ଦେଶର ଅନେକ ସ୍ଥାନରେ ବର୍ଷା ଜାରି, ଭିଷଣ ଗରମରୁ ମୁକ୍ତି
Uttarakhand Weather: ଉତ୍ତରାଖଣ୍ଡରେ ବଦଳିଲା ପାଗ । ରାଜ୍ୟର ଅନେକ ଜିଲ୍ଲାରେ ସକାଳୁ ବର୍ଷା ଏବଂ ତୁଷାରପାତ ଜାରି ରହିଛି। ଡେରାଡୁନ ସମେତ ପର୍ବତମାଳାରେ ପାଗ ପରିବର୍ତ୍ତନ ଯୋଗୁଁ ଥଣ୍ଡା ବଢିଛି । ସୀମାନ୍ତ ଜିଲ୍ଲା ଉତ୍ତରକାଶୀର ହର୍ଷିଲ, ମୁଖାବା, ଗଙ୍ଗୋତ୍ରୀରେ ଆଜି ସକାଳଠାରୁ ହାଲୁକା ତୁଷାରପାତ ହେଉଥିବାର ସୂଚନା ରହିଛି ।
ମାତା ଯମୁନାଙ୍କ ଶୀତକାଳୀନ ବାସସ୍ଥାନ ଖରସାଲିରେ ମଧ୍ୟ ତୁଷାରପାତ ହେଉଛି। ଜିଲ୍ଲା ମୁଖ୍ୟାଳୟରେ ପାଗ ମେଘୁଆ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକ୍ରମ ୨୭ ଫେବୃଆରୀରେ ହର୍ଷିଲ ଏବଂ ମୁଖାବାରେ ହେବାକୁ ଯାଉଛି ଯେଉଁଥି ପାଇଁ ହର୍ଷିଲ ଏବଂ ମୁଖାବାରେ ପ୍ରସ୍ତୁତି ଜାରି ରହିଛି।

ଉତ୍ତରପ୍ରେଦଶ ଅଧିକାଂଶ ସ୍ଥାନରେ ଆଜି ସକାଳଠାରୁ ବର୍ଷା ଜାରି ରହିଛି। କିଛି ଜିଲ୍ଲାରେ ହାଲୁକା ବର୍ଷା ହେଉଥିବା ବେଳେ କିଛି ସ୍ଥାନରେ ପ୍ରବଳ ବର୍ଷା ହେଉଛି। କେଦାରନାଥ, ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀରେ ପ୍ରବଳ ତୁଷାରପାତ ହେଉଛି। ସକାଳ ଠାରୁ ଡେରାଡୁନରେ ବର୍ଷା ହେଉଛି। ସେହିପରି ରାଜଧାନୀ ଦିଲ୍ଲୀରେ ମଧ୍ୟ ପାଗ କୋହଲା ରହିଛି । କିଛି କିଛି ସ୍ଥାନରେ ବର୍ଷା ହେଉଥିବାର ଦେଖିବା ପାଇଁ ମିଳୁଛି । ଆଗକୁ ଆହୁରି ଥଣ୍ତା ବଢିବାର ସମ୍ଭାବନା ରହିଛି ।












Click it and Unblock the Notifications