Get Updates
Get notified of breaking news, exclusive insights, and must-see stories!

SIR କୁ ବିରୋଧ କରିବାକୁ ମମତାଙ୍କ ବଡ଼ ଯୋଜନା,

ଆସନ୍ତା ୪ ତାରିଖରୁ ପଶ୍ଚିମବଙ୍ଗରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ଆରମ୍ଭ ହେବାକୁ ଯାଉଛି । ବୁଥ୍ ସ୍ତରୀୟ ଅଧିକାରୀ ଘର ଘର ଯାଇ ଗଣନା ଫର୍ମ ପୂରଣ କରିବେ । କିନ୍ତୁ ନିର୍ବାଚନ ଆୟୋଗଙ୍କ ଏହି ନିୟମକୁ ଭଣ୍ଡୁର କରିବାକୁ ତୃଣମୂଳ କଂଗ୍ରେସ ପ୍ରସ୍ତୁତି ଆରମ୍ଭ କରିଦେଇଛି । ସେହିଦିନ କୋଲକାତାରେ ଟିଏମସି ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି । ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ନେତୃତ୍ୱରରେ ବାହାରିବ ଶୋଭାଯାତ୍ରା । ତାଙ୍କ ଦଳର ସାଧାରଣ ସମ୍ପାଦକ ତଥା ପୁତୁରା ଅଭିଷେକ ବାନାର୍ଜୀ ମଧ୍ୟ ସାମିଲ ହେବେ ।

ସୂତ୍ର ଅନୁସାରେ, କୋଲକାତା ଏବଂ ଆଖପାଖ ଜିଲ୍ଲାରୁ ନେତା ଏବଂ କର୍ମୀମାନଙ୍କୁ ମଙ୍ଗଳବାର ଦିନ ୧:୩୦ ରେ ରେଡ ରୋଡରେ ଥିବା ବି.ଆର. ଆମ୍ବେଦକର ପ୍ରତିମୂର୍ତ୍ତି ସମ୍ମୁଖରେ ଏକତ୍ରିତ ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ଶୋଭାଯାତ୍ରା ୨:୩୦ରେ ଆରମ୍ଭ ହେବ। ଆମ୍ବେଦକର ପ୍ରତିମୂର୍ତ୍ତି ସମ୍ମୁଖରୁ ଶୋଭାଯାତ୍ରା ଆରମ୍ଭ ହୋଇ ଜୋରାସାଙ୍କୋ ଠାକୁରବାରି (ରବୀନ୍ଦ୍ରନାଥ ଟାଗୋରଙ୍କ ପୈତୃକ ଘର) ପର୍ଯ୍ୟନ୍ତ ଯିବ।

Mamata Banerjee

ଶୋଭାଯାତ୍ରାର ଆରମ୍ଭ ଏବଂ ଶେଷରୁ ଏହା ସ୍ପଷ୍ଟ ଯେ ବଙ୍ଗଳାର ଶାସକ ଦଳ ଏସ୍ଆଇଆର୍ ବିରୋଧରେ ପ୍ରତିବାଦ ଶୋଭାଯାତ୍ରାରେ ସମ୍ବିଧାନ ପ୍ରଣେତା ଆମ୍ବେଦକର ଏବଂ ରବୀନ୍ଦ୍ରନାଥ ଟାଗୋରଙ୍କୁ ସାମିଲ କରିବାକୁ ଚେଷ୍ଟା କରୁଛି। ଅନ୍ୟପକ୍ଷରେ ବିଜେପି ନେତା ତଥା ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଏସଆଇର୍ ମାଧ୍ୟମରେ ଅନୁପ୍ରବେଶକାରୀଙ୍କୁ ବହିଷ୍କାର କରିବା ପ୍ରସଙ୍ଗରେ ସେହି ନଭେମ୍ବର ୪ରେ ଉତ୍ତର ୨୪ ପରଗନାର ଅଗରପଡ଼ାରେ ଆଉ ଏକ ପଦଯାତ୍ରା କରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+