Corona news: ପୁଡୁଚେରୀରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
Corona news: ଭାରତରେ ପୁଣି କାୟାବିସ୍ତାର କରିବାରେ ଲାଗିଛି କରୋନା । ଯାହା ପରେ କେନ୍ଦ୍ର ଓ ରାଜ୍ୟ ସରକାର ହେଲେ ସତର୍କ । ୬ ମାସ ପରେ ପୁଣି ଦେଶର ବୃଦ୍ଧି ପାଉଛି କୋଭିଡ୍-୧୯ । ଯେଉଁଥି ପାଇଁ ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି । ଏହାରି ମଧ୍ୟରେ ପୁଡୁଚେରୀରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।

ଦେଶରେ କରୋନା ପଜିଟିଭ୍ ସଂଖ୍ୟା ପ୍ରତ୍ୟେକ ଦିନ ବୃଦ୍ଧି ପାଉଛି । ଯେଉଁଥି ପାଇଁ ବର୍ତ୍ତମାନ ପୁଡୁଚେରୀର ସମସ୍ତ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ପୁଡୁଚେରୀର ୟୁନିଅନ୍ ଟେରିଟୋରୀ ପୁଣି ଥରେ ସମୁଦ୍ରକୂଳ, ପାର୍କ ଏବଂ ଅନ୍ୟାନ୍ୟ ଜନ ଗହଳି ସ୍ଥାନରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛି । ଜିଲ୍ଲା କଲେକ୍ଟର E.Vallavan ଏନେଇ ସୂଚନା ଦେଇଛନ୍ତି ।
"Wearing of masks in public places is mandatory in Puducherry," says District Collector E.Vallavan, amid the Covid-19 surge in the country. pic.twitter.com/QBQKB9FF3y
— ANI (@ANI) April 7, 2023
ଏକ ସାମ୍ବାଦିକ ସମ୍ମିଳନୀରେ E.Vallavan ସୂଚନା ଦେଇଛନ୍ତି ଯେ, ଦେଶରେ କୋଭିଡ -19 ମାମଲାରେ ବୃଦ୍ଧି ପାଉଛି । ଏଠାରେ ବର୍ତ୍ତମାନ ୧୦% ଟେଷ୍ଟିଂ କରାଯାଉଛି । ସେଥିପାଇଁ ଆମେ ସତର୍କତାମୂଳକ ପଦକ୍ଷେପ ଭାବରେ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରୁଛୁ ।
ଏଥି ସହିତ, ଜନଗହଳି ସ୍ଥାନରେ ସାମାଜିକ ଦୂରତା ରଖିବା ପାଇଁ ମଧ୍ୟ ସେ ଅନୁରୋଧ କରିଛନ୍ତି । ସେହିପରି ବୋର୍ଡ ପରୀକ୍ଷା ସୂଚୀରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ହେଲେ କରୋନା ନିର୍ଦ୍ଦେଶାବଳୀ ଅନୁଯାୟୀ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସୂଚନଥାଉ ଯେ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୦୫୦ଟି ନୂଆ ମାମଲା ଚିହ୍ନଟ ହୋଇଛି । ଏହା ସହ ୧୪ ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି । ସେହିପରି ସକ୍ରିୟ ମାମଲା ୨୮ ହଜାର ୩୦୩କୁ ବୃଦ୍ଧି ପାଇଛି ।












Click it and Unblock the Notifications