ମମତା ବାନାର୍ଜୀଙ୍କ ସୁରକ୍ଷାରେ ତୃଟି, ବାସଭବନକୁ ଛୁରୀ, ପିସ୍ତଲ ଧରି ଧସେଇ ପଶୁଥିବା ଯୁବକ ଗିରଫ
West Bengal Chif Minister:ମମତା ବାନାର୍ଜୀଙ୍କ ସୁରକ୍ଷାରେ ତୃଟି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଘର ପାଖରୁ ସନ୍ଦିଗ୍ଧ ବ୍ୟକ୍ତିକୁ ଗିରଫ କଲା ପୋଲିସ । ଧରାପଡିଥିବା ବ୍ୟକ୍ତଙ୍କ ନାଁ ମହମ୍ମଦ ନୂର୍ ବୋଲି ସୂଚନା ଦେଇଛନ୍ତି କୋଲକାତା ସିପି । ଅଭୁଯୁକ୍ତଙ୍କ ପାଖରୁ ପିସ୍ତଲ, ଛୁରି, ମିଳିଥିବା ନେଇ ସୂଚନା ରହିଛି ।

ସୂଚନା ଅନୁସାରେ, ଶୁକ୍ରବାର ଦିନ ଅଭିଯୁକ୍ତ ମହମ୍ମଦ ନୂର୍ ସିଏମ୍ ବାସଭବନରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲା। କେବଳ ଏତିକି ନୁହେଁ ଅଭିଯୁକ୍ତଙ୍କ ନିକଟରୁ ଛୁରୀ ଏବଂ ବନ୍ଧୁକ ମଧ୍ୟ ଜବତ କରାଯାଇଛି । ଏହାସହ ଯୁବକଠାରୁ ଏକାଧିକ ଏଜେନ୍ସର ଆଇଡି କାର୍ଡ ମଧ୍ୟ ମିଳିଛି । ଅଭିଯୁକ୍ତକୁ ଗିରଫ କରି ସ୍ଥାନୀୟ ପୋଲିସ ଷ୍ଟେସନରେ ପଚରାଉଚରା କରାଯାଉଛି ।
West Bengal | Kolkata Police Commissioner Vineet Goyal says, "Kolkata Police has intercepted one person, identified as Sheikh Noor Alam, near CM Mamata Banerjee’s residence while he was trying to enter the lane. One firearm, one knife & contraband substances found on him besides…
— ANI (@ANI) July 21, 2023
ଶୁକ୍ରବାର ଦିନ ଜଣେ ବ୍ୟକ୍ତି ପୋଲିସ ଷ୍ଟିକର ଲାଗିଥିବା ଗାଡ଼ିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଘରେ ପସିଥିଲା । ଯେଉଁଥି ପାଇଁ କାହାର ସନ୍ଦେହ ହୋଇ ନଥିଲା । ହେଲେ ପରବର୍ତ୍ତି ସମୟରେ ଛୁରୀ ଓ ବନ୍ଧୁକ ଦେଖି ପୋଲିସ ସନ୍ଦେହ କରିଥିଲା ଏବଂ ତୁରନ୍ତ ତାକୁ କାବୁ କରି ନେଇଥିଲା । ଫଳରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ହେବାକୁ ଥିବା ସାମ୍ଭବ୍ୟ ବିପଦ ଟଳିଯାଇଛି ।












Click it and Unblock the Notifications