Get Updates
Get notified of breaking news, exclusive insights, and must-see stories!

ପରିବାରରେ କାହାର ମୃତ୍ୟୁ ହେଲେ ଏଠାରେ ମହିଳାଙ୍କ କଟାଯାଏ ଆଙ୍ଗୁଠି , ଜାଣନ୍ତୁ ଏଭଳି ଭୟଙ୍କର ରୀତିନୀତି କେଉଁଠି ପାଳନ କରାଯାଏ

Weird Traditions: ବିଶ୍ୱରେ ଅନେକ ଅଦ୍ଭୁତ ରୀତିନୀତି ଏବଂ ପରମ୍ପରା ରହିଛି । ଯାହା ଜାଣିବା ପରେ ଆମେ ବହୁତ ଆଶ୍ଚର୍ଯ୍ୟ ହୋଇଯାଉ । ଭାରତ ସମେତ ଏପରି ଅନେକ ଦେଶ ଅଛି, ଯେଉଁ ଦେଶରେ ବସବାସ କରୁଥିବା ଲୋକମାନେ ସେମାନଙ୍କର ପରମ୍ପରା ଛାଡିବାକୁ ଚାହାଁନ୍ତି ନାହିଁ । ବିଶେଷ କରି ଦୁନିଆରେ ବାସ କରୁଥିବା ଆଦିବାସୀମାନେ ହଜାର ହଜାର ବର୍ଷର ପରମ୍ପରାକୁ ଅନୁସରଣ କରନ୍ତି ।

ତଥାପି, ଏପରି କିଛି ପରମ୍ପରା ଅଛି, ଯାହାକୁ ସେହି ନିଷିଦ୍ଧାଦେଶ ବି ହୋଇଛି । ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ । ପରିବାର ସଦସ୍ୟଙ୍କ ମୃତ୍ୟୁ ହେଲେ ମହିଳାମାନଙ୍କର କଟାଯାଇଥାଏ ଆଙ୍ଗୁଠି । ଯାହାକି ଅତି ବିପଜ୍ଜନକ ପରମ୍ପରା ବୋଲି ଚର୍ଚ୍ଚା ହୋଇଥାଏ । ଏହି ରୀତିନୀତି ଅତ୍ୟନ୍ତ ଚକିତକର । ସୂଚନାନାୁସାରେ ଏହି ଦେଶରେ ଯାହାର କେହି ତାଙ୍କ ପରିବାରର ସଦସ୍ୟଙ୍କୁ ହରାନ୍ତି ସେ ଭାବପ୍ରବଣ ଓ ଅତ୍ୟନ୍ତ ଦୁଃଖର ସମୟ ଦେଇ ଗତି କରନ୍ତି ।

Weird Traditions

କିନ୍ତୁ ଇଣ୍ଡୋନେସିଆର ଏକ ଜନଜାତି ଆହୁରି ଅଧିକ ଯନ୍ତ୍ରଣା ଦେଇ ଗତି କରନ୍ତି ଯେତେବେଳେ ସେହି ଘରର ମହିଳାମାନଙ୍କୁ ଆଙ୍ଗୁଳି କାଟିବାକୁ ପଡିଥାଏ । ଗଣମାଧ୍ୟମ ସୂଚନା ଅନୁଯାୟୀ, ଦାନି ଜନଜାତିର ମହିଳାମାନଙ୍କୁ ଭାବପ୍ରବଣ ଯନ୍ତ୍ରଣା ବ୍ୟତୀତ ଶାରୀରିକ ଯନ୍ତ୍ରଣା ମଧ୍ୟ ସାମ୍ନା କରିବାକୁ ପଡିଥାଏ । ଯେତେବେଳେ ସେମାନଙ୍କର ପ୍ରିୟଜନଙ୍କ ମୃତ୍ୟୁ ହୋଇଥାଏ , ତେବେ ଏହି ଇଣ୍ଡୋନେସିଆ ଜନଜାତିର ମହିଳା ସଦସ୍ୟମାନେ ସେମାନଙ୍କର ଆଙ୍ଗୁଠିର ଉପର ଅର୍ଦ୍ଧ ଭାଗକୁ କାଟି ଦିଅନ୍ତି ।

ବିଶ୍ୱାସ କରାଯାଏ ଯେ ଆଙ୍ଗୁଠି କାଟିବା ଦ୍ୱାରା ଆତ୍ମା ମୃତ ବ୍ୟକ୍ତିଙ୍କଠାରୁ ଦୂରେଇ ରହିଯାଏ । ଏହା ମଧ୍ୟ ଶୋକର ଯନ୍ତ୍ରଣା ଅଟେ । କେବଳ ଏତିକି ନୁହେଁ, କିଛି ପିଲାଙ୍କ ଆଙ୍ଗୁଠିକୁ ସେମାନଙ୍କ ମା କାଟି ଦିଅନ୍ତି । ଏହି ପ୍ରଥାକୁ ଇକିପାଲିନ୍ କୁହାଯାଏ । ଏହି ବିପଜ୍ଜନକ ପରମ୍ପରା ଆଜି ମଧ୍ୟ ଏଠାରେ ପାଳନ କରାଯାଉଛି ।

ଯଦି କାହାର ଆଙ୍ଗୁଠି ସାମାନ୍ୟ ଆଘାତପ୍ରାପ୍ତ ହୁଏ, ତେବେ ଏହା ବହୁତ କଷ୍ଟ ଦିଏ । ବର୍ତ୍ତମାନ କଳ୍ପନା କରନ୍ତୁ ଯେତେବେଳେ ଜଣେ ମହିଳାଙ୍କ ଆଙ୍ଗୁଠି କାଟି ଦିଆଯାଏ ସେତେବେଳେ ଯନ୍ତ୍ରଣା କେତେ ଅସହ୍ୟ ହେଉଥିବ ।ଆଙ୍ଗୁଠି କଟାଯିବା ଏହି ଅସାଧାରଣ ଅଭ୍ୟାସକୁ ଇଣ୍ଡୋନେସିଆ ସରକାର କିଛି ବର୍ଷ ପୂର୍ବେ ନିଷିଦ୍ଧ କରିଥିଲେ । ହେଲେ ଏବେବି ଅନେକ ସ୍ଥାନରେ ଗୁପ୍ତ ଭାବେ ଏହି ପ୍ରଥା ଚାଲୁ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+