ଅଗଷ୍ଟ ୩୧ ତାରିଖରେ ଏହି ରାଜ୍ୟରେ ହେବ ପ୍ରବଳ ବର୍ଷା !
Weather Update: ଅଗଷ୍ଟ ୩୧ ତାରିଖରେ ଦେଶର ଅନେକ ରାଜ୍ୟରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଏନେଇ ଆଇଏମଡି ପକ୍ଷରୁ ସୂଚନା ଜାରି କରାଯାଇଛି । ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଅଗଷ୍ଟ 31ରେ ଉତ୍ତର-ପୂର୍ବ ଭାରତ, ପୂର୍ବ ଭାରତ ଏବଂ ଦକ୍ଷିଣ ଭାରତରେ ପ୍ରବଳ ବର୍ଷା ହୋଇପାରେ। ଆଗାମୀ 3 ଦିନ ମଧ୍ୟରେ ଉତ୍ତର-ପୂର୍ବ ଅଞ୍ଚଳରେ ପ୍ରବଳ ବର୍ଷା
ଆଶଙ୍କା ରହିଛି । ସେହିପରି ଆଜି ତାମିଲନାଡୁର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
ଅନ୍ୟପକ୍ଷରେ, ହିମାଚଳ ପ୍ରଦେଶରେ କିଛି ଦିନ ଅବସର ପରେ ସୋମବାର ଶିମଲାରେ ପୁଣି ବର୍ଷା ହୋଇଥିଲା। ହିମାଚଳରେ ଲଗାତାର ବର୍ଷା ଯୋଗୁଁ ଅନେକ ସ୍ଥାନରେ ଭୂସ୍ଖଳନ ଓ ବର୍ଷା ହୋଇଥିଲା । ଚଳିତ ବର୍ଷ ମୌମୀ ଆରମ୍ଭରୁ ରାଜ୍ୟରେ ବର୍ଷାରେ ପ୍ରାୟ 367 ଜଣଙ୍କର ମୃତ୍ୟୁ ଘଟିଥିବା ନେଇ ସୂଚନା ରହିଛି ।

ରବିବାର ଦିନ ସିଏମ୍ ସୁଖବିନ୍ଦର ସିଂ ସୁଖୁ କହିଛନ୍ତି ଯେ, ନିକଟରେ ହୋଇଥିବା ପ୍ରବଳ ବର୍ଷା ଓ ଭୂସ୍ଖଳନ ପରେ ରାଜ୍ୟ ନାନା ଅସୁବିଧା ସହ
ବୁକାବିଲା କରୁଛି ହେଲେ ମେନ୍ ରାସ୍ତା ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ପୁନରୁଦ୍ଧାର ପାଇଁ ନିରନ୍ତର ଉଦ୍ୟମ ଜାରି ରହିଛି ।
ଏଥି ସହିତ ସୋମବାର ଦିନ ଜାତୀୟ ରାଜଧାନୀ ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା 26.4 ଡିଗ୍ରୀ ସେଲସିୟସ ଥିଲା। ମଙ୍ଗଳବାର ଦିନ ସର୍ବାଧିକ ତାପମାତ୍ରା ପ୍ରାୟ 37 ଏବଂ ସର୍ବନିମ୍ନ ତାପମାତ୍ରା ପ୍ରାୟ 26 ଡିଗ୍ରୀ ସେଲସିୟସ ହେବ ବୋଲି ଆଶା କରାଯାଉଛି ।
ସୋମବାର ଉତ୍ତର-ପୂର୍ବ ଆସାମ ରାଜ୍ୟରେ ବନ୍ୟା ପରିସ୍ଥିତି ଭୟଙ୍କର ରୂପ ନେଇଛି। ଉପର ଭାଗରେ ଲଗାଣ ବର୍ଷା ପାଇଁ ଅଧିକାଂଶ ନଦୀର ଜଳ ସ୍ତର ବୃଦ୍ଧି ପାଇଛି ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ବିପଦ ସଙ୍କେତ ଉପରେ ଅନେକ ନଦୀ ପ୍ରବାହିତ ହେଉଛି। ଜଳ ସ୍ତର ବୃଦ୍ଧି ହେତୁ ଗୁଆହାଟିର ନେମାଟିଘାଟ ଏବଂ ଜୋରହାଟର ବ୍ରହ୍ମପୁତ୍ର ନଦୀ ଉପରେ ଡଙ୍ଗା ସେବା ସ୍ଥଗିତ ରଖାଯାଇଛି ।












Click it and Unblock the Notifications