ଆଳୁ ଜାଲରେ ନିଜେ ଫସିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ; ନିଜ ରାଜ୍ୟକୁ ଆଳୁ ଯୋଗାଣ ବନ୍ଦ କଲେ ବ୍ୟବସାୟୀ ସଂଘ

ତାତିଲେ ବ୍ୟବସାୟୀ । ମମତା ସରକାରଙ୍କ ନିଷ୍ପତ୍ତିକୁ ବ୍ୟବସାୟୀଙ୍କ ବିରୋଧ । ଆଜିଠୁ ପଶ୍ଚିମବଙ୍ଗରେ ଆଳୁ ଯୋଗାଣ ବନ୍ଦ । ମନ୍ତ୍ରୀଙ୍କ ସହ ଆଲୋଚନା ବିଫଳ ପରେ ପଶ୍ଚିମବଙ୍ଗ ପ୍ରଗତିଶୀଳ ଆଳୁ ଯୋଗାଣ ସଂଘର ନିଷ୍ପତ୍ତି । ପଡ଼ୋଶୀ ରାଜ୍ୟକୁ ଆଳୁ ଯୋଗାଣ ପ୍ରସଙ୍ଗରେ କଲିକତା ଖାଦ୍ୟ ଭବନରେ ପଶ୍ଚିମବଙ୍ଗ ପ୍ରଗତିଶୀଳ ଆଳୁ ଯୋଗାଣ ସଂଘ ଓ ବିଭାଗୀୟ ମନ୍ତ୍ରୀ ବେଚାରାମ ମାନାଙ୍କ ମଧ୍ୟରେ ବୈଠକ ବସିଥିଲା । ବୈଠକରେ ବାହାରିପାରିନି କୌଣସି ନିଷ୍କର୍ସ । ଫଳରେ ନିଜ ରାଜ୍ୟରେ ଆଳୁ ଯୋଗାଣ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ସଂଘ ।

Mamata Banerjee

ପଶ୍ଚିମବଙ୍ଗରୁ ପଡ଼ୋଶୀ ରାଜ୍ୟକୁ ଆଳୁ ଯୋଗାଣ ବନ୍ଦ ହେବା ପରେ ସରକାରଙ୍କ ଉପରେ ବର୍ଷିଥିଲା ପଶ୍ଚିମବଙ୍ଗ ପ୍ରଗତିଶୀଳ ଆଳୁ ଯୋଗାଣ ସଂଘ । ସୋମବାର ସୁଦ୍ଧା ସରକାର ସୀମାରେ କଟକଣା ନଉଠାଇଲେ ମଧ୍ୟରାତ୍ରିରୁ ସମସ୍ତ କୋଲଡ ଷ୍ଟୋରରୁ ନିଜ ରାଜ୍ୟକୁ ବି ଆଳୁ ବନ୍ଦ କରାଯିବ ବୋଲି ଚେତାବନୀ ଦେଇଥିଲା । ଯାହାକୁ ନେଇ ବୈଠକ ବସିଥିଲା । ଦୀର୍ଘ ୫ ଦିନ ଧରି ପଶ୍ଚିମବଙ୍ଗ ସରକାର ପ୍ରଶାସନ ଜରିଆରେ ପଡୋଶୀ ରାଜ୍ୟ ସୀମାରେ ଚେକ ପୋଷ୍ଟ ଲଗାଇ ଆଳୁ ଗାଡିକୁ ରୋକ ଲଗାଉଛନ୍ତି । ଯାହା ଫଳରେ ବିଭିନ୍ନ କୋଲ୍ଡ ଷ୍ଟୋର ମାଲିକମାନେ ବିପୁଳ କ୍ଷତି ସହୁଛନ୍ତି ।

ଏବେ ବୈଠକରେ କୌଣସି ସମାଧାନ ନହେବାରୁ ମଧ୍ୟ ରାତ୍ରିରୁ ସମସ୍ତ କୋଲ୍ଡ ଷ୍ଟୋର ମାଲିକ ମାନେ ନିଜ ରାଜ୍ୟକୁ ଆଳୁ ଛାଡିବେ ନାହିଁ ବୋଲି କଡା ଚେତାବନୀ ଦେଇଛନ୍ତି । କେବଳ ଓଡିଶା ନୁହେଁ, ବିହାର ଝାଡ଼ଖଣ୍ଡ ରାଜ୍ୟ ଭଳି ଅନେକ ରାଜ୍ୟକୁ ପଶ୍ଚିମବଙ୍ଗର ଆଳୁ ଯାଇ ପାରୁନାହିଁ । ଫଳରେ ଷ୍ଟୋରରେ ଆଳୁ ପଚିବା ଆରମ୍ଭ ହୋଇଛି । ରାଜ୍ୟରେ ଆଳୁ ସଙ୍କଟ ଓ ଅହେତୁକ ଦର ବୃଦ୍ଧିକୁ ନେଇ ବଜାରରୁ ବିଧାନସଭା, ସବୁଠି ତାତି । ପଶ୍ଚିମବଙ୍ଗ ସରକାର ଓଡ଼ିଶାକୁ ଆଳୁ ପଠାଇବା ଉପରେ କଟକଣା ଲଗାଇବା ପରେ ଓଡ଼ିଶାରେ ଆଳୁ କିଲୋ ଛୁଇଁଛି ୬୦ ଟଙ୍କା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+