Get Updates
Get notified of breaking news, exclusive insights, and must-see stories!

ବିବାହ ରହିଲା ସ୍ଥଗିତ ; କହିଲେ ବର୍ତ୍ତମାନ ସମୟ ଆସି ଯାଇଛି ....

: ଗାୟକ ପଲାଶ ମୁଛଲ ଏବଂ କ୍ରିକେଟର ସ୍ମୃତି ମନ୍ଧାନାଙ୍କ ବିବାହକୁ ନେଇ ଅନେକ ପ୍ରକାର ଗୁଜବ ଉଠୁଛି। ଗତ ନଭେମ୍ବର ୨୩ ତାରିଖରେ ପଲାଶ ମୁଛଲ ଓ ସ୍ମୃତି ମନ୍ଧାନା ବିବାହ ବନ୍ଧନରେ ବାନ୍ଧି ହୋଇଥାଆନ୍ତେ । କିନ୍ତୁ ସେହିଦିନ ରାତିରେ ସ୍ମୃତି ମନ୍ଧାନାଙ୍କ ବାପା ଅସୁସ୍ଥ ହୋଇପଡ଼ିଥିଲେ। ଏଥିସହିତ ପଲାଶଙ୍କର ବି ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଯାଇଥିଲା। ଯେଉଁକାରଣରୁ ଉଭୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥି‌ଲେ। ବିବାହକୁ ସ୍ଥଗିତ ରଖିବାତକୁ ପଡ଼ିଥିଲା।

ବିବାହ ସ୍ଥଗିତ ହେବାପରେ ପଲାଶଙ୍କର ଜଣେ କୋରିଓଗ୍ରାଫରଙ୍କ ସହ ସମ୍ପର୍କ ଥିବା ନେଇ ଏକ ଖବର ସୋସିଆଲ ମିଡିଆରେ ଘୁରି ବୁଲୁଛି। ଏଭଳି ସମୟରେ ସ୍ମୃତି ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ସମସ୍ତ ବିବାହ ପୋଷ୍ଟ ଡିଲିଟ୍ କରିଦେବା ପରେ ଦୁହିଁଙ୍କ ସମ୍ପର୍କକୁ ନେଇ ଆଲୋଚନା ତୀବ୍ର ହୋଇଛି।

Smriti Mandhana

କିନ୍ତୁ ଏବେ ସ୍ମୃତି ଏକ ପୋଷ୍ଟ ମାଧ୍ୟମରେ ଏହାକୁ ନିଶ୍ଚିତ କରିଛନ୍ତି।ସେ ଲେଖିଛନ୍ତି, "ଗତ କିଛି ସପ୍ତାହ ଧରି ମୋ ଜୀବନକୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି। ମୁଁ ଭାବୁଛି ଏହି ସମୟରେ ମୋ ପାଇଁ କହିବା ଗୁରୁତ୍ୱପୂର୍ଣ୍ଣ। ମୁଁ ବହୁତ ବ୍ୟକ୍ତିଗତ ବ୍ୟକ୍ତି ଏବଂ ମୁଁ ମୋ ଜୀବନକୁ ସେହିପରି ରଖିବାକୁ ପସନ୍ଦ କରେ। କିନ୍ତୁ ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ବିବାହ ବାତିଲ ହୋଇଛି।"

ସେ ଆହୁରି ଲେଖିଛନ୍ତି, "ମୁଁ ଏହି ବିଷୟକୁ ଏଠାରେ ସ୍ଥଗିତ ରଖିବାକୁ ଚାହୁଁଛି। ମୁଁ ଆପଣ ସମସ୍ତଙ୍କୁ ସେହିପରି କରିବାକୁ ଅନୁରୋଧ କରୁଛି। ମୁଁ ଅନୁରୋଧ କରୁଛି ଯେ ଏହି ସମୟରେ ଉଭୟ ପରିବାରର ଗୋପନୀୟତାକୁ ସମ୍ମାନ ଦିଅନ୍ତୁ। ଆମକୁ ଆଗକୁ ବଢ଼ିବାର ସୁଯୋଗ ଦିଅନ୍ତୁ। ମୁଁ ବିଶ୍ୱାସ କରେ ଯେ ଆମ ସମସ୍ତଙ୍କର ଏକ ମହାନ ଉଦ୍ଦେଶ୍ୟ ଅଛି ଏବଂ ମୋ ପାଇଁ ସର୍ବଦା ସର୍ବୋଚ୍ଚ ସ୍ତରରେ ମୋ ଦେଶକୁ ପ୍ରତିନିଧିତ୍ୱ କରିବା।ମୁଁ ଯେପର୍ୟ୍ୟନ୍ତ ସମ୍ଭବ ଭାରତ ପାଇଁ ଖେଳିବି ଏବଂ ଟ୍ରଫି ଜିତିବି ବୋଲି ଆଶା କରୁଛି ଏବଂ ଏହା ସର୍ବଦା ମୋର ଧ୍ୟାନ ରହିବ।"ସେହିପରି ପଲାଶ ମଧ୍ୟ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି ।

ସେ ଲେଖିଛନ୍ତି, "ମୁଁ ମୋ ଜୀବନ ସହିତ ଆଗକୁ ବଢ଼ିବାକୁ ଏବଂ ମୋର ବ୍ୟକ୍ତିଗତ ସମ୍ପର୍କରୁ ଓହରି ଯିବାକୁ ନିଷ୍ପତ୍ତି ନେଇଛି। ଲୋକମାନେ ଯେଉଁଭଳି ଭିତ୍ତିହୀନ ଗୁଜବକୁ ନେଇ ମୋତେ ଭୟଭୀତ କରୁଛନ୍ତି, ଯେଉଁଭାବରେ ପ୍ରତିକ୍ରିୟା ଦେଉଛନ୍ତି, ଏହା ମୋତେ କଷ୍ଟ ଦେଉଛି। ଏହା ମୋ ଜୀବନର ସବୁଠାରୁ କଷ୍ଟକର ପର୍ୟ୍ୟାୟ ଥିଲା। ମୁଁ ଏହାକୁ ସୌଜନ୍ୟର ସହିତ ମୁକାବିଲା କରିବି। ମୋ କଥା ଲୋକଙ୍କୁ ଆଘାତ ଦେଇପାରେ। ଯେତେବେଳେ ଆମେ ସେମାନଙ୍କ ବିଷୟରେ ଚିନ୍ତା କରୁଛୁ, ସାରା ବିଶ୍ୱରେ ଅନେକ ଲୋକ ଏହାର ପରିଣାମ ଭୋଗୁଛନ୍ତି। ମୋ ଦଳ ମିଥ୍ୟା ଖବର ଏବଂ ମାନହାନିକାରକ ବିଷୟବସ୍ତୁ ପ୍ରସାରଣ କରୁଥିବା ଯେକୌଣସି ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବ। ଏହି କଷ୍ଟକର ସମୟରେ ମୋ ସହିତ ଠିଆ ହୋଇଥିବା ଲୋକମାନଙ୍କୁ ଅନେକ ଧନ୍ୟବାଦ।"

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+