ବିଧାୟକ- ମନ୍ତ୍ରୀମାନଙ୍କ ଦରମା ବଢାଇଲେ ମମତା ସରକାର, ଜାଣନ୍ତୁ କେତେ ଦରମା ନେବେ ବିଧାୟକ
West Bengal CM Mamata Banerjee Announces Salary Hike For MLAs: ବିଧାୟକ- ମନ୍ତ୍ରୀମାନଙ୍କ ଦରମା ବଢାଇଲେ ମମତା ସରକାର । ପଶ୍ଚିମବଙ୍ଗରେ ବିଧାୟକମାନଙ୍କ ଦରମା ୪୦ ହଜାର ବୃଦ୍ଧି କରିବା ନେଇ ନିଜେ ମମତା ବାନାର୍ଜୀ ସୂଚନା ଦେଇଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସେ ନିଜେ ଦରମା ବାବଦକୁ ଟଙ୍କାଟିଏ ମଧ୍ୟ ନେଉ ନାହାଁନ୍ତି ।
ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଏହା ପୂର୍ବରୁ ଦିଲ୍ଲୀ ସରକାର ମଧ୍ୟ ନିଜ ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବଢାଇଥିଲେ । ଏହାପରେ ବର୍ତ୍ତମାନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ-ବିଧାୟକଙ୍କ ଦରମା ବଢିବା ନେଇ ସୂଚନା ଜାରି କରିଛନ୍ତି । ବିଧାୟକମାନଙ୍କ ଦରମା ୪୦ ହଜାର ଟଙ୍କା ବୃଦ୍ଧି କରାଯାଇଛି ଯାହାକୁ ନେଇ ମମତା ବାନାର୍ଜୀ କହିଛନ୍ତି ଯେ, ରାଜ୍ୟରେ ବିଧାୟକଙ୍କ ଦରମା ଖିବ୍ କମ ଥିଲା । ତେଣୁ ଏହାକୁ ୪୦ ହଜାର ଟଙ୍କା ବୃଦ୍ଧି କରାଯାଇଛି । ସେହିପିର ମନ୍ତ୍ରୀ ମାନଙ୍କର ମଧ୍ୟ ଦରମା ବୃଦ୍ଧି କରାଯାଇଛି ।

ତେବେ ବର୍ତ୍ତମାନ ମନ୍ତ୍ରୀମାନଙ୍କ ଦରମା ୧୦ ହଜାର ୯ ଶହ ଟଙ୍କା ବୃଦ୍ଧି କରାଯାଇ ଏହାକୁ ୫୦ ହଜାର ୯୦୦ ଟଙ୍କା କରାଯାଇଛି । ସେହିପରି କ୍ୟାବିନେଟ ମନ୍ତ୍ରୀମାନଙ୍କ ଦରମା ୧୧ ହଜାର ଟଙ୍କା ବୃଦ୍ଧି କରି ଏହାକୁ ୫୧ ହଜାର ଟଙ୍କା କରାଯାଇଛି । ସେହିପରି ବିଧାୟକମାନଙ୍କ ଦରମା ୪୦ ହଜାର ଟଙ୍କା ବୃଦ୍ଧି ହେଲା ପରେ, ଏବେ ପଶ୍ଚିବମଙ୍ଗ ବିଧାୟକଙ୍କ ଦରମା ବେତନ ଓ ଭତ୍ତା ଟଙ୍କାକୁ ମିଶାଇ ମୋଟ୍ ୧.୨୧ ଲକ୍ଷ ହୋଇଛି । ପୂର୍ବରୁ ବିଧାୟକଙ୍କ ଦରମା ମାତ୍ର ୮୦ ହଜାର ଟଙ୍କା ଥିବା ନେଇ ସୂଚନା ରହିଛି ।












Click it and Unblock the Notifications