ପଶ୍ଚିମବଙ୍ଗରେ ମଣିପୁର ଘଟଣା:ମହିଳାଙ୍କୁ ଅର୍ଦ୍ଧନଗ୍ନ କରି ବୁଲାଇଲେ ମହିଳା ଗୋଷ୍ଠୀ

ପଶ୍ଚିମବଙ୍ଗ:ଦେଶରେ ନାରୀ ସୁରକ୍ଷାକୁ ନେଇ ବର୍ତ୍ତମାନ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ପୁଣିପୁର ହିଂସାକାଣ୍ତର କରାଳ ରୁପ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ସମସ୍ତ ଅଭିଯୁକ୍ତଙ୍କୁ ଧରିବା ପାଇଁ ପ୍ରାୟସ ଜାରି ରହିଥିବା ବେଳେ ଏପଟେ ପଶ୍ଚିମବଙ୍ଗରେ ପୁଣି ସମାନ ଘଟଣା ଦେଖିବା ପାଇଁ ମିଳିଛି । ଏଠାରେ ଦୁଇ ମହିଳଙ୍କୁ ଅର୍ଦ୍ଧନଗ୍ନ କରି ରାସ୍ତାରେ ଦୌଡୁଥିବାର ଭିଡିଓ ବର୍ତ୍ତମାନ ଭାଇରାଲ ହେଉଛି । ଏହି ଘଟଣା ଜୁଲାଇ ୮ର ବୋଲି ଦାବି କରାଯାଉଛି ।

west bengal

ସୂଚନା ଅନୁସାରେ, ଏହା ପଞ୍ଚୟତ ନିର୍ବାଚମ ବେଳେ ରାଜନୈତିକ ବିବାଦରୁ ଏପରି ବର୍ବରକାଣ୍ତ ଘଟିଥିବା ବୋଲି ସୂଚନା ରହିଛି । ଚୋରି ଅଭିଯୋଗରେ ୨ ମହିଳାଙ୍କୁ ଧରିବା ପରେ କିଛି ମହିଳା ଦୋକାନୀ ସେମାନଙ୍କୁ ମାଡ଼ ମାରିବା ଆରମ୍ଭ କରିଥିଲେ । ଏହି ସମୟର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।

ଯେଉଁଥିରେ ଦୁଇ ମହିଳା ଅର୍ଦ୍ଧଲଗ୍ନ ହୋଇ ଦୌଡୁଥିବାର ଦେଖିବା ପାଇଁ ମିଳୁଛି । ବର୍ତ୍ତମାନ ସୋସିଆସ ମିଡିଆରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି । ସେହିପରି ଏହି ମାମଲାକୁ ନେଇ ପୋଲିସ ନିକଟରେ କୌଣସି ଅଭିଯୋଗ କରାଯାଇ ନାହିଁ ହେଲେ ଭିଡିଓ ଭାଇରାଲ ହେବା ପରେ ପୋଲିସ ନିଜ ଆଡୁ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ତେବେ ଏହି ଭୁଲ୍ କିଏ ଠିକ୍ କିଏ ତାହାର ନିଷ୍ପତ୍ତି ନେବା ପାଇଁ ବା ଅଭିଯୁକ୍ତକୁ ଦଣ୍ତ ଦେବା ପାଇଁ ଦେଶରେ ଆଇନ୍ ବ୍ୟବସ୍ଥା ଅଛି । ଥାନା, କୋର୍ଟ କଚେରୀ ଥିବା ସତ୍ୱେ ସଧାରଣ ଜନତା ଆଇନକୁ ନିଜ ଆହତକୁ ନେବା କେତେ ଦୂର ଠିକ୍ । ସେପଟେ ଏହି ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ରାଜ୍ୟର ଶାସନ ବ୍ୟବସ୍ଥା ଉପରେ ବର୍ଷିଛନ୍ତି ବିଜେପି ବିଧାୟକ ଲକେଟ୍ ଚାଟାର୍ଜୀ ।

ସେପଟେ ମଣିପୁର ଭାଇରାଲ ଭିଡିଓ ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ ହେବା ସହ ୧୧ ଦିନିଆ ରିମାଣ୍ତରେ ଗଲେ ୪ ଅଭିଯୁକ୍ତ । ସେହିପରି ଆଉ ୭ ଅଭିଯୁକ୍ତଙ୍କ ପରିଚୟ ମିଳିଥିବା ନେଇ ସୂଚନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+