ମୁଁ ଜେଲରୁ ନିର୍ବାଚନ ଲଢ଼ିଲେ ବି ଆପ୍ ୭୦ ରୁ ୭୦ଟିରେ ବିଜୟୀ ହେବ: ଅରବିନ୍ଦ କେଜ୍ରିୱାଲ

ନଆଦିଲ୍ଲୀ: ଆସନ୍ତା କାଲି ଦେଶରେ ହେବ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ । ଏପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଦେଇଛନ୍ତିି ବଡ଼ ବୟାନ । ଆସନ୍ତା ଦିଲ୍ଲୀ ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ଯଦି ମୁଁ ଜେଲ୍‌ରେ ରହିଲି ତେବେ ଆମ୍ ଆଦମୀ ପାର୍ଟି ଦିଲ୍ଲୀର ୭୦ ଆସନରୁ ୭୦ଟିରେ ବିଜୟୀ ହେବ । ଜାତୀୟ ଗଣମାଧ୍ୟମକୁ ସାକ୍ଷାତ୍‌କାର ଦେଇ ଏପରି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ ।

କେଜରିୱାଲ୍‌ଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ଯଦି ସେ ଜେଲ୍‌ରେ ରହିବେ ତେବେ କଣ ତାଙ୍କ ପତ୍ନୀ ସୁନୀତା କେଜରିୱାଲ୍ ନିର୍ବାଚନ ଲଢ଼ିବେ ? ଏହାର ଉତ୍ତର ଦେଇ କେଜରିୱାଲ୍ କହିଥିଲେ " ସେ(ସୁନୀତା) ନିର୍ବାଚନ ଲଢ଼ିବେ ନାହିଁ । ଯଦି ସେମାନେ ମୋତେ ଜେଲ୍‌ରେ ରଖିଲେ ତେବେ ମୁଁ ସେହିଁଠାରୁ ହିଁ ନିର୍ବାଚନ ଲଢିବି ।

arvind kejriwal

ଏବଂ ମୁଁ ଦୃଢ଼ ବିଶ୍ୱାସୀ ଯେ ଆମେ ୭୦- ଆସନରୁ ୭୦ଟିରେ ବିଜୟୀ ହେବୁ । ଆମର ସମସ୍ତ ବିଧାୟକଙ୍କୁ ଜେଲ୍‌ରୁ ପୂରାଇକି ନିର୍ବାଚନ କରିକି ଦେଖା ସେମାନେ ଭାବୁଛନ୍ତି ଲୋକେ ବୋକା ଓ ଲୋକେ ସବୁ ଦେଖୁଛନ୍ତି ।" "ଯଦି ସେମାନେ ମୋତେ ଜେଲରେ ରଖନ୍ତି, ମୁଁ ସେଠାରୁ ନିର୍ବାଚନ ଲଢିବି ଏବଂ ମୋର ବିଶ୍ୱାସ ଅଛି ଯେ ଆମେ ମୋଟ ୭୦ଟି ଆସନରୁ ୭୦ ଜିତିବୁ । ଦିଲ୍ଲୀ ଜନତା ଜବାବ ଦେବେ ।"

ସେ ଆହୁରି କହିଛନ୍ତି, "ଆମର ସମସ୍ତ ବିଧାୟକଙ୍କୁ ଜେଲରେ ରଖନ୍ତୁ ଏବଂ ଦିଲ୍ଲୀରେ ଭୋଟିଂ କରାନ୍ତୁ । ଦେଖିବେ ଆପ୍ ବିଜୟୀ ହେବ । ସେମାନେ ଭାବୁଛନ୍ତି କି ଲୋକମାନେ ମୂର୍ଖ? ଜନତା ସବୁକିଛି ଦେଖୁଛନ୍ତି ।"

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+