ମୁହଁ ଖୋଲିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ, କହିଲେ ପଡ଼ିବନି ଦିଲ୍ଲୀ ପ୍ରଭାବ
ଦିଲ୍ଲୀ ନିର୍ବାଚନର ପରେ ଡରିଗଲେ କି ଦିଦି । ସ୍ଥିତି ଏପରି ହୋଇଛି ଯେ ସେ ତରବରିଆଭାବେ ନିଜ ଦଳର ବିଧାୟକ ବୈଠକ ଡାକି ସମୀକ୍ଷା କରିଛନ୍ତି । ତେବେ ସେ କହିଛନ୍ତି ଯେ ଦିଲ୍ଲୀ ନିର୍ବାଚନର ଫଳାଫଳ ଆସନ୍ତା ବର୍ଷ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ପ୍ରଭାବିତ କରିବ ନାହିଁ।

ବିଧାନସଭା ବଜେଟ୍ ଅଧିବେଶନ ପୂର୍ବରୁ ଏକ ଆଭ୍ୟନ୍ତରୀଣ ବୈଠକରେ ମମତା ତୃଣମୂଳ ବିଧାୟକମାନଙ୍କୁ କହିଥିଲେ, ଆମେ ଆଗାମୀ ବିଧାନସଭା ନିର୍ବାଚନରେ ନିଜେ ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ସହ କ୍ଷମତାକୁ ଆସିବୁ। ଏଠାରେ କଂଗ୍ରେସର କିଛି ଅସ୍ତିତ୍ବ ନାହିଁ। ଆମେ ନିଜ ବଳରେ ନିଜେ ବିଜୟ ହାସଲ କରିବୁ।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ଆସନ୍ତା ବର୍ଷ ତୃଣମୂଳ କଂଗ୍ରେସ ଦୁଇ ତୃତୀୟାଂଶରୁ ଅଧିକ ସଂଖ୍ୟାଗରିଷ୍ଠତା ସହ କ୍ଷମତାକୁ ଫେରିବ। ପଶ୍ଚିମବଙ୍ଗରେ ବିଜେପିକୁ ଟକ୍କର ଦେବା ପାଇଁ ତୃଣମୂଳ କଂଗ୍ରେସ ଏକାକୀ ଯଥେଷ୍ଟ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମ୍ ଆଦମୀ ପାର୍ଟି ହରିୟାଣାରେ କଂଗ୍ରେସକୁ ସାହାଯ୍ୟ କରିନଥିଲା ଏବଂ କଂଗ୍ରେସ ନିକଟରେ ନିର୍ବାଚନ ସମୟରେ ଦିଲ୍ଲୀରେ ଆମ୍ ଆଦମୀ ପାର୍ଟିକୁ ସାହାଯ୍ୟ କରିନଥିଲା। ଦୁଇଦଳ ଏକାଠି ଲଢିଥିଲେ ଫଳାପଳ ଅଲଗା ହୋଇଥାନ୍ତା ।

Click it and Unblock the Notifications