ପ୍ରାଣ ପ୍ରତିଷ୍ଠା ଚାଲିଥିବା ବେଳେ ମମତା କଲେ ସର୍ବଧର୍ମ ଯାତ୍ରା
ହାଜରା: ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଚାଲିଥିବା ବେଳେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର (ଜାନୁୟାରୀ ୨୨) ରେ କୋଲକାତାରେ ଏକ ସର୍ବ ଧର୍ମ ଯାତ୍ରା କରିଥିଲେ । ହାଜ୍ରା ମୋଡରୁ ଆରମ୍ଭ ହୋଇଥିବା ଏହି ସର୍ବ ଧର୍ମ ଯାତ୍ରାରେ ସମସ୍ତ ଧର୍ମର ଲୋକମାନେ ଅଂଶଗ୍ରହଣ କରିଛନ୍ତି ।
ତୃଳମୂଳ କଂଗ୍ରେସ ଦଳର ମୁଖ୍ୟ ତଥା ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱରେ ଆୟୋଜିତ ଏହି ରାଲିକୁ ନେଇ ଟିଏମସି କହିଛି, ଏଥିରେ ହଜାର ହଜାର ଲୋକ ସାମିଲ ହୋଇଥିଲେ । ଧର୍ମନିରପେକ୍ଷତା ଆମ ଦେଶକୁ ଏକତ୍ର କରେ । ପାର୍କ ସର୍କସ ଗ୍ରାଉଣ୍ଡରେ ଏକ ବିଶାଳ ସଭା ସହିତ ଏହି ରାଲି ଶେଷ ହୋଇଥିଲା । ରାଲି ଆରମ୍ଭ କରିବା ପୂର୍ବରୁ ମମତା ବାନାର୍ଜି କାଳୀଘାଟ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ ।

ଏହା ପୂର୍ବରୁ ମମତା ଅଯୋଧ୍ୟା ସମାରୋହକୁ ବିଜେପିର ଏକ ରାଜନୈତିକ କାର୍ଯ୍ୟକ୍ରମ କହି ସେଠାକୁ ଯିବାକୁ ମନା କରିଦେଇଥିଲେ । ସେହିପରି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ରାମଲଲାଙ୍କ ପବିତ୍ର ସମାରୋହପାଇଁ ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଥିଲେ ।
ବିଜେପି ଏହାକୁ ନିର୍ବାଚନୀ ଫାଇଦା ପାଇଁ ବ୍ୟବହାର କରୁଛି ବୋଲି ଦଳ ଏକ ବିବୃତି ଜାରି କରି କହିଥିଲା । ସେହିପରି ଏନସିପି ନେତା ଶରଦ ପାୱାର କହିଛନ୍ତି ଯେ ସେ ପ୍ରାଣପ୍ରତିଷ୍ଠା ପରେ ଅଯୋଧ୍ୟା ଯିବେ ।












Click it and Unblock the Notifications