ପଶ୍ଚିମବଙ୍ଗ ବାଣ ବିସ୍ଫୋରଣ ଘଟଣା:ମୁଖ୍ୟ ଅଭିଯୁକ୍ତର ମୃତ୍ୟୁ
କଟକ: ପଶ୍ଚିମବଙ୍ଗ ବାଣ ବିସ୍ଫୋରଣ ଘଟଣାରେ ବାଣ ମାଲିକଙ୍କ ମୃତ୍ୟୁ । କଟକର ଏକ ଘରୋଇ ଡାକ୍ତର ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିବା ନେଇ ସୂଚନା । ଗତକାଲି ବାଣ ମାଲିକ ଭାନୁ ବାଗକୁ ଗିରଫ କରିଥିଲା ପଶ୍ଚମବଙ୍ଗ ପୋଲିସ । ସେପଟେ ମେଦିନପୁର ବାଣ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି ।
ପଶ୍ଚିମବଙ୍ଗ ଇଗ୍ରା ଥାନା ଅଞ୍ଚଳରେ ବାଣ ବିସ୍ପୋରଣ ସମୟପେ ସେ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଥିଲେ । ତାଙ୍କ ଶରୀରର ୮୦ ପ୍ରତିଶତ ପୋଡି ଯାଇଥିଲା ହେଲେ ସେ ଗିରଫ ହେବା ଭୟରେ ପଶ୍ଚିମବଙ୍ଗର କୌଣସି ଡାକ୍ତରାଖାନାରେ ଭର୍ତ୍ତି ହେବା ବଦଳରେ କଟକ ପଳାଇଆସିଥିଲେ ।

ପରବର୍ତ୍ତୀ ସମୟରେ ତାଙ୍କୁ କଟକ ପୋଲିସ ଏକ ଘରୋଇ ଡାକ୍ତରଖାନାରୁ ଗିରଫ କରାଯାଇଥିଲା । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପଶ୍ଚିମଙ୍ଗ ନେଆଯାଇ ନଥିଲା । ଆଜି ସକାଳୁ ତାଙ୍କର ମୃତ୍ୟୁ ଘଟିଛି । ସେପଟେ ବାଣ ବିସ୍ଫୋରଣର ମୃତ୍ୟୁ ସଂଖ୍ୟା ୧୦କୁ ପାଇଛି ।
ସୂଚନାଥାଉ ଯେ, ଗତ ମଙ୍ଗଳବାର ପଶ୍ଚମବଙ୍ଗର ପୂର୍ବ ମେଦନାପୁର ଜିଲ୍ଲାର ଏଗ୍ରା ଗାଁରେ ବାଣ ବିଷ୍ଫୋରଣ ଘଟିଥିଲା । ଉକ୍ତ ବାଣ କାରଖାନା ବେଇଆନ୍ ଥିବା ନେଇ ସୂଚନା ରହିଥିଲା ।












Click it and Unblock the Notifications