। ଏହାକୁ ନେଇ କେନ୍ଦ୍ର ସରକାର ମଧ୍ୟ ଆଲର୍ଟ ମୁଡ୍‌ରେ ଅଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରାଳୟ ନିଜ ନିୟମକୁ କଡ଼ାକଡ଼ି କରିଛି।

Doctor Murder Case

ଏଣିକି ସବୁ ରାଜ୍ୟ ପ୍ରତି ୨ ଘଣ୍ଟାରେ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ରିପୋର୍ଟ ଦେବେ। ନିଜ ନିଜ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ରାଜ୍ୟ ସରକାର କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ସବିଶେଷ ତଥ୍ୟ ଜଣାଇବେ। ସବୁ ରାଜ୍ୟ ଗୃହ ମନ୍ତ୍ରାଳୟକୁ ଗୋଟି ଗୋଟି କରି ୨ ଘଣ୍ଟାକୁ ଥରେ ଅପଡେଟ୍ ଜଣାଇବେ।

ଦେଶରେ ଡାକ୍ତରଙ୍କ ଜାରି ରହିଥିବା ବିକ୍ଷୋଭ ପ୍ରଦର୍ଶନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ତରଫରୁ ସବୁ ରାଜ୍ୟକୁ ଶୁକ୍ରବାର ଏଭଳି କିଛି ବାର୍ତ୍ତା ପଠାଯାଇଛି। ସବୁ ରାଜ୍ୟର ପୁଲିସକୁ ଫ୍ୟାକ୍ସ, ଇ-ମେଲ୍‌ କିମ୍ବା ହ୍ୱାଟସ୍‌ ଆପ୍‌ ଜରିଆରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ରିପୋର୍ଟ ଦେବାକୁ କୁହାଯାଇଛି।

ଉଲ୍ଲେଖଯୋଗ୍ୟ, ଦେଶର ବିଭିନ୍ନ ସ୍ଥାନରେ ଡାକ୍ତର ଓ ଅନ୍ୟ ଚିକିତ୍ସା କର୍ମଚାରୀ ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି। ଏହାଦ୍ୱାରା ସ୍ୱାସ୍ଥ୍ୟସେବା ପ୍ରଭାବିତ ହୋଇଛି। ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲରେ ବିରୋଧ ଚାଲିଛି। ଶନିବାର ପଶ୍ଚିମବଙ୍ଗର ପ୍ରାୟ ସମସ୍ତ ହସ୍ପିଟାଲର ଚିକିତ୍ସକ ମଧ୍ୟ ଏହି ବିରୋଧ ପ୍ରଦର୍ଶନରେ ସାମିଲ ହୋଇଛନ୍ତି। ଫଳରେ ପୂରା ରାଜ୍ୟରେ ସ୍ୱାସ୍ଥ୍ୟସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+