ନେତାଜୀଙ୍କ ଜୟନ୍ତୀରେ ବିଜେପିକୁ ଟାର୍ଗେଟ କଲେ ମମତା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର କହିଛନ୍ତି ଯେ ଏହା ଦେଶ ପାଇଁ ଲଜ୍ଜାଜନକ ବିଷୟ ଯେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନିଖୋଜ ହେବାର ଏତେ ବର୍ଷ ପରେ ମଧ୍ୟ ଲୋକମାନେ ତାଙ୍କ ସହ କ'ଣ ଘଟିଛି ତାହା ଜାଣି ନାହାଁନ୍ତି କିମ୍ବା ତାଙ୍କ ମୃତ୍ୟୁ ତାରିଖ ମଧ୍ୟ ଜାଣି ନାହାଁନ୍ତି । ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନିଖୋଜ ଘଟଣାର ତଦନ୍ତ ପ୍ରତିଶ୍ରୁତି ପୂରଣ ନକରିବାରୁ ମମତା କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ସୋମବାର ଦିନ ରାମ ମନ୍ଦିରରେ ପ୍ରାଣ ପ୍ରତୀଷ୍ଠା ସମାରୋହ ପାଇଁ କେନ୍ଦ୍ର ସରକାରୀ କାର୍ଯ୍ୟାଳୟରେ ଅଧା ଦିନ ଛୁଟି ଘୋଷଣା କରିବାକୁ କେନ୍ଦ୍ରର ଏକ ସ୍ପଷ୍ଟ ସୂଚନାରେ ମମତା କହିଛନ୍ତି ଯେ ରାଜନୈତିକ ବିଜ୍ଞାପନ ପାଇଁ ଏହି ଦିନ ଛୁଟି ଘୋଷଣା କରାଯାଇଛି । ସେ କହିଛନ୍ତି ଯେ କ୍ଷମତାକୁ ଆସିବା ପୂର୍ବରୁ ନେତାଜୀଙ୍କ ନିଖୋଜ ଘଟଣାର ତଦନ୍ତ କରିବାକୁ ବିଜେପି ପ୍ରତିଶୃତି ଦେଇଥିଲା, କିନ୍ତୁ ସେମାନେ ଦେଇଥିବା ପ୍ରତିଶ୍ରୁତି ଭୁଲିଯାଇଛନ୍ତି ।

mamata banarjee

୨୦ ବର୍ଷ ଧରି ମୁଁ ନେତାଜୀଙ୍କ ଜନ୍ମ ବାର୍ଷିକୀକୁ ଏକ ଜାତୀୟ ଛୁଟିରେ ପରିଣତ କରିବାକୁ ଚେଷ୍ଟା କରିଛି କିନ୍ତୁ ସେଥବରେ କିନ୍ତୁ ବିଫଳ ହୋଇଛି । ମୁଁ କ୍ଷମା ମାଗୁଛି । ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ଆଜି ମାଲ୍ୟାର୍ପଣ କରି ମମତା ବାନାର୍ଜୀ କହିଛନ୍ତି ଯେ ଏହା ଭାରତର ଦୁର୍ଭାଗ୍ୟ । ଏତେ ବର୍ଷ ପରେ ନେତାଜୀଙ୍କ ମୃତ୍ୟୁ ତାରିଖ ଆମ ପାଖରେ ନାହିଁ । ତାଙ୍କ ସହିତ କ'ଣ ହେଲା ଆମେ ଜାଣିନାହୁଁ । ଏହା ଲଜ୍ୟାଜନକ କଥା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+