ବଦଳିଲା ମମତାଙ୍କ କ୍ୟାବିନେଟ , ବାବୁଲ ସୁପ୍ରିୟୋଙ୍କୁ ମିଳିଲା ମନ୍ତ୍ରୀପଦ
West Bengal Chief Minister Mamata Banerjee Announced The State Cabinet Re-Shuffle:ବଦଳିଲା ମମତାଙ୍କ କ୍ୟାବିନେଟ , ବାବୁଲ ସୁପ୍ରିୟୋଙ୍କୁ ମିଳିଲା ମନ୍ତ୍ରୀପଦ
କୋଲକାତା: ବଦଳିଲା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କ୍ୟାବିନେଟ । ଦାଇତ୍ୱ ନେଲେ ୯ ନୂଆ ମନ୍ତ୍ରୀ । ବିପେଜି ଛାଡି ଟିଏମସିରେ ଯୋଗ ଦେଇଥିବା ବାବୁଲ ସୁପ୍ରିୟୋଙ୍କ ନାଁ ମଧ୍ୟ ରହିଛି । ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଶିକ୍ଷକ ନିଯୁକ୍ତି ଦୁର୍ନୀତି ଘଟଣାରେ ଗିରଫ ପରେ ବିବାଦରେ ରହିଛନ୍ତି ମମତା । ବିବାଦ ଭିତରେ ନିଜର କ୍ୟାବିନେଟରେ ଅଦଳବଦଳ କରିବାକୁ ନିଷ୍ପତ୍ତି ନେଇଥିଲେ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପାର୍ଥ ଚାଟାର୍ଜୀଙ୍କୁ ମନ୍ତ୍ରୀ ପଦରୁ ହଟାଇବା ସହ ସରକାର ଗଠନର ୧୪ ମାସ ପରେ ପୁଣି ରାଜ୍ୟ କ୍ୟାବିନେଟର ବଡ ଅଦଳ ବଦଳ କରିଛନ୍ତି ।

West Bengal cabinet reshuffle | Nine ministers take oath in Kolkata - Babul Supriyo, Snehasis Chakraborty, Partha Bhowmick, Udayan Guha, Pradip Mazumder, Tajmul Hossain, Satyajit Barman. Birbaha Hansda & Biplab Roy Chowdhury are sworn in as Ministers with independent charges. pic.twitter.com/H4e4So7D8B
— ANI (@ANI) August 3, 2022
ମମତାଙ୍କ କ୍ୟାବିନେଟରେ ୯ ଜଣ ନୂଆ ମନ୍ତ୍ରୀ ଦାଇତ୍ୱ ନେଇଛନ୍ତି । ବାବୁଲ ସୁପ୍ରିୟୋଙ୍କ ସମେତ ସ୍ନେହାଶିଷ ଚକ୍ରବର୍ତ୍ତି, ପାର୍ଥ ଭୌମିକ, ବିପ୍ଳବ ରାୟ ଚୌଧୁରୀ, ବୀରବାହା ହସଦା,ଓଦୟନ ଗୁହା, ପ୍ରଦୀପ ମଜୁମଦାର, ତାଜମୁଲ ହୋସେନ ଓ ସତ୍ୟଜିତ ବର୍ମନଙ୍କୁ କ୍ୟାବିନେଟରେ ମିଳିଲା ମନ୍ତ୍ରୀପଦ ।












Click it and Unblock the Notifications